ଓଡିଶା

odisha

ETV Bharat / bharat

ମଧ୍ୟାହ୍ନ ଭୋଜନରୁ ମିଳିଲା ଝିଟିପିଟି, ୩୬ ଛାତ୍ରଛାତ୍ରୀ ହସ୍ପିଟାଲରେ ଭର୍ତ୍ତି - ମଧ୍ୟାହ୍ନ ଭୋଜନରୁ ମିଳିଲା ଝିଟିପିଟି

ସ୍କୁଲ ମଧ୍ୟାହ୍ନ ଭୋଜନରୁ ବାହାରିଲା ଝିଟିପିଟି । ୩୬ ଛାତ୍ରଛାତ୍ରୀ ହସ୍ପିଟାଲରେ ଭର୍ତ୍ତି । ଅଧିକ ପଢନ୍ତୁ

ସ୍କୁଲ ମଧ୍ୟାହ୍ନ ଭୋଜନରୁ ବାହାରିଲା ଝିଟିପିଟି
ସ୍କୁଲ ମଧ୍ୟାହ୍ନ ଭୋଜନରୁ ବାହାରିଲା ଝିଟିପିଟି

By

Published : May 19, 2023, 1:56 PM IST

ପାଟନା: ମଧ୍ୟାହ୍ନ ଭୋଜନରୁ (ମିଡ୍ ଡେ ମିଲ୍‌) ବାହାରିଲା ଝିଟିପିଟି । ଖାଦ୍ୟ ଖାଇ ହସ୍ପିଟାଲରେ ଭର୍ତ୍ତି ହେଲେ ସ୍କୁଲ ଛାତ୍ରଛାତ୍ରୀ । ବିହାର ସାରଣ ଜିଲ୍ଲାର ଏକ ସରକାରୀ ପ୍ରାଥମିକ ବିଦ୍ୟାଳୟରୁ ଏଭଳି ଘଟଣା ସାମ୍ନାକୁ ଆସିଛି । ଛାତ୍ରଛାତ୍ରୀ ମଧ୍ୟାହ୍ନ ଭୋଜନ ଖାଉଥିବା ସମୟରେ ଜଣେ ଛାତ୍ର ନିଜ ଖାଦ୍ୟ ଥାଳିରେ ଝିଟିପିଟି ଥିବା ଦେଖିବାକୁ ପାଇଥିଲେ । ଏହାପରେ ଏହି ରନ୍ଧା ଖାଦ୍ୟ ଖାଇଥିବା ୩୬ ଜଣ ପିଲା ଅସୁସ୍ଥ ହୋଇପଡିଥିଲେ । ତରବରିଆ ଭାବେ ସମସ୍ତଙ୍କୁ ପାଖ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଯାହା ସୂଚନା ମିଳିଛି, ଗତକାଲି ଏହି ଘଟଣା ଘଟିଥିଲା । ସ୍କୁଲର ପ୍ରାୟ ୪୦ ଜଣ ଛାତ୍ରଛାତ୍ରୀ ମଧ୍ୟାହ୍ନ ଭୋଜନ ଖାଉଥିଲେ । ଏତିକି ବେଳେ ଜଣେ ଛାତ୍ରଙ୍କ ଖାଦ୍ୟରୁ ଝିଟିପିଟି ବାହାରି ଥିଲା । ଏନେଇ ସେ ନିଜ ଶିକ୍ଷକଙ୍କୁ ଜଣାଇଥିଲେ । ଏହାପରେ ସଙ୍ଗେ ସଙ୍ଗେ ପିଲାଙ୍କୁ ଖାଦ୍ୟ ପରଷିବା ବନ୍ଦ କରାଯାଇଥିଲା । କିଛି ସମୟ ପରେ ଖାଦ୍ୟ ଖାଇଥିବା ୪୦ ପିଲାଙ୍କ ମଧ୍ୟରୁ ୩୬ ଜଣଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡି ଯାଇଥିଲା । ସମସ୍ତଙ୍କୁ ପାଖ ସଦର ହସ୍ପିଟାଲକୁ ନିଆଯାଇଥିଲା । ଏହି ଘଟଣା ଶୁଣିବା ପରେ ଅଭିଭାବକଙ୍କ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ଖବର ପାଇ ସରନ ଏସଡିଏମ ସଞ୍ଜୟ କୁମାର ରାୟ ସଙ୍ଗେ ସଙ୍ଗେ ହସ୍ପିଟାଲରେ ପହଞ୍ଚିଥିଲେ । ତେବେ ବର୍ତ୍ତମାନ ସବୁ ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଏବଂ ବିପଦମୁକ୍ତ ଥିବା ହସ୍ପିଟାଲର ଡାକ୍ତର ସନ୍ତୋଷ କହିଛନ୍ତି ।

ସ୍କୁଲ ପ୍ରଧାନ ଶିକ୍ଷକ ସୁମନ କୁମାରୀ କହିଛନ୍ତି, '' ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନ ଭୋଜନ ପାଇଁ ଏନଜିଓ ପକ୍ଷରୁ ଖାଦ୍ୟ ଯୋଗାଇ ଦିଆଯାଇଥାଏ । ପିଲା ଖାଉଥିବା ସମୟରେ ଜଣଙ୍କ ଥାଳିରୁ ଝିଟିପିଟି ବାହାରି ଥିଲା । ଏହାପରେ ୩୬ ଜଣଙ୍କ ପିଲା ଅସୁସ୍ଥ ହୋଇପଡିଥିଲେ । ଆମେ ସେମାନଙ୍କୁ ତୁରନ୍ତ ହସ୍ପିଟାଲକୁ ନେଇ ଯାଇଥିଲୁ । ଏବେ ସମସ୍ତ ସୁସ୍ଥ ଅଛନ୍ତି ।'' ଏସଡିଏମ୍ କହିଛନ୍ତି ଯେ, ମଧ୍ୟାହ୍ନ ଭୋଜନ ଖାଇଥିବା ୪୦ ଜଣଙ୍କୁ ଭିତରୁ ୩୬ ପିଲା ଅସୁସ୍ଥ ଅଛନ୍ତି । ସ୍କୁଲକୁ ଏହି ଖାଦ୍ୟ ଯୋଗାଣ କରିଥିବା ଏନଜିଓ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ।

ଏଠାରେ ଉଲ୍ଲେଖଯୋଗ୍ୟ, ୨୦୧୩ରେ ସାରଣ ଜିଲ୍ଲାରେ ଏହିଭଳି ଆଉ ଏକ ଅଭାବନୀୟ ଘଟଣା ଘଟିଥିଲା । ମଶରାଖ ପ୍ରାଥମିକ ବିଦ୍ୟାଳୟରେ ବିଷାକ୍ତ ମଧ୍ୟାହ୍ନ ଭୋଜନ ଖାଇ ୨୩ ଜଣ ଛାତ୍ରଛାତ୍ରୀଙ୍କ ଜୀବନ ଯାଇଥିଲା ।

ABOUT THE AUTHOR

...view details