ଓଡିଶା

odisha

ETV Bharat / bharat

ଦ୍ରୁତ ଗତି ସାଜିଲା କାଳ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲେରୋ, 7 ମୃତ - ଉତ୍ତରପ୍ରଦେଶ ଦୁର୍ଘଟଣା

ଗତକାଲି(ଗୁରୁବାର) ଉତ୍ତରପ୍ରଦେଶର ବାନ୍ଦା ଜିଲ୍ଲା କମାସିନ ରୋଡରେ ମର୍ମନ୍ତୁଦ ଦୁର୍ଘଟଣା । ଟ୍ରକକୁ ଧକ୍କା ଦେଲା ବୋଲେରୋ । ଫଳରେ 7 ଜଣଙ୍କ ମୃତ୍ୟୁ ହୋଇଛି । ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ।

Road Accident in Banda
Road Accident in Banda

By

Published : Jun 30, 2023, 7:59 AM IST

Updated : Jun 30, 2023, 10:36 AM IST

ଲକ୍ଷ୍ନୌ:ରାସ୍ତା କଡରେ ଛିଡା ହୋଇଥିବା ଟ୍ରକକୁ ଧକ୍କା ଦେଲା ବୋଲେରୋ । ଫଳରେ 7 ଜଣଙ୍କ ମୃତ୍ୟୁ ହୋଇଛି । ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ସୂଚନା । ଉତ୍ତରପ୍ରଦେଶର ବାନ୍ଦା ଜିଲ୍ଲା କମାସିନ ରୋଡରେ ଗତକାଲି(ଗୁରୁବାର) ରାତିପ୍ରାୟ 9.30ରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଅନ୍ୟପଟେ ଗୁରୁତର ଆହତ ଯୁବକଙ୍କୁ ଉଦ୍ଧାର କରି ପୋଲିସ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଛି ।

ବବେରୁ ଅଞ୍ଚଳରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବା ବେଳେ ମୃତକ ସମସ୍ତେ କମାସିନ ଥାନା ଅଧିନସ୍ଥ ତିଲୋସା ଗାଁର ବୋଲି ଜଣାପଡିଛି । ସୂଚନା ଅନୁସାରେ, ତିଲୋସା ଗାଁର 8 ଜଣ ବୋଲେରୋରେ ବବେରୁକୁ ଆସୁଥିଲେ । ହେଲେ ଭାରସାମ୍ୟ ହରାଇ ରାସ୍ତା କଡରେ ଛିଡା ହୋଇଥିବା ଟ୍ରକକୁ ପଛରୁ ଧକ୍କା ଦେଇଥିଲା ବୋଲେରୋ । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଟ୍ରକ ମଧ୍ୟରେ ପଶି ଯାଇଥିଲା ବୋଲେରୋଟି । ଏନେଇ ରାସ୍ତାରେ ଯାଉଥିବା ଲୋକେ ସଙ୍ଗେସଙ୍ଗେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ତୁରନ୍ତ ପୋଲିସ ଟିମ ସହ ଘଟଣାସ୍ଥଳରେ ପହଞ୍ଚିଥିଲା । ବୋଲେରୋରେ ଥିବା 8 ଜଣଙ୍କ ମଧ୍ୟରୁ ଘଟଣାସ୍ଥଳରେ 5 ଜଣଙ୍କ ମୃତ୍ୟୁ ହୋଇ ଯାଇଥିବା ବେଳେ 3 ଜଣଙ୍କ ଅବସ୍ଥା ଗୁରୁତର ରହିଥିଲା । ସମସ୍ତ ମୃତଦେହ ଗୁଡିକୁ ଗ୍ୟାସ କଟର ସାହାଯ୍ୟରେ କାଟି କଢାଯାଇଥିଲା । ଏଥିସହ ଗୁରୁତରଙ୍କୁ ନିକଟସ୍ଥ ବେବରୁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ 2 ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି । ଅନ୍ୟପଟେ ଅନ୍ୟ ଗୁରୁତର ଯୁବକଙ୍କ ଚିକିତ୍ସା ଜାରି ରହିଛି ।

ଦୁର୍ଘଟଣା ସମ୍ପର୍କିତ ଖବର ପଢିବା ପାଇଁ କ୍ଲିକ କରନ୍ତୁ ଏହି ଲିଙ୍କ୍‌ ଉପରେ

ଦିଗପହଣ୍ଡିରେ ଦୁଇ ବସ୍ ମୁହାଁମୁହିଁ ଧକ୍କା: 11 ମୃତ, ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

Road Mishap: ନଦୀକୁ ଓଲଟି ପଡିଲା ଟ୍ରକ, ଚାଲିଗଲା ୧୨ ଜୀବନ

ବରଯାତ୍ରୀଙ୍କ ଉପରେ ଟ୍ରକ ମାଡିଯିବାରୁ 6 ମୃତ, 3ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା

କରେଣ୍ଟରୁ ବଞ୍ଚିଲେ ଦୁର୍ଘଟଣାରେ ଚାଲିଗଲେ: ବିଦ୍ୟୁତ୍‌ ଆଘାତରେ ଛଟପଟ ହେଉଥିବା 15 ବର୍ଷୀୟ ପୁଅକୁ ବୋଲେରୋରେ ହସ୍ପିଟାଲ ଆଣୁଥିଲା ମା’ । କିଏ ଜାଣିଥିବା ବାଟରେ ଜଗିଥିଲା ମୃତ୍ୟୁ । ପୁଅକୁ ହସ୍ପିଟାଲରେ ଦେଖାଇବା ପାଇଁ ତିଲୋସା ଗାଁର ସେରବାନୋ ମହିଳା ଏହି ବୋଲେରେ ଆସୁଥିଲେ । ହେଲେ ଦ୍ରୁତ ଗତି ଯୋଗୁଁ ଗାଡିଟି ଟ୍ରକକୁ ଭାରସାମ୍ୟ ହରାଇ ଧକ୍କା ଦେଇଥିଲେ । ଏଥିରେ 15 ବର୍ଷୀୟ ପୁଅ କଲ୍ଲୁ ସମେତ ମା’ ସରେବାନୋ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ । ସେପଟେ ଗୁରୁତର ବୋଲେରୋ ଡ୍ରାଇଭରକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେ ମଧ୍ୟ ଚିକିତ୍ସାଧିନ ଅବସ୍ଥାରେ ପ୍ରାଣ ହରାଇଛନ୍ତି ।

ଦ୍ରୁତଗତି ସାଜିଲା କାଳ: ଦ୍ରୁତ ଗତି ଗାଡିଚାଳନା ଯୋଗୁଁ ଅକାଳରେ ଝଡି ପଡିଲା 7 ଜୀବନ । ଘଟଣା ସମ୍ପର୍କରେ ସୂଚନା ଦେଇ ଜିଲ୍ଲା ମାଜିଷ୍ଟ୍ରେଟ କହିଛନ୍ତି କି, ଦ୍ରୁତ ଗତି ଯୋଗୁଁ ହିଁ ଦୁର୍ଘଟଣା ଘଟିଛି । ବେଲେରୋଟି ପ୍ରାୟ 120ରୁ 130 ଗତିରେ ଚାଲୁଥିବାରୁ ଘଟିଛି ଏହି ଦୁର୍ଘଟଣା ।

Last Updated : Jun 30, 2023, 10:36 AM IST

ABOUT THE AUTHOR

...view details