ଓଡିଶା

odisha

ETV Bharat / bharat

ପୁଣି ଥରେ ସିଦ୍ଧୁ ମୁସେଓ୍ବାଲାଙ୍କ ମାତା-ପିତାଙ୍କୁ ହତ୍ୟା ଧମକ - ସିଦ୍ଧୁ ମୁସେଓ୍ବାଲା ହତ୍ୟାକାଣ୍ଡ

ପୁଣି ଥରେ ସିଦ୍ଧୁ ମୁସେଓ୍ବାଲାଙ୍କ ମାତା-ପିତାଙ୍କୁ ହତ୍ୟା ଧମକ । ରାଜସ୍ଥାନ ଯୋଧପୁରରୁ ଆସିଛି ଧମକପୂର୍ଣ୍ଣ ମେଲ । ୧୪ ବର୍ଷୀୟ ନାବାଳକ ଅଟକ । ଅଧିକ ପଢନ୍ତୁ

ପୁଣି ଥରେ ସିଦ୍ଧୁ ମୁସେଓ୍ବାଲାଙ୍କ ମାତା-ପିତାଙ୍କୁ ହତ୍ୟା ଧମକ
ପୁଣି ଥରେ ସିଦ୍ଧୁ ମୁସେଓ୍ବାଲାଙ୍କ ମାତା-ପିତାଙ୍କୁ ହତ୍ୟା ଧମକ

By

Published : Mar 5, 2023, 8:05 PM IST

ଚଣ୍ଡିଗଡ: ନିର୍ମମ ହତ୍ୟାର ଶିକାର ହୋଇଥିବା ପଞ୍ଜାବୀ ଗାୟକ ତଥା କଂଗ୍ରେସ ନେତା ସିଦ୍ଧୁ ମୁସେଓ୍ବାଲାଙ୍କ ମାତା-ପିତାଙ୍କୁ ପୁଣି ହତ୍ୟା ଧମକ ମିଳିଛି । ଏପ୍ରିଲ ୨୫ ସୁଦ୍ଧା ଉଭୟଙ୍କୁ ହତ୍ୟା କରାଯିବା ନେଇ ଏକ ଧମକପୂର୍ଣ୍ଣ କଲ ମିଳିଛି । ତେବେ ଏହି ହତ୍ୟା ଧମକ ମୁସେଓ୍ବାଲା ପରିବାର ପ୍ରତି ପ୍ରଥମ ଘଟଣା ନୁହେଁ, ବରଂ ପୂର୍ବରୁ ତାଙ୍କୁ ମଧ୍ୟ ହତ୍ୟା କରିବାକୁ ଧମକ ମିଳିଥିଲା । ଆଜି ମିଳିଥିବା ଧମକପୂର୍ଣ୍ଣ ମେଲରେ ସିଦ୍ଧୁଙ୍କ ପିତା-ମାତାଙ୍କ ସମେତ ବଲିଉଡ ଷ୍ଟାର ସଲମାନ ଖାନଙ୍କୁ ମଧ୍ୟ ହତ୍ୟା କରାଯିବା ନେଇ ଉଲ୍ଲେଖ ରହିଛି । ହତ୍ୟା ଧମକ ନେଇ ସିଦ୍ଧୁ ମୁସେଓ୍ବାଲାଙ୍କ ପିତା ବଲକୌର ସିଂ ସ୍ଥାନୀୟ ପୋଲିସ ଷ୍ଟେସନରେ ଅଭିଯୋଗ କରିଛନ୍ତି ।

ପୁଣି ଥରେ ସିଦ୍ଧୁ ମୁସେଓ୍ବାଲାଙ୍କ ମାତା-ପିତାଙ୍କୁ ହତ୍ୟା ଧମକ

ତେବେ ପଞ୍ଜାବ ପୋଲିସର ସାଇବର ସେଲ୍‌ ଧମକପୂର୍ଣ୍ଣ ମେଲକୁ ଯାଞ୍ଚ କରିବା ପରେ ଆଶ୍ଚର୍ଯ୍ୟଚକିତ ହେବା ପରି ତଥ୍ୟ ପାଇଛି । କୌଣସି ଗ୍ୟାଙ୍ଗଷ୍ଟାର ପରିବର୍ତ୍ତେ ରାଜସ୍ଥାନର ଯୋଧପୁରର କେହି ଜଣେ ୧୪ ବର୍ଷୀୟ ନାବାଳକ ଏପରି ଧମକପୂର୍ଣ୍ଣ ମେଲ୍‌ ପଠାଇଛି । ରାଜସ୍ଥାନ ପୋଲିସ ସହୟତାରେ ଉକ୍ତ ନାବାଳକଙ୍କୁ ଚିହ୍ନଟ କରାଯାଇ ଥାନାରେ ଅଟକ ରଖାଯାଇଛି । ତେବେ ନାବାଳକଜଣଙ୍କ ଏହି ମେଲ ପଠାଇଛି ନାଁ ଏହା ପଛରେ କୌଣସି ଅପରାଧିକ ଗୋଷ୍ଠୀର ହାତ ରହିଛି ସେ ନେଇ ଅଧିକ ତଦନ୍ତ ଜାରି ରହିଛି ।

ତେବେ ସିଦ୍ଧୁ ହତ୍ୟାକାଣ୍ଡ ପରେ ତାଙ୍କ ପିତା-ମାତାଙ୍କୁ ଏହା ପ୍ରଥମ ହତ୍ୟା ଧମକ ନୁହେଁ । ପୂର୍ବରୁ ମଧ୍ୟ ଗତବର୍ଷ ଜୁଲାଇରେ ଏପରି ଏକ ହତ୍ୟା ଧମକ ମିଳିଥିଲା । ସାମାଜିକ ଗଣମାଧ୍ୟମରେ ମିଳିଥିବା ଏହି ହତ୍ୟା ଧମକର ତଦନ୍ତ କରି ରାଜସ୍ଥାନର ମହିପାଲ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିଲା ପଞ୍ଜାବ ପୋଲିସ । ତେବେ ଅଭିଯୁକ୍ତ ମହିପାଲ ମଧ୍ୟ ରାଜସ୍ଥାନ ଯୋଧପୁରର ବାସିନ୍ଦା ଥିଲା । ଅନ୍ୟପଟେ ସିଦ୍ଧୁ ମୁସେଓ୍ବାଲା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ବୋଲି କୁହାଯାଉଥିବା କୁଖ୍ୟାତ ଗ୍ୟାଙ୍କଷ୍ଚାର ଲରେନ୍ସ ବିଷ୍ଣୋଇର ପ୍ରକୃତ ଘର ମଧ୍ୟ ରାଜସ୍ଥାନ ।

ସଲମାନ ଖାନଙ୍କ ସିନେମାର ସୁଟିଂ ଯୋଧପୁରରେ ଚାଲିଥିବା ବେଳେ ସେ ଏକ କୃଷ୍ଣସାର ମୃଗ ଶିକାର କରିଥିବା ଅଭିଯୋଗରେ ଗିରଫ ହୋଇଥିଲେ । କୃଷ୍ଣସାର ମୃଗର ବିଷ୍ଣୋଇ ସମ୍ପ୍ରଦାୟ ସହ ଆଧ୍ୟାତ୍ମିକ ସମ୍ପର୍କ ରହିଛି । ଏହି ଦୃଷ୍ଟିରୁ ସଲମାନ ଖାନ ମଧ୍ୟ ଲରେଷ୍ଣ ବିଷ୍ଣୋଇ ଗ୍ୟାଙ୍ଗର ଟାର୍ଗେଟରେ ଥିବା ଅନୁମାନ କରାଯାଉଛି । ଏହି ସବୁ ଦୃଷ୍ଟିକୋଣରୁ ଏହି ଧମକପୂର୍ଣ୍ଣ ମେଲର ଦଦନ୍ତ କରୁଛି ପଞ୍ଜାବର ମାନସା ପୋଲିସ । ମୁସେଓ୍ବାଲାଙ୍କ ପରିବାରକୁ ମଧ୍ୟ ସରକାରୀ ସୁରକ୍ଷା ଯୋଗାଇ ଦେବାକୁ ଦାବି ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details