ହାଇଦ୍ରାବାଦ:ଆଜି ପରଲୋକ ହୋଇଥିବା ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ତଥା ସାମରିକ ଶାସକ ପରଭେଜ ମୁଶାରଫଙ୍କୁ ଶାନ୍ତି ଶକ୍ତି କହିବା ସହ ତାଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି କଂଗ୍ରେସର ବରିଷ୍ଠ ନେତା ଶଶୀ ଥରୁର । ଯାହାକୁ ନେଇ ବିବାଦ ଘନେଇବାରେ ଲାଗିଛି । ଏଥିପାଇଁ ତାଙ୍କୁ ସମାଲୋଚନା କରିବା ସହ କଂଗ୍ରେସକୁ ମଧ୍ୟ ଭାରତୀୟ ଜନତା ପାର୍ଟି ଟାର୍ଗେଟ କରିଛି ।
ମୁଶାରଫଙ୍କ ଦେହାନ୍ତ ପରେ ଟ୍ବିଟ୍ କରି ସମବେଦନା ଜଣାଇଥିଲେ ଶଶୀ ଥରୁର । ସେ ଟ୍ବିଟରେ ଲେଖିଛନ୍ତି, ‘‘ପରଭେଜ ମୁଶରଫ ଏକଦା ଭାରତର ଦୃଢ ଶତ୍ରୁ ଥିଲେ, କିନ୍ତୁ ପରେ ସେ ଜଣେ ପ୍ରକୃତ ଶାନ୍ତି ଶକ୍ତିରେ ପରିଣତ ହୋଇଥିଲେ । ମୁଁ ତାଙ୍କ ସହ ଅନେକ ଥର ମିଶିଛି । ତାଙ୍କ ଚିନ୍ତାଧାରା ଅତି ସ୍ମାର୍ଟ ଓ ସ୍ପଷ୍ଟ ।’’ 1999 ରେ ହୋଇଥିବା କାର୍ଗିଲ ଯୁଦ୍ଧର ମାଷ୍ଚରମାଇଣ୍ଡକୁ ଶାନ୍ତି ଶକ୍ତି କହି ପ୍ରଶଂସା କରିବାକୁ ନେଇ ତାଙ୍କୁ ବିଭିନ୍ନ ଆଡୁ ସମାଲୋଚିତ ହେବାକୁ ପଡିଛି । ଶାସକ ଭାରତୀୟ ଜନତା ପାର୍ଟି ଉଭୟ ଥରୁର ଓ କଂଗ୍ରେସକୁ ଟାର୍ଗେଟ କରିଛି । କଂଗ୍ରେସ ପାକିସ୍ତାନକୁ ସମର୍ଥନ କରୁଥିବା ଅଭିଯୋଗ କରିଛି ବିଜେପି ।