ଶ୍ରୀନଗର: ଜମ୍ମୁକାଶ୍ମୀର ଦେଇ ଯାଇଥିବା ଶ୍ରୀନଗର-ଜମ୍ମୁ ଜାତୀୟ ରାଜପଥ ଶାବନବାସ ବନିହାଲଠାରେ ବୁଧବାର ଭୂସ୍ଖଳନ ହେବା ଯୋଗୁଁ ଯାନବାହନ ଗମନାଗମନ ବାଧାପ୍ରାପ୍ତ ହୋଇଛି । ସେହି ରାସ୍ତାରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ରାସ୍ତା ବନ୍ଦ ରହିଥିବା ସୂଚନା ମିଳିଛି ।
ଗୁରୁବାର ଭୋର 3ଟା ସମୟରେ ଏହି ରାସ୍ତାକୁ ବନ୍ଦ କରାଯାଇଥିଲା । ଗମନାଗମନରେ ବାଧା ଯୋଗୁଁ ସେଠାରେ ଏକ ତୈଳ ଗାଡି ଅଟକି ରହିଥିବା ଦେଖିବାକୁ ମିଳିଛି । ତେବେ ସେଠାରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ଜମ୍ମୁ କାଶ୍ମୀର ସରକାର ସୂଚନା ଦେଇଛନ୍ତି ।
ଜମ୍ମୁକାଶ୍ମୀରରେ ଲଘୁଚାପ ସୃଷ୍ଟି ହୋଇଥିବାରୁ ଅଞ୍ଚଳରେ ପାଣିପାଗ ବିଗିଡିବା ସମ୍ପର୍କରେ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ତେବେ ଏହି ଲଘୁଚାପ ପ୍ରଭାବରେ ମାର୍ଚ୍ଚ 3 ଓ 4 ତାରିଖରେ ଜମ୍ମୁ, କାଶ୍ମୀର, ଲଦାଖ, ଗିଲଗିଟ, ବାଲିସ୍ତାନ, ମୁଜାଫରବାଦ, ହିମାଚଳପ୍ରଦେଶ ଓ ଉତ୍ତରାଖଣ୍ଡରେ ବର୍ଷା ସହିତ ତୁଷାରପାତ ହେବାର ସମ୍ଭାବନା ରହିଥିବା ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି ।
ଏହାସହିତ ଜମ୍ମୁ, କାଶ୍ମୀର, ଲଦାଖ, ଗିଲଗିଟ, ବାଲିସ୍ତାନ, ମୁଜାଫରବାଦ ଓ ହିମାଚଳପ୍ରଦେଶରେ ବୁଧବାର ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ପୂର୍ବାନୁମାନ ଏଜେନ୍ସି ସୂଚନା ଦେଇଛି ।
@ANI