ଓଡିଶା

odisha

ETV Bharat / bharat

Rajasthan: ବସ-କାର ମୁହାଁମୁହିଁ ଧକ୍କାରେ 7 ମୃତ, 2 ଗୁରୁତର - ରାଜସ୍ଥାନ ଦୁର୍ଘଟଣା ଖବର

ରାଜସ୍ଥାନର ଦିଡୱାନା ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ 7 ମୃତ, 2 ଗୁରୁତର । ମୁହାଁମୁହିଁ ଧକ୍କା ହେଲେ ବସ ଓ କାର । ଅଧିକ ପଢନ୍ତୁ

Rajasthan : ବସ-କାର ମୁହାଁମୁଁହି ଧକ୍କାରେ 7 ମୃତ, 2 ଗୁରୁତର
Rajasthan : ବସ-କାର ମୁହାଁମୁଁହି ଧକ୍କାରେ 7 ମୃତ, 2 ଗୁରୁତର

By

Published : Aug 12, 2023, 9:31 PM IST

ଜୟପୁର:ରାଜସ୍ଥାନରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ରାଜ୍ଯ ପରିବହନ ନିଗମର ଏକ ସରକାରୀ ବସ ଓ ଏକ କାର ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ 7 ଜଣଙ୍କର ମୃତ୍ୟୁ ହେବା ସହ ଅନ୍ୟ 2 ଜଣ ଗୁରୁତର ହୋଇଛନ୍ତି । ଆଜି (ଶନିବାର) ସନ୍ଧ୍ୟାରେ ରାଜସ୍ଥାନର ନବଗଠିତ ଜିଲ୍ଲା ଦିଡୱାନାର ବନ୍ତଡି ଗ୍ରାମ ନିକଟରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଆହତମାନଙ୍କୁ ରାଜଧାନୀ ଜୟପୁରର ଏକ ହସ୍ପିଟାଲକୁ ରେଫର କରାଯାଇଛି । ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ଉଦ୍ଧାର ଅପରେସନ ଆରମ୍ଭ କରିବା ସହ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି ।

ପୋଲିସର ସୂଚନାନୁସାରେ, ଦୁର୍ଘଟଣାଟି ଦିଡୱାନା-କୁଚମାନର ବନ୍ତଡି ଗ୍ରାମରେ ନିକଟବର୍ତ୍ତୀ ଟିଟ୍ରି ଛକରେ ଘଟିଛି । ନାଗାଉରରେ ଏକ ଶୋଭାଯାତ୍ରାରେ ଯୋଗଦେଇ ଏକ କାରରେ କିଛି ଲୋକେ ସିକର ଅଭିମୁଖେ ଫେରୁଥିଲେ । ଏହି ସମୟରେ ବନ୍ତାଡି ଟିଟ୍ରି ଛକ ନିକଟରେ ବୀପରିତ ଦିଗରୁ ଆସୁଥିବା ସରକାରୀ ବସ ସହ ଏହି କାରଟି ମୁହାଁମୁହିଁ ଧକ୍କା ହୋଇଥିଲା । ଏଥିରେ ଏପର୍ଯ୍ୟନ୍ତ 7 ଜଣଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି । ସମସ୍ତ ମୃତ ଓ ଆହତ ସିକର ଜିଲ୍ଲାର ବୋଲି ପୋଲିସ କହିଛି । ଅନ୍ୟ ଦୁଇ ଯାତ୍ରୀ ଗୁରୁତର ରହିଛନ୍ତି । ସେମାନଙ୍କୁ ଜୟପୁରର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ଅବସ୍ଥା ଅତି ସଙ୍କଟାପନ୍ନ ରହିଛି । ତେଣୁ ମୃତ୍ୟୁସଂଖ୍ୟା ବଢିବାର ମଧ୍ୟ ଆଶଙ୍କା ପ୍ରକାଶ ପାଇଛି ।

ଏହା ମଧ୍ୟ ପଢନ୍ତୁ:-କେଦାରନାଥ ଯାତ୍ରା ସମୟରେ ଧସିଲା ପାହାଡ, 5 ତୀର୍ଥଯାତ୍ରୀ ମୃତ

ଦୁର୍ଘଟଣାର କାରଣ ସମ୍ପର୍କରେ ଜଣାପଡିନାହିଁ । ଦୃତଗତି କିମ୍ବା ଡ୍ରାଇଭରଙ୍କ ଅସାବଧାନତା ପାଇଁ ଏହି ଦୁର୍ଘଟଣା ଘଟିଥାଇ ପାରେ ବୋଲି ମଧ୍ୟ ପ୍ରାଥମିକ ଭାବେ ସନ୍ଦେହ କରାଯାଇଛି । ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା ଅନୁସାରେ, ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, କାରଟି ପ୍ରାୟ 20 ଫୁଟ ପର୍ଯ୍ୟନ୍ତ ଛିଟିକି ପଡିଥିଲା । କାରରେ ଥିବା ଯାତ୍ରୀ କାର ଭିତରରେ ଚାପି ହୋଇଯାଇଥିଲେ । ସମସ୍ତ ମୃତଦେହ ବ୍ୟବଚ୍ଛେଦ ପାଇଁ ସ୍ଥାନୀୟ ହସ୍ପିଟାଲକୁ ପଠାଯାଇଛି । ମୃତକଙ୍କ ପରିବାର ସଦସ୍ୟ ମଧ୍ୟ ହସ୍ପିଟାଲରେ ପହଞ୍ଚିଛନ୍ତି । ବ୍ୟବଚ୍ଛେଦ ପରେ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରାଯିବ । ଘଟଣା ସମ୍ପର୍କରେ ସୂଚନା ପାଇଁ ସ୍ଥାନୀୟ ଜିଲ୍ଲାଧିକାରୀ ଓ ସ୍ଥାନୀୟ ଜନପ୍ରତିନିଧି ମଧ୍ୟ ପହଞ୍ଚିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details