ଚେନ୍ନାଇ:ତାମିଲନାଡ଼ୁରେ ଏକ ଅନାଥ ଆଶ୍ରମର ୩ ଜଣ ଶିଶୁଙ୍କ ମୃତ୍ୟୁ ହୋଇଛି (several children died in Tamilnadu) । ଖାଦ୍ୟ ବିଷକ୍ରିୟା ଯୋଗୁଁ ସେମାନଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ବର୍ତ୍ତମାନ ୧୧ ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ସୂଚନା ମିଳିଛି । ତାମିଲନାଡ଼ୁର ତିରିପୁର ଅଞ୍ଚଳରେ ଥିବା ଏକ ଅନାଥ ଆଶ୍ରମରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି । ବୁଧବାର ରାତିରେ ପିଲାମାନେ ଭାତ ରସମ୍ ସହ ଲଡ଼ୁ ଖାଇଥିଲେ । ଏହାପରେ କିଛି ପିଲାଙ୍କ ବାନ୍ତି ଆରମ୍ଭ ହୋଇଯାଇଥିଲା ।
କୌଣସି ମତେ ବୁଧବାର ତାରି କାଟିବା ପରେ ଗୁରୁବାର ପିଲାଏ ସକାଳ ଖାଦ୍ୟ ଖାଇଥିଲେ । ଏହାପରେ କିଛି ପିଲା ବେହୋସ ହୋଇ ପଡ଼ିଥିଲେ । ପ୍ରଥମେ ସେମାନଙ୍କୁ ଏକ ଘରୋଇ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା । ଏହାପରେ ସେମାନଙ୍କୁ ତିରିପୁର ଓ ଅବିନାଶୀରେ ଥିବା ସରକାରୀ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ୧୧ ଜଣଙ୍କ ଅବସ୍ଥା ଗୁରୁତର ରହିଛି ।