ଓଡିଶା

odisha

ETV Bharat / bharat

କୋଲକାତାର ଏକ ଦୋକାନରେ ବିସ୍ଫୋରଣ, 5 ଆହତ

କୋଲକାତା ନିକଟବର୍ତ୍ତୀ କାମରହାଟୀ ଅଞ୍ଚଳରେ ଏକ ଦୋକାନରେ ବିସ୍ଫୋରଣ (Five injured in blast near Kolkata)। ଦୁଇ ଗୁରୁତରଙ୍କ ସମତେ 5 ଆହତ । ବେଆଇନ ଗ୍ୟାସ ସିଲିଣ୍ଡର ଭରିବାରୁ ବିସ୍ଫୋରଣ ହୋଇଥିବା ସନ୍ଦେହ । ଅଧିକ ପଢନ୍ତୁ

By

Published : Jan 10, 2023, 9:15 PM IST

କୋଲକାତାର ଏକ ଦୋକାନରେ ବିସ୍ଫୋରଣ
କୋଲକାତାର ଏକ ଦୋକାନରେ ବିସ୍ଫୋରଣ

ହାଇଦ୍ରାବାଦ:କୋଲକାତା ନିକଟବର୍ତ୍ତୀ କାମରହାଟୀ ଅଞ୍ଚଳରେ ଏକ ବିସ୍ଫୋରଣ ଅତିକମରେ 5ଜଣ ଆହତ ହୋଇଛନ୍ତି (Five injured in blast near Kolkata)। ସ୍ଥାନୀୟ ବଜାରର ଏକ ଦୋକାନରେ ଏହି ବିସ୍ଫୋରଣ ଘଟିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚିଛି । ବିସ୍ଫୋରଣର କାରଣ ସମ୍ପର୍କରେ କିଛି ଜଣାପଡିନଥିଲା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି । ଆହତଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ 2ଜଣ ଗୁରୁତର ରହିଥିବା ମଧ୍ୟ କୁହାଯାଉଛି । ଅନ୍ୟମାନଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ମଧ୍ୟ କିଛି ସ୍ପଷ୍ଟ ହୋଇପାରିନାହିଁ ।

ସ୍ଥାନୀୟ ପୋଲିସର ସୂଚନା ଅନୁସାରେ ପୂର୍ବହ୍ନ ପ୍ରାୟ 12.15 ରେ ଚବିଶ ପ୍ରଗଣା ଜିଲ୍ଲାର କାମରହାଟୀ ଅଞ୍ଚଳରେ ଏହି ବିସ୍ଫୋରଣରେ ହୋଇଥିବା ନେଇ ପୋଲିସକୁ ସୂଚନା ମିଳିଥିଲା । ବିସ୍ଫୋରଣ ଏକ ଦୋକାନରେ ହୋଇଥିବା କାରଣରୁ ଏହା ଏକ ଗ୍ୟାସ ସିଲିଣ୍ଡରୁ ହୋଇଥାଇ ପାରେ ବୋଲି ମଧ୍ୟ ପ୍ରାଥମିକ ଭାବେ ସନ୍ଦେହ କରାଯାଉଛି । ଅନ୍ୟପଟେ ସ୍ଥାନୀୟ ନିବାସୀଙ୍କ ନିକଟରୁ ଅନ୍ୟ ଏକ ସୂଚନା ମଧ୍ୟ ସାମ୍ନାକୁ ଆସିଛି । ଉକ୍ତ ଦୋକାନରେ ବେଆଇନ ଭାବେ ରନ୍ଧନ ଗ୍ୟାସ ଭରାଯାଉଥିବାର ମଧ୍ୟ ଅଭିଯୋଗ ଆସିଛି । ହେଲେ କୌଣସି ଦିଗ ସ୍ପଷ୍ଟ ହୋଇନଥିବା ବେଳେ ପୋଲିସ ତଦନ୍ତ ଜାରି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details