ଓଡିଶା

odisha

ETV Bharat / bharat

ସରକାରୀ ବଙ୍ଗଳା ଖାଲି କରୁନାହାନ୍ତି ମୋଇତ୍ରା, ଜାରି ହେଲା କାରଣ ଦର୍ଶାଅ ନୋଟିସ

former TMC Lok Sabha MP Mahua Moitra: ସାଂସଦ ପଦ ଯିବା ପରେ ସରକାରୀ ବଙ୍ଗଳା ଖାଲି କରୁନାହାନ୍ତି ମହୁଆ । ନୋଟିସ ଜାରି କଲା ଡିରେକ୍ଟୋରିଏଟ ଅଫ ଇଷ୍ଟେଟ । ଅଧିକ ପଢନ୍ତୁ

ସରକାରୀ ବଙ୍ଗଳା ଖାଲି କରୁନାହାନ୍ତି ମୋଇତ୍ରା, ଜାରି ହେଲା କାରଣ ଦର୍ଶାଅ ନୋଟିସ
ସରକାରୀ ବଙ୍ଗଳା ଖାଲି କରୁନାହାନ୍ତି ମୋଇତ୍ରା, ଜାରି ହେଲା କାରଣ ଦର୍ଶାଅ ନୋଟିସ

By ETV Bharat Odisha Team

Published : Jan 8, 2024, 10:59 PM IST

ନୂଆଦିଲ୍ଲୀ:ସାଂସଦ ପଦରୁ ବରଖାସ୍ତ ହେବା ପରେ ମଧ୍ୟ ସରକାରୀ ବଙ୍ଗଳା ଖାଲି କରୁନାହାନ୍ତି ଟିଏମସି ନେତ୍ରୀ ତଥା ପୂର୍ବତନ ସାଂସଦ ମହୁଆ ମୋଇତ୍ରା । ସଂସଦ ପଦ ରଦ୍ଦ ହେବା ପରେ ତାଙ୍କୁ ସରକାରୀ କୋଟାରେ ମିଳିଥିବା ବଙ୍ଗଳା ଖାଲି କରିବା ପାଇଁ ନୋଟିସ୍‌ ଜାରି କରାଯାଇଥିଲା । ମାତ୍ର ସେ ଏବେ ପର୍ଯ୍ୟନ୍ତ ଏହା ଖାଲି କରିନାହାନ୍ତି । ଆଜି ଡିରେକ୍ଟୋରିଏଟ ଅଫ ଇଷ୍ଟେଟ ପକ୍ଷରୁ ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ମହୁଆଙ୍କ ଜବାବ ଆସିବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ସହରାଞ୍ଚଳ ବିକାଶ ମନ୍ତ୍ରଣାଳୟ ସୂତ୍ରରୁ ସୂଚନା ମିଳିଛି । ଆସନ୍ତା 3 ଦିନ ମଧ୍ୟରେ ମହୁଆ ଏହି ନୋଟିସର ଜବାବ ଦାଖଲ କରିବେ ।

ତେବେ ମହୁଆଙ୍କର ସଭ୍ଯପଦ ରଦ୍ଦ ମାମଲା ଏବେ ସର୍ବୋଚ୍ଚ କୋର୍ଟରେ ବିଚାରାଧୀନ ଥିବାରୁ ସେ ସାଂସଦ କୋଟାର ବଙ୍ଗଲା ଖାଲି କରୁନଥିବା ଜଣାପଡିଛି । ସେ ଏହି ବଙ୍ଗଳା ଖାଲି କରିବା ନିର୍ଦ୍ଦେଶକୁ ବିରୋଧ କରି ମଧ୍ୟ କୋର୍ଟରେ ହାଜର ହୋଇଛନ୍ତି । ଦିଲ୍ଲୀ ହାଇକୋର୍ଟରେ ଏହି ମାମଲା ବିଚାରାଧୀନ ରହିଛି । ତାଙ୍କୁ ଚଳିତ ଲୋକସଭା ଅବଧି ଶେଷ ହେବା ପର୍ଯ୍ୟନ୍ତ ଅର୍ଥାତ 2024 ଲୋକସଭା ନିର୍ବାଚନର ଫଳାଫଳ ଆସିବା ପର୍ଯ୍ୟନ୍ତ ସରକାରୀ ବଙ୍ଗଳାରୁ ବାହାର କରିବା ବେଆଇନ ବୋଲି ମହୁଆ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ :- ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ-ଆପ ମଧ୍ୟରେ ଆସନ ବୁଝାମଣା ଆଲୋଚନା ଆରମ୍ଭ

କ୍ବାସ ଫର କ୍ବାରୀ ମାମଲାରେ ସାଂସଦ ପଦ ହରାଇଥିବା ଟିଏମସି ନେତ୍ରୀ ମହୁଆ ମୋଇତ୍ରା ତାଙ୍କୁ ସାଂସଦ କୋଟାରେ ମିଳିଥିବା ସରକାରୀ ବଙ୍ଗଳା ଖାଲି କରିବା ନୋଟିସ ପାଇବା ପରେ ଦିଲ୍ଲୀ ହାଇକୋର୍ଟରେ ହାଜର ହୋଇଛନ୍ତି । ତାଙ୍କ ସଭ୍ୟପଦ ରଦ୍ଦ କରାଯିବା ପରେ ତାଙ୍କୁ ବଙ୍ଗଳା ଖାଲି କରିବା ପାଇଁ ଲୋକସଭା ସଚିବାଳୟ ନୋଟିସ ଜାରି କରିସାରିଛି । ଗତକାଲି (ଜାନୁଆରୀ 7) ତାରିଖ ସୁଦ୍ଧା ସରକାରୀ ବଙ୍ଗଳା ଖାଲି କରିବାକୁ ନୋଟିସରେ ଉଲ୍ଲେଖ ରହିଥିଲା । ଏହାକୁ ଦିଲ୍ଲୀ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି ମହୁଆ । ତାଙ୍କ ସଭ୍ୟପଦ ରଦ୍ଦ ମାମଲା ଏବେ ସର୍ବୋଚ୍ଚ କୋର୍ଟରେ ବିଚାରାଧୀନ ରହିଥିବା କାରଣରୁ ଏହି ନୋଟିସକୁ ଅବୈଧ ଦର୍ଶାଇ କୋର୍ଟରେ ପିଟିସନ ଦାଖଲ କରିଛନ୍ତି ମହୁଆ । ଡିସେମ୍ବର 11 ତାରିଖରେ ଲୋକସଭା ସଚିବାଳୟ ସରକାରୀ ବଙ୍ଗଳା ଖାଲି କରିବାକୁ ନୋଟିସ ଜାରି କରିଥିଲେ । ମହୁଆ କରିଥିବା ଆବେଦନରେ ଲୋକସଭା ସଚିବାଳୟର ନୋଟିସକୁ ଅବୈଧ ଦର୍ଶାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details