ବେଜିଂ:ମଧ୍ୟ ଚିନ୍ ହୁବେଇ ପ୍ରଦେଶର ସିୟାନ ସହରର ବଜାରରେ ରବିବାର ଏକ ବଡ ଧରଣର ଗ୍ୟାସ ବିସ୍ଫୋରଣ । ଯେଉଁଥିରେ ମୃତ୍ୟୁ ସଂଖ୍ୟା 25କୁ ବୃଦ୍ଧି ପାଇଛି । ତେବେ ରବିବାର ସକାଳ ସମୟରେ ଲୋକମାନେ ସେଠାରେ ସପିଂ କରୁଥିବା ସମୟରେ ହଠାତ ବିସ୍ଫୋରଣ ହୋଇଥିଲା । ଫଳରେ ସେଠାରେ ଥିବା ଲୋକେ ଭାଙ୍ଗିଯାଇଥିବା ଇଟା ଓ କଂକ୍ରିଟ ତଳେ ଚାପି ହୋଇଯାଇଥିଲେ ।
ବିସ୍ଫୋରଣ ପରେ ଉଦ୍ଧାରକାରୀ ଦଳ ନିୟୋଜିତ ହୋଇ ବର୍ତ୍ତମାନ ସୁଦ୍ଧା 25 ଜଣଙ୍କୁ ଉଦ୍ଧାର କରାଯାଇଥିବା ଜଣାପଡିଛି । ଏନେଇ ସୋମବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ଘଟଣାର ଅନୁସନ୍ଧାନ ପାଇଁ ସ୍ଥାନୀୟ କର୍ତ୍ତୃପକ୍ଷ ଏକ ତଦନ୍ତ ଦଳ ଗଠନ କରିବାକୁ ଘୋଷଣା କରିଥିଲେ।