ଓଡିଶା

odisha

ETV Bharat / bharat

ସିକନ୍ଦରାବାଦର ଲଜ୍‌ରେ ଅଗ୍ନିକାଣ୍ଡ, ଓଡ଼ିଆ ଦମ୍ପତିଙ୍କ ସମେତ ୮ ପର୍ଯ୍ୟଟକ ମୃତ - ସିକନ୍ଦରାବାଦର ଲଜ୍‌ରେ ଅଗ୍ନିକାଣ୍ଡ

ହାଇଦ୍ରାବାଦର ସିକନ୍ଦରାବାଦର ଲଜ୍‌ରେ ଅଗ୍ନିକାଣ୍ଡ । ଶ୍ବାସରୁଦ୍ଧ ହୋଇ ଓଡ଼ିଆ ଦମ୍ପତିଙ୍କ ସହ ୮ ପର୍ଯ୍ୟଟକ ମୃତ । ମୃତ ଓଡ଼ିଆ ଦମ୍ପତି ହେଲେ ଚନ୍ଦନ ଜେଠି ଓ ମିତାଲି ଜେଠି । ଓଡ଼ିଆ ଦମ୍ପତିଙ୍କ ମୃତଦେହ ଗାନ୍ଧୀ ହସ୍ପିଟାଲରେ ରହିଛି । ଅଧିକ ପଢନ୍ତୁ

ଲଜ୍‌ରେ ଭୀଷଣ ଅଗ୍ନିକାଣ୍ଡ, ଶ୍ବାସରୁଦ୍ଧ ହୋଇ ୭ ମୃତ
ଲଜ୍‌ରେ ଭୀଷଣ ଅଗ୍ନିକାଣ୍ଡ, ଶ୍ବାସରୁଦ୍ଧ ହୋଇ ୭ ମୃତ

By

Published : Sep 13, 2022, 7:07 AM IST

Updated : Sep 13, 2022, 2:53 PM IST

ହାଇଦ୍ରାବାଦ: ତେଲେଙ୍ଗାନା ରାଜଧାନୀ ହାଇଦ୍ରାବାଦର ଏକ ଲଜ୍‌ରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି । ଗତକାଲି(ସୋମବାର) ବିଳମ୍ବିତ ରାତିରେ ହାଇଦ୍ରାବାଦର ସିକନ୍ଦରାବାଦ ଅଞ୍ଚଳରେ ଥିବା 'ରୁବି ଲଗ୍‌ଜରୀ ପ୍ରାଇଡ' ନାମକ ଲଜ୍‌ରେ ଏହି ନିଆଁ ଲାଗିଥିଲା( fire broke out in Secunderabad) । ଏଥିରେ ଶ୍ବାସରୁଦ୍ଧ ହୋଇ ୮ ଜଣ ପର୍ଯ୍ୟଟକ ପ୍ରାଣ ହରାଇଥିବା ବେଳେ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ମୃତକଙ୍କ ମଧ୍ୟରେ ଦୁଇ ଜଣ ଓଡିଆ ରହିଥିବା ସୂଚନା ମିଳିଛି । ସେମାନେ ହେଲେ ଚନ୍ଦନ ଜେଠି ଏବଂ ତାଙ୍କ ପତ୍ନୀ ମିତାଲି ଜେଠି । ଓଡ଼ିଆ ଦମ୍ପତିଙ୍କ ମୃତଦେହ ଗାନ୍ଧୀ ହସ୍ପିଟାଲରେ ରହିଛି । ତେବେ ମୃତ ଦମ୍ପତିଙ୍କ ଘର କଟକ ବୋଲି ପ୍ରାଥମିକ ସୂଚନାରୁ ଜଣାପଡ଼ିଛି ।

ମୃତକମାନଙ୍କ ମଧ୍ୟରେ ଜଣେ ମହିଳା ଓ ୭ ଜଣ ପୁରୁଷ ରହିଛନ୍ତି । ଦୁଇ ଓଡିଆଙ୍କ ବ୍ୟତୀତ ଅନ୍ୟ ୬ଜଣ ମୃତକ ହେଲେ ବିଜୟୱାଡା ଅଞ୍ଚଳର ହରିଶ, ଚେନ୍ନାଇର ସୀତାରମଣ ଏବଂ ଦିଲ୍ଲୀର ବୀରେନ୍ଦ୍ର କୁମାର, ରାଜୀବ ମିକେ, ସନ୍ଦୀପ ମଲିକ୍ ଓ ଚେନ୍ନାଇର ବାଲାଜୀ । ସେପଟେ ଆହାତମାନଙ୍କ ପରିଚୟ ଜାଣିବାକୁ ପୋଲିସ ଛାନଭିନ୍ କରୁଛି । ଯାହା ସୂଚନା ମିଳିଛି, ଗତକାଲି ବିଳମ୍ବିତ ରାତି ପ୍ରାୟ ୯ଟା ୪୦ ମିନିଟ୍ ସମୟରେ ଏହି ଅଗ୍ନିକାଣ୍ଡ ଘଟିଥିଲା । ସିକନ୍ଦରାବାଦ ଅଞ୍ଚଳ ସ୍ଥିତ ଏକ ପାଞ୍ଚ ମହଲା ବିଲ୍ଡିଂର ତଳ ମହଲାରେ(ଗ୍ରାଉଣ୍ଡ ଫ୍ଲୋର) ଥିବା ଇଲେକ୍ଟ୍ରୋନିକ ଗାଡି ସୋ' ରୁମ୍‌ରେ(Electric vehicle showroom) ହଠାତ୍ ନିଆଁ ଲାଗିଯାଇଥିଲା । ନିଆଁର ଧୂଆଁ ସୋ' ରୁମ୍ ଉପର ମହଲାରେ ଥିବା ଲଜ୍‌ ମଧ୍ୟକୁ ପ୍ରବେଶ କରିଥିଲା । ଏହାପରେ ଲଜ୍‌ର ସବୁ ରୁମରେ ଧୂଆଁ ଭର୍ତ୍ତି ହୋଇଯାଇଥିଲା ।

ଯେଉଁ କାରଣରୁ ରୁମ୍ ଭିତରେ ଥିବା ଅନେକ ଲୋକେ ଶ୍ବାସରୁଦ୍ଧ ହୋଇ ଅଚେତ ହୋଇଯାଇଥିଲେ । ଶ୍ବାସରୁଦ୍ଧ ଯୋଗୁଁ ଘଟଣାସ୍ଥଳରେ ହିଁ ୩ ଜଣଙ୍କ ମୃତ୍ୟୁ ଘଟିଥିଲା । ଆହତମାନଙ୍କୁ ତୁରନ୍ତ ଗାନ୍ଧୀ ହସ୍ପିଟାଲକୁ ନିଆଯାଇଥିବାବେଳେ, ସେଠାରେ ଅନ୍ୟ ୫ ଜଣ ପ୍ରାଣ ହରାଇଥିଲେ । ତେବେ ସର୍ଟସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବାର ସନ୍ଦେହ କରାଯାଉଛି । କର୍ମଚାରୀଙ୍କ କହିବା ମୁତାବକ, ''ଅଧିକ ତାପମାତ୍ରା ଯୋଗୁଁ ହଠାତ୍ ସୋ' ରୁମ୍‌ରେ ଥିବା ଗାଡିଗୁଡିକର ବ୍ୟାଟେରୀ ଫାଟି ଯାଇଥିଲା । ଏହି କାରଣରୁ ଭୀଷଣ ଅଗ୍ନିକାଣ୍ଡ ଘଟିଥିଲା । ନିଆଁ ଧୀରେ ଧୀରେ ଚାରିଆଡକୁ ବ୍ୟାପିଥିଲା । ଏହାପରେ ପୁରା ବିଲ୍ଡିଂଟି ଧୂଆଁରେ ଭର୍ତ୍ତି ହୋଇଯାଇଥିଲା ।'' ସୂଚନା ପାଇ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଥିଲେ ମଧ୍ୟ ଧୂଆଁରେ ଶ୍ବାସରୁଦ୍ଧ ହୋଇ ୮ ଜଣ ପ୍ରାଣ ହରାଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 13, 2022, 2:53 PM IST

ABOUT THE AUTHOR

...view details