ଓଡିଶା

odisha

ETV Bharat / bharat

Thanjavur Chariot Procession: ବିଦ୍ୟୁତ୍‌ ତାରରେ ଲାଗିଲା ରଥ, ଚାଲିଗଲା 11 ଜୀବନ - ତାମିଲନାଡୁ ତାନଞ୍ଜୋର ରଥ ଯାତ୍ରାରେ ଅଘଟଣ

ତାମିଲନାଡୁ ତାନଞ୍ଜୁଭୁର ଜିଲ୍ଲାରେ ଅଘଟଣ । ରଥଯାତ୍ରା ନେଇ ଉତ୍ସବମୁଖର ଥିଲା ପରିସର । ହେଲେ ଘଡିଏ ଭିତରେ ସବୁ କିଛି ଛାର ଖାର ହୋଇଗଲା । ବିଦ୍ୟୁତ ତାରରେ ରଥର ଅଗ୍ରଭାଗ ଲାଗିିଯିବାରୁ ଏକ ଭୟଙ୍କର ଦୁର୍ଘଟଣା ଘଟିଛି । ଏଥିରେ 11 ଜଣଙ୍କ ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ

ବିଦ୍ୟୁତ ତାରରେ ଲାଗିଲା ରଥ
ବିଦ୍ୟୁତ ତାରରେ ଲାଗିଲା ରଥ

By

Published : Apr 27, 2022, 7:27 AM IST

Updated : Apr 27, 2022, 10:08 AM IST

ଚେନ୍ନାଇ:ତାମିଲନାଡୁ ତାନଞ୍ଜୁଭରରେ ବଡଧରଣର ଅଘଟଣ । ତାନଞ୍ଜୁଭର କାଲିମେଡୁ ମନ୍ଦିରରେ ସଥ୍ୟା ପର୍ବ ରଥଯାତ୍ରା ନେଇ ଉତ୍ସବମୁଖର ଥିଲା ପରିସର । ହେଲେ ଘଡିଏ ଭିତରେ ସବୁ କିଛି ଛାର ଖାର ହୋଇଗଲା । ବିଦ୍ୟୁତ ତାରରେ ରଥର ଅଗ୍ରଭାଗ ଲାଗିଯିବାରୁ ଏକ ଭୟଙ୍କର ଦୁର୍ଘଟଣା ଘଟିଛି । ଅଘଟଣରେ 11 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ 15 ଜଣଙ୍କ ଅବସ୍ଥା ଗୁରୁତର ହୋଇଛି । ଭୋର 3ଟା 15ରେ ଘଟିଛି ଏହି ଦୁର୍ଘଟଣା । ସମସ୍ତ ଆହତଙ୍କୁ ଓଲିଭର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମୃତକଙ୍କ ମଧ୍ୟରେ 3ଜଣ ଶିଶୁ ରହିଛନ୍ତି । ଘଟଣାସ୍ଥଳରେ 2ଜଣ ଶିଶୁ ଓ ଜଣେ ପୂର୍ବତନ ସେନା ଅଧିକାରୀଙ୍କ ମୃତ୍ୟୁ ହୋଇଥିଲା । ପରେ ଚିକିତ୍ସାଧୀନ ଅବସ୍ଥାନରେ ଅନ୍ୟ ଜଣେ ଶିଶୁ ଆଖି ବୁଜିଛି ।

ଘଟଣାକୁ ନେଇ ଶୋକପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଡିରୁ ମୃତକଙ୍କ ପରିବାରରୁ 2 ଲକ୍ଷ ଟଙ୍କାର ସହାୟତା ରାଶି ଓ ଆହତଙ୍କୁ 50 ହଜାର ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି । ଏହା ସହିତ ମୃତକଙ୍କ ପରିବାରକୁ 5 ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ତାମିଲନାଡୁ ସରକାର ।

94 ତମ ଗୁରୁପୂଜା ଉତ୍ସବ ଚାଲିଥିବା ବେଳେ ଏହି ଅଘଟଣ ଘଟିଛି । ରଥରେ ଶୋଭାଯାତ୍ରାରେ ଆସୁଥିବା ବେଳେ ଏହି ଅଘଟଣ ହୋଇଛି । 30 ଫୁଟ ଉଚ୍ଚରେ ଥିବା ହାଇଭୋଲଟେଜ୍ ବିଦ୍ୟୁତ ତାରରୁ କରେଣ୍ଟ ଲାଗିଥିଲା । ଯାହା ଫଳରେ ରଥ ସାରା କରେଣ୍ଟ ବ୍ୟାପି ଯାଇ ନିଆଁ ଲାଗିଯାଇଥିଲା । ଉତ୍ସବ ନେଇ ଯେଉଁଠି ହସଖୁସିରେ ଫାଟି ପଡୁଥିବା ଅଞ୍ଚଳ ଏବେ କାନ୍ଦ ବୋବାଳିରେ ଫାଟୁଛି ।

Thanjavur Chariot Procession

ଘଟଣାରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ଶୋକ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ଏବଂ ମନ୍ତ୍ରୀ ଅନବିଲ ମହେଶ ପୀଡ଼ିତାଙ୍କ ପରିବାରକୁ ସମବେଦନା ଜଣାଇବାକୁ ତାନଞ୍ଜୋର ଅଭିମୁଖେ ଯାତ୍ରା ନେଇ ସୂଚନା ମିଳିଛି । ପୀଡିତଙ୍କ ପରିବାରକୁ 5 ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ।

Thanjavur Chariot Procession

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ରଥଟି ଗନ୍ତବ୍ୟ ସ୍ଥଳରେ ପହଞ୍ଚିବାର 15 ମିନିଟ ପୂର୍ବରୁ ଏହି ଅଘଟଣ ଘଟିଛି । ରାସ୍ତାରେ ପାଣି ଥିବାରୁ କରେଣ୍ଟ ଖୁବ ଶୀଘ୍ର ବ୍ୟାପି ଯାଇଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଘଟଣାରେ ମାମଲା ପଞ୍ଜୀକୃତ ହୋଇଥିବା କହିଛନ୍ତି ସେଣ୍ଟ୍ରାଲ୍ ଜୋନ୍ ଇନ୍ସପେକ୍ଟର ଜେନେରାଲ୍ ଭି ବାଲାକ୍ରିଷ୍ଣନ୍ । ତାନଞ୍ଜୁଭର ଜିଲ୍ଲାପାଳ ଦିନେଶ ପୋନରାଜ ଡାକ୍ତରଖାନାରେ ପହଞ୍ଚି ପ୍ରଭାବିତଙ୍କୁ ସମବେଦନା ଜଣାଇଛନ୍ତି । ଆହତମାନଙ୍କୁ ଉଚ୍ଚ ସ୍ତରୀୟ ଚିକିତ୍ସା ଯୋଗାଇ ଦେବାକୁ ଡାକ୍ତରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 27, 2022, 10:08 AM IST

ABOUT THE AUTHOR

...view details