ଓଡିଶା

odisha

ETV Bharat / bharat

ଭାରସାମ୍ୟ ହରାଇ ଗଛରେ ପିଟି ହେଲା ଦ୍ରୁତଗାମୀ କାର୍, ୪ ମୃତ - ଉତ୍ତରପ୍ରଦେଶରେ ସଡ଼କ ଦୁର୍ଘଟଣା

ଉତ୍ତରପ୍ରଦେଶ କାନପୁରର ଦେହାଟ ଅଞ୍ଚଳରେ ଭାରସାମ୍ୟ ହରାଇ ଗଛରେ ପିଟି ହେଲା ଦ୍ରୁତଗାମୀ କାର୍ । ଗୋଟିଏ ପରିବାରର ୪ ଜଣଙ୍କର ମୃତ୍ୟୁ । ଅଧିକ ପଢ଼ନ୍ତୁ

road accident
road accident

By ETV Bharat Odisha Team

Published : Nov 23, 2023, 1:55 PM IST

ଲକ୍ଷ୍ନୌ:ଉତ୍ତରପ୍ରଦେଶରେ ଭୟଙ୍କର ସଡ଼କ ଦୁର୍ଘଟଣା । ଦୃତଗତିରେ ଗାଡି ଚାଳନାରେ ଚାରି ଜୀବନ ଦୀପ । ଭାରସାମ୍ୟ ହରାଇ ଗଛରେ ପିଟି ହେଲା ଦ୍ରୁତଗାମୀ କାର୍ । ଏହି ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରୁ ଭାଇ ଭଉଣୀ ଥିବା ସୂଚନା ମିଳିଛି । ଡ୍ରାଇଭରଙ୍କ ସମେତ ୫ ଜଣ ଆହତ ହୋଇଛନ୍ତି । ଏଭଳି ଘଟଣା ଘଟିଛି ଉତ୍ତରପ୍ରଦେଶ କାନପୁରର ଦେହାଟ ଅଞ୍ଚଳରେ ।

ଏହା ମଧ୍ୟ ପଢନ୍ତୁ-ଲୋକଙ୍କ ଉପରେ ମାଡିଗଲା ଜିଲ୍ଲାପାଳଙ୍କ କାର୍; ଚାଲିଗଲା 3 ଜୀବନ

ସୂଚନା ମୁତାବକ, ଏକ କାରରେ ଗୋଟିଏ ପରିବାରର ୮ ଜଣ କାନପୁର ଦେଇ ଯାଉଥିଲେ । ହଠାତ କାରଟି ଭାରସାମ୍ୟ ହରାଇ କାନପୁରର ଦେହାଟ ଅଞ୍ଚଳରେ ଏକ ଗଛରେ ପିଟି ହୋଇଥିଲା । ଫଳରେ ଘଟଣାସ୍ଥଳରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଡ୍ରାଇଭର ସମେତ ୪ ଜଣ ଶିଶୁ ଗୁରୁତର ହୋଇଥିଲେ । ଏନେଇ ଖବର ପାଇ ସଙ୍ଗେ ସଙ୍ଗେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ପରେ ସମସ୍ତ ଗୁରୁତରଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ୪ ଜଣ ଗୁରୁତରଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ରହିଥିବା ବେଳେ ସେମାନଙ୍କୁ ଆବଶ୍ୟକୀୟ ସ୍ବାସ୍ଥ୍ୟ ସେବା ଯୋଗାଇ ଦିଆଯାଇଛି ।

ଏହା ମଧ୍ୟ ପଢନ୍ତୁ-ପ୍ରଧାନମନ୍ତ୍ରୀଙ୍କୁ ସୁରକ୍ଷା ଦେବାକୁ ଯାଉଥିଲେ, ସଡ଼କ ଦୁର୍ଘଟଣାରେ 5 ପୋଲିସ କର୍ମୀ ମୃତ

ସେହିପରି ଅକ୍ଟୋବର ମାସରେ ଉତ୍ତରପ୍ରଦେଶର ହରଦୋଇ ଅଞ୍ଚଳରେ ଗଛରେ କାର ପିଟି ହୋଇ ଗୋଟିଏ ପରିବାରର ୪ ଜଣଙ୍କର ମୃତ୍ୟୁ ହୋଇଥିଲା । ମୃତକଙ୍କ ମଧ୍ୟରେ ୪ ବର୍ଷର ଶିଶୁ ରହିଥିଲା । ବାରକାନ୍ତ ଗ୍ରାମରୁ ନାୟାଗୋଓକୁ ଏକ କାରରେ ଗୋଟିଏ ପରିବାରର 5 ଜଣ ଯାଉଥିଲେ। ହଠାତ ବିଲହାଉର-କାଟାର ହାଇଓ୍ବାରେ କାରଟି ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଥିଲା । ଏନେଇ ଖବର ପାଇ ସଙ୍ଗେ ସଙ୍ଗେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ପରେ ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତର ସମସ୍ତଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ଅଧିକ ତଦନ୍ତ ଜାରି ରଖିଥିଲା ପୋଲିସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details