ଓଡିଶା

odisha

ETV Bharat / bharat

ଭାରସାମ୍ୟ ହରାଇ ଖାଇକୁ ଖସିଲା ବସ୍: 13 ମୃତ, 25ରୁ ଅଧିକ ଆହତ

ଭାରସାମ୍ୟ ହରାଇ ଖାଇକୁ ଖସିଲା ବସ୍ । ଦୁର୍ଘଟଣାରେ 13 ଜଣଙ୍କ ମୃତ୍ୟୁ ଓ ୨୫ରୁ ଅଧିକ ଆହତ । ଅଧିକ ପଢନ୍ତୁ

ମହାରାଷ୍ଟ୍ରରେ ବସ୍ ଦୁର୍ଘଟଣା
ମହାରାଷ୍ଟ୍ରରେ ବସ୍ ଦୁର୍ଘଟଣା

By

Published : Apr 15, 2023, 8:09 AM IST

Updated : Apr 15, 2023, 2:08 PM IST

ମୁମ୍ବାଇ: ମହାରାଷ୍ଟ୍ରରେ ଭୟଙ୍କର ଦୁର୍ଘଟଣା । ଭାରସାମ୍ୟ ହରାଇ ଖାଇକୁ ଖସିଲା ଯାତ୍ରୀବାହୀ ବସ୍ । ଦୁର୍ଘଟଣାରେ 13 ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୨୫ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ବସ୍‌ରେ ପାଖାପାଖି ୪୦ ଜଣ ଯାତ୍ରୀ ଥିଲେ । ଖବର ପାଇ ସଙ୍ଗେ ସଙ୍ଗେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ଆଜି(ଶନିବାର) ସକାଳେ ମହାରାଷ୍ଟ୍ର ରାଇଗଡ ଅନ୍ତର୍ଗତ ଖୋପୋଲି ଅଞ୍ଚଳରେ ଏହି ବଡ ଅଘଟଣ ଘଟିଯାଇଛି । ଏନେଇ ରାଇଗଡ ଏସପି ସୂଚନା ଦେଇଛନ୍ତି ।

ପୋଲିସର ସୂଚନା ମୁତାବକ, ଏହି ବସ୍ ପୁଣେରୁ ମୁମ୍ବାଇ ଅଭିମୁଖେ ଯାତ୍ରା କରୁଥିଲା । ଆଜି ସକାଳ ପ୍ରାୟ ସାଢେ ୪ଟା ସମୟରେ ରାଇଗଡ ଖୋପୋଲିରେ ଥିବା ଶିଙ୍ଗରୋବ ମନ୍ଦିର ନିକଟରେ ବସ୍‌ଟି ଭାରସାମ୍ୟ ହରାଇ ଏକ ଖାଇ ମଧ୍ୟକୁ ଖସି ପଡିଥିଲା । ଏଥିରେ ପ୍ରାୟ ୪୦ ଯାତ୍ରୀ ଥିଲେ । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବସ୍‌ଟି ଭାଙ୍ଗି ଚୁରମାର ହୋଇଯାଇଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି । ଏଥିରେ ସ୍ଥାନୀୟ ଲୋକେ ମଧ୍ୟ ସହାୟତା କରୁଛନ୍ତି । ତେବେ ଏହି ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା 13 ଜଣଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଥିବାବେଳେ ଅନେକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ହସ୍ପିଟାଲକୁ ନିଆଯାଉଛି ।

ଏହାମଧ୍ୟ ପଢନ୍ତୁ: ଭାରସାମ୍ୟ ହରାଇ ବସକୁ ଧକ୍କା ଦେଲା ଦ୍ରୁତଗାମୀ କାର, ୬ ମୃତ

ବସ୍‌ରେ ଥିବା ସମସ୍ତ ଯାତ୍ରୀ ଏକ ସଂସ୍ଥା ସହ ଜଡିତ । ସେମାନେ ପୁଣେରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁମ୍ବାଇ ଫେରୁଥିଲେ । ହେଲେ ଫେରିବା ବାଟରେ ବସ୍‌ଟି ଭାରସାମ୍ୟ ହରାଇ ୨୦୦ ଫୁଟ ଗଭୀର ଖାଇକୁ ଖସି ପଡିଛି । ଆଜି ବଡି ଭୋର୍ ସମୟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ।

ଗୃହମନ୍ତ୍ରୀ ଅମିତ ଶାହ ରାଇଗଡ ବସ୍ ଦୁର୍ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ସେ ଘଟଣା ସମ୍ପର୍କରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ୍‌ଙ୍କ ସହ ଆଲୋଚନା କରିଛନ୍ତି । ଏହାସହିତ ମୃତକଙ୍କ ପରିବାର ବର୍ଗ ପ୍ରତି ସମବେଦନା ଜଣାଇବା ସହ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ମଧ୍ୟ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସଙ୍ଗେ ସଙ୍ଗେ ମୃତକଙ୍କ ପରିବାର ବର୍ଗକୁ ୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଓ ଆହତଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦେବା ନେଇ ଘୋଷଣା କରିଛନ୍ତି ।

ଏହାମଧ୍ୟ ପଢନ୍ତୁ: Watch Video: ହାତୀ ହାବୁଡରେ ପଡିଗଲେ ଦୁଇ ଯୁବକ, ଏମିତି ବଞ୍ଚାଇଲେ ଜୀବନ

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗତକାଲି (ଶୁକ୍ରବାର) କର୍ଣ୍ଣାଟକ କୋଡାଗୁ ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । କାର୍ ଓ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୬ ଜଣଙ୍କ ମୃତ୍ୟୁ ଘଟିଛି । ଏଥିରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ସେହିପରି କର୍ଣ୍ଣାଟକ ବେଲଗାଭି ଅଞ୍ଚଳରେ ପାଣିରେ ବୁଡି ୪ ଜଣଙ୍କ ଜୀବନ ଯାଇଛି ।

Last Updated : Apr 15, 2023, 2:08 PM IST

ABOUT THE AUTHOR

...view details