ଓଡିଶା

odisha

ଶେଷ ପର୍ଯ୍ୟାୟରେ ଉତ୍ତରକାଶୀ ଟନେଲ ରେସ୍କ୍ୟୁ, ଆଉ ୧୨ମିଟର ଡ୍ରିଲିଂ ବାକି

By ETV Bharat Odisha Team

Published : Nov 24, 2023, 5:10 PM IST

ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା । ଆଜି ସନ୍ଧ୍ୟା ସୁଦ୍ଧା ମିଳିବ ଖୁସି ଖବର । ଟନେଲ ଭିତରେ ଫସିଥିବା ଶ୍ରମିକଙ୍କ ନିକଟକୁ ପହଞ୍ଚିବା ଲାଗି ଆଉ ମାତ୍ର ୧୨ମିଟର ଡ୍ରିଲିଂ ବାକି ରହିଛି । ଅଧିକ ପଢନ୍ତୁ

Uttarkashi tunnel rescue operation
Uttarkashi tunnel rescue operation

ଡେରାଡୁନ: ଉତ୍ତରକାଶୀ ଟନେଲ ଟ୍ରାଜେଡିକୁ ଆଜି (ଶୁକ୍ରବାର) ୧୩ ଦିନ ପୁରିଛି । ସମସ୍ତ ପ୍ରଚେଷ୍ଟା ଜାରି ରହିଥିବା ବେଳେ ଏହି ରେସ୍କ୍ୟୁ ଅପରେସନ ଉପରେ ସାରା ଦେଶର ନଜର । ଉଦ୍ଧାର କାର୍ଯ୍ୟର ଅପଡେଟ ସମ୍ପର୍କରେ ଟନେଲ ଭିତରେ ଫସିଥିବା ୪୧ ଜଣ ଶ୍ରମିକଙ୍କୁ ସମୟେ ସମୟ ଦିଆଯାଉଛି । ଘଟଣାସ୍ଥଳରୁ ଆସୁଥିବା ସୂଚନା ଅନୁସାରେ ଆଜି ସନ୍ଧ୍ୟା ସୁଦ୍ଧା ମିଳିବ ଖୁସି ଖବର । ଶ୍ରମିକଙ୍କ ନିକଟରେ ପହଞ୍ଚିବାକୁ ଆଉ ମାତ୍ର ୧୨ ମିଟରର ଡ୍ରିଲିଂ ବାକି ରହିଛି । ଏଣୁ ଆଜି ସନ୍ଧ୍ୟା ସୁଦ୍ଧା ସମସ୍ତ ଶ୍ରମିକଙ୍କୁ ଉଦ୍ଧାର କରାଯିବ ବୋଲି କୁହାଯାଉଛି ।

ଆଜି ସନ୍ଧ୍ୟା ସୁଦ୍ଧା ପୁରା ହେବ ରେସ୍କ୍ୟୁ:-ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟର ପୂର୍ବତନ ପରାମର୍ଶଦାତା ଭାସ୍କର ଖୁଲବେ କହିଛନ୍ତି, "ଏବେ ପରିସ୍ଥିତିରେ ସୁଧାର ଆସିଛି । ମେସିନରେ ଖରାପ ଯୋଗୁଁ ବନ୍ଦ ଥିବା ରେସ୍କ୍ୟୁ ଅପରେସନ ଆଜି ପୂର୍ବାହ୍ନ ସାଢେ ୧୧ଟା ସମୟରେ ପୁଣି ଆରମ୍ଭ ହୋଇଥିଲା । ଗ୍ରାଉଣ୍ଡ ପେନିଟ୍ରେସନ ରାଡାର ଗବେଷଣା ଅନୁସାରେ ଆଗାମୀ ୫ମିଟର ପର୍ଯ୍ୟନ୍ତ କୌଣସି ଅବରୋଧ ନାହିଁ । ଅର୍ଥାତ ପାଇପ ୫୨ମିଟର ପର୍ଯ୍ୟନ୍ତ ସହଜରେ ପହଞ୍ଚିପାରିବ । ଆଶା କରାଯାଉଛି ଆଜି ସନ୍ଧ୍ୟା ସୁଦ୍ଧା ଏହି ରେସ୍କ୍ୟୁ ଅପରେସନ ଶେଷ ହେବ ଏବଂ ଶ୍ରମିକଙ୍କୁ ବାହାରକୁ ବାହାର କରାଯିବ ।"

ଏହା ବି ପଢନ୍ତୁ- ଉତ୍ତରାଖଣ୍ଡ ଟନେଲ ଦୁର୍ଘଟଣା; ଉଦ୍ଧାର ପାଇଁ ହୀରାକୁଦରୁ ଗଲା ଅଗର ମେସିନ

ନୂଆ ରୂପରେ ଅଗର ମେସିନର ପ୍ଲାଟଫର୍ମ:- ଗ୍ରାଉଣ୍ଡରେ ଥିବା ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟର ପୂର୍ବତନ ପରାମର୍ଶଦାତା ଭାସ୍କର ଖୁଲବେ ଏ ନେଇ କହିଛନ୍ତି, "ଏବେ ସ୍ଥିତି ଆଗ ଅପେକ୍ଷା ଭଲ ରହିଛି । ଗୁରୁବାର ରାତିରେ ଆମକୁ ୨ଟି ଜିନିଷ ଉପରେ କାମ କରିବାକୁ ପଡ଼ିଥିଲା । ପ୍ରଥମରେ ଆମକୁ ମେସିନର ପ୍ଲାଟଫର୍ମକୁ ନୂଆ ରୂପ ଦେବାକୁ ଥିଲା । ଆଉ ଦ୍ବିତୀୟରେ ଗ୍ରାଉଣ୍ଡ ପେନିଟ୍ରେସନ ରାଡାର ଉପରେ କାମ କରିବାକୁ ପଡ଼ିଥିଲା । ଏହାଦ୍ବାରା ଆମେ ଜାଣିପାରିଥିଲୁ ଯେ ଆଗାମୀ ୫ମିଟର ପର୍ଯ୍ୟନ୍ତ ସୁଡଙ୍ଗ ରାସ୍ତାରେ ବାଧା ଦେବାକୁ ଆଉ କିଛି ନାହିଁ । "

ଏହା ବି ପଢନ୍ତୁ- ଅଗର ମେସିନରେ ସମସ୍ୟା ଯୋଗୁଁ ଡ୍ରିଲିଂ ବନ୍ଦ, ଆଜି ପୁଣି ଆରମ୍ଭ ହେବ ଅପରେସନ

ସୂଚନା ଥାଉ କି ଯେତେବେଳେ ଏହି ରେସ୍କ୍ୟୁ ଅପରେସନ ଶେଷ ପର୍ଯ୍ୟାୟରେ ପହଞ୍ଚିଥିଲା ସେତେବେଳେ ସୁଡଙ୍ଗ ରାସ୍ତାରେ ଷ୍ଟିଲ ପାଇପ ଆସିଥିଲା । ଯାହାଦ୍ବାରା ଡ୍ରିଲିଂ କାମ ଅଟକିଥିଲା । ଏହାପରେ ଷ୍ଟିଲ ପାଇପକୁ କଟାଯାଇ ପୁଣି କାମ ଆରମ୍ଭ ହୋଇଥିଲା । କିଛି ସମୟ କାମ ଜାରି ରହିବା ପରେ ପୁଣି ଡ୍ରିଲିଂ ମେସିନରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ କାମ ଅଧାରେ ପଡ଼ିଥିଲା । ତେବେ ଓଡ଼ିଶାର ସମ୍ବଲପୁର ଜିଲ୍ଲାରୁ ଅଗର ମେସିନ ଉତ୍ତରାଖଣ୍ଡରେ ପହଞ୍ଚିବା ପରେ ପୂର୍ବାହ୍ନ ସାଢେ ୧୧ଟାରୁ ପୁଣି କାମ ଆରମ୍ଭ ହୋଇଛି । ଗତ ୧୨ ତାରିଖଠାରୁ ୧୩ ଦିନ ଧରି ଶ୍ରମିକମାନେ ଟନେଲ ଭିତରେ ଫସି ରହିଛନ୍ତି । ସେମାନଙ୍କୁ ଯେତେ ଶୀଘ୍ର ଉଦ୍ଧାର କରିବା ଲାଗି ଏପଟେ ଯୁଦ୍ଧକାଳୀନ ଭିତ୍ତିରେ ରେସ୍କ୍ୟୁ ଅପରେସନ ଚାଲିଛି । ମଝିରେ ମଝିରେ ଶ୍ରମିକଙ୍କ ମନୋବଳ ଦୃଢ କରିବା ଲାଗି ତାଙ୍କ ସହିତ କଥାବାର୍ତ୍ତା କରାଯାଉଥିବା ବେଳେ ଖାଦ୍ୟପଦାର୍ଥ ମଧ୍ୟ ପଠାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details