ଓଡିଶା

odisha

ETV Bharat / bharat

ଅଧା ରହିଗଲା ଘର ବାହୁଡା, ପିକଅପ ଭ୍ୟାନ-ଟ୍ରକ ମୁହାଁମୁହିଁ ଧକ୍କାରେ 6 ମୃତ

ଟ୍ରକ ସହ ମୁହାଁମୁହିଁ ଧକ୍କା ହେଲା ପିକଅପ ଭ୍ୟାନ । 6 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 10 ଜଣ ଆହତ । ଅଧିକ ପଢନ୍ତୁ

By

Published : May 15, 2023, 8:01 AM IST

truck and pickup collision in Balodabazar
truck and pickup collision in Balodabazar

ରାୟପୁର: ଛତିଶଗଡରେ ଭୟଙ୍କର ସଡକ ଦୁର୍ଘଟଣା । କାର୍ଯ୍ୟକ୍ରମରେ ଯୋଗ ଦେଇ ଘରକୁ ଫେରୁଥିବା ବେଳେ ଟ୍ରକ ସହ ମୁହାଁମୁହିଁ ଧକ୍କା ହେଲା ପିକଅପ ଭ୍ୟାନ । 6 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 10 ଜଣ ଆହତ ହୋଇଥିବା ସୂଚନା ମିଳିଛି । ରବିବାର ରାତିରେ ବଲୋଦାବଜାରରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ମୃତକଙ୍କ ମଧ୍ୟରେ 5 ଜଣ ମହିଳା ରହିଥିବା ବେଳେ ଜଣେ ଶିଶୁ ରହିଛି ।

ଆହତଙ୍କ ମଧ୍ୟରୁ 2 ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ଉଭୟଙ୍କୁ ରାୟପୁର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ବଢିବା ନେଇ ଆଶଙ୍କା କରାଯାଉଛି । ଗତକାଲି(ରବିବାର) ରାତି ପ୍ରାୟ 10ଟା 30 ମିନିଟ ସମୟରେ ପାଲାରି ଠାରୁ 6 କିଲୋମିଟର ଦୂର ଗୋଣ୍ଡା ପୁଲାଇ ନିକଟରେ ଟ୍ରକ ଓ ପିକଅପ ଭ୍ୟାନ ମୁହାଁମୁହିଁ ଧକ୍କା ହୋଇଥିଲା ।

ମିଳିଥିବା ସୂଚନା ଅନୁଯାୟୀ, ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ପିକଅପ ଭ୍ୟାନଟି କିଛି ଯାତ୍ରୀଙ୍କୁ ନେଇ ଖାରୋରା ପୋଲିସ ଷ୍ଟେସନ ଅଞ୍ଚଳର କଙ୍କି ଗ୍ରାମକୁ ଯାଇଥିଲା । ସେଠାରୁ ଲାଟଓ୍ବାକୁ ଫେରୁଥିବା ବେଳେ ଗୋଣ୍ଡା ପୁଲାଇ ନିକଟରେ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା ପିକଅପ ଭ୍ୟାନ । ଏହା ଦେଖି ସ୍ଥାନୀୟ ଲୋକେ ଆମ୍ବୁଲାନ୍ସକୁ ଯୋଗାଯୋଗ କରିବା ସହ ପୋଲିସକୁ ଖବର ଦେଇଥିଲେ।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲା । ପିକଅପ ଭ୍ୟାନରେ ମୋଟ 15 ଜଣ ଯାତ୍ରୀ ରହିଥିବା ବେଳେ ଦୁର୍ଘଟଣାପରେ ଘଟଣାସ୍ଥଳରେ ସେମାନଙ୍କ ମଧ୍ୟରୁ 3 ଜଣଙ୍କର ମୃତ୍ୟୁ ହୋଇଥିଲା । ଏହାପରେ ହସ୍ପିଟାଲରେ 3 ଜଣଙ୍କର ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ଘଟାଇବା ପରେ ଟ୍ରକ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ପୋଲିସ ଦୁର୍ଘଟଣା ଘଟାଇଥିବା ଟ୍ରକ ଡ୍ରାଇଭରକୁ ଖୋଜୁଛି ।

ଗତ ମେ 4ରେ ଛତିଶଗଡର ଧମତରି ଜିଲ୍ଲାରେ ବୋଲେରୋ ଏବଂ ଟ୍ରକ ମୁହାଁମୁହିଁ ଧକ୍କା ହୋଇଥିଲା । ଏହି ଦୁର୍ଘଟଣାରେ ଗୋଟିଏ ପରିବାରର 11 ଜଣଙ୍କର ମୃତ୍ୟୁ ହୋଇଥିଲା । ମୃତକ ସମସ୍ତେ ଧମତରି ଜିଲ୍ଲାର ସୋରମ ଭଟଗାଓଁର ବାସିନ୍ଦା ବୋଲି ଜଣାପଡିଥିଲା । ଏହି ଘଟଣାରେ ଛଡିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ଦୁଃଖପ୍ରକାଶ କରିଥିଲେ ।

ସେହିପରି ଗତକାଲି(ମେ’ 14) ଆନ୍ଧ୍ର ପ୍ରଦେଶର କାକିନାଡା ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଥିଲା । ଏକ ଅଟୋକୁ ବସ ଧକ୍କା ଦେବାରୁ ଛଅଜଣ ମହିଳାଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଆହତ ହୋଇଥିଲେ । ମହିଳାମାନେ ଚିଙ୍ଗୁଡି ଫ୍ୟାକ୍ଟ୍ରିରେ କାମ ସାରି ଅଟୋ ଯୋଗେ ଘରକୁ ଫେରୁଥିବା ବେଳେ ଏପରି ଅଘଟଣ ଘଟିଥିଲା ।

ABOUT THE AUTHOR

...view details