ମୁମ୍ବାଇ: ଏନସିପି ମୁଖ୍ୟ ଶରଦ ପାୱାରଙ୍କର ଆଜି(ସୋମବାର) ଗଲବ୍ଲାଡର ଅପରେସନ କରାଯିବ । ଏ ନେଇ ତାଙ୍କୁ ରବିବାର ବ୍ରିଚ କ୍ୟାଣ୍ଡି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ଆଜି(ସୋମବାର) ତାଙ୍କର ଅପରେସନ ହେବା ନେଇ ସୂଚନା ଦେଇଛନ୍ତି ଏନସିପି ନେତା ନୱାବ ମାଲିକ । ଗତ ମାସରେ ଶରଦ ପାୱାରଙ୍କୁ ସାତ ଦିନ ବିଶ୍ରାମ ନେବାକୁ ଡାକ୍ତରଙ୍କ ପକ୍ଷରୁ ପରାର୍ମଶ ଦିଆଯାଇଥିଲା । ଏହା ପରେ 15 ଦିନ ପରେ ଶରଦ ପାୱାରଙ୍କ ଗଲବ୍ଲାଡର ଅପରେସନ କରାଯିବା ନେଇ ଡାକ୍ତର କହିଥିଲେ ।