ଓଡିଶା

odisha

Landslide In Kerala, କେରଳରେ ଭୂସ୍ଖଳନ, 5 ମୃତ

By

Published : Aug 29, 2022, 10:42 AM IST

Updated : Aug 29, 2022, 11:34 AM IST

ପ୍ରବଳ ବର୍ଷା କାରଣରୁ କେରଳ ଇଡୁକି ଜିଲ୍ଲା କୁଦାୟାଥୁର ଥୋଡୁପୁଜାହ ଅଞ୍ଚଳରେ ଭୂସ୍ଖଳନ ହୋଇଛି । ଅଧିକ ପଢନ୍ତୁ

କେରଳରେ ଭୂସ୍ଖଳନ, 3 ମୃତ
କେରଳରେ ଭୂସ୍ଖଳନ, 3 ମୃତ

ଥିରୁଅନନ୍ତପୁରମ:କରାଳ ରୂପ ଦେଖାଇଛି ପ୍ରକୃତି । ଲଗାଣ ବର୍ଷା ଯୋଗୁଁ କେରଳରେ ସ୍ଥିତି ଗମ୍ଭୀର ହୋଇଛି । ଜଳମଗ୍ନ ହୋଇଛି ଅନେକ ଅଞ୍ଚଳ। ପ୍ରବଳ ବର୍ଷା କାରଣରୁ କେରଳ ଇଡୁକି ଜିଲ୍ଲା କୁଦାୟାଥୁର ଥୋଡୁପୁଜାହ ଅଞ୍ଚଳରେ ଭୂସ୍ଖଳନ ହୋଇଛି । ଏହି ଅଘଟଣରେ 5ଜଣଙ୍କର ମୃତ୍ୟୁ ହୋଇଛି । ପ୍ରଥମେ 3 ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିଲା । 2 ଜଣ ନିଖୋଜ ଥିଲେ । ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାରକାର୍ଯ୍ୟ ଜାରି ରଖିଥିଲେ । ପରେ ଅନ୍ୟ ଦୁଇଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ପ୍ରବଳ ବର୍ଷା ପାଇଁ ଏକ ଘର ଭୁଶୁଡି ପଡିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।

ପୋଲିସ ସୂଚନାଅନୁସାରେ, ଘଟଣାଟି ରାତି ପ୍ରାୟ 2ଟା 30ରେ ହୋଇଛି । ସସସ୍ତ 5 ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ ସୋମନ ଓ ତାଙ୍କ ପତ୍ନୀ ଜୟା, ସୋମନଙ୍କ ମାଆ ଥାନକାମାନା ଝିଅ ସୀମା ଓ ପୁଅ ଦେବାନ୍ତ ଆଖି ବୁଜିଛନ୍ତି । ଗତ ଦୁଇ ଦିନରେ କେରଳର ପାହାଡିଆ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥିବା ରେକର୍ଡ ହୋଇଛି ।

ଏହା ବି ପଢନ୍ତୁ...ଆପ୍‌ରେ ନାହିଁ ଫାଟ, ଆଜି ଶକ୍ତି ଦେଖାଇବେ କେଜ୍ରିୱାଲ

ଗତ 20 ତାରିଖରେ ଉତ୍ତରାଖଣ୍ଡରେ ପ୍ରକୃତିର କରାଳ ରୂପ ଦେଖିବାକୁ ମିଳିଥିଲା । ସୁ ସୁ ଗର୍ଜନ କରି ପାହାଡ଼ ଉପରୁ ପଥର ଖଣ୍ଡ ରାସ୍ତା ଉପରକୁ ଖସିପଡିଥିଲା । ପାହାଡ଼ରୁ ଭୂସ୍ଖଳନ ହେଉଥିବା ବେଳେ ରାସ୍ତାଘାଟ ମଧ୍ୟ ଭାଙ୍ଗିଯାଇଥିଲା । ପ୍ରକୃତିର ଏହି ଭୟଙ୍କର ରୂପକୁ ସ୍ଥାନୀୟ ଅଞ୍ଚଳର ଜଣେ ଯୁବକ ନିଜ ମୋବାଇଲ କ୍ୟାମରାରେ କଏଦ କରିଥିଲେ ଯାହାକୁ ଦେଖିଲେ ଛାତି ଧରି ଉଠୁଥିଲା । ଏହି ଘଟଣାରେ କୌଣସି କ୍ଷୟକ୍ଷତି ନେଇ ସୂଚନା ନଥିଲା । ଏହାପୂର୍ବରୁ ହିମାଚଳପ୍ରଦେଶରେ କରାଳ ରୂପ ଦେଖାଇଥିଲା ପ୍ରକୃତି । ବାଦଲଫଟା ବର୍ଷା ଯୋଗୁଁ ଘର ଭୁଶୁଡି ଦୁଇ ଜଣଙ୍କ ମୃତ୍ୟୁ ହୋଇଥିଲା । ଅଗଷ୍ଟ 1ରେ ମଧ୍ୟ ହିମାଚଳ ପ୍ରଦେଶରେ ଜଳପ୍ରଳୟ ଦେଖିବାକୁ ମିିଳିଥିଲା ।

Last Updated : Aug 29, 2022, 11:34 AM IST

ABOUT THE AUTHOR

...view details