ଲକ୍ଷ୍ନୌ: ମଥୁରାରେ ଭୟଙ୍କର ସଡକ ଦୁର୍ଘଟଣା । ଯମୁନା ଏକ୍ସପ୍ରେସ ୱେ ରେ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ୟାଙ୍କର କାର୍କୁ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ 7 ଜଣଙ୍କର ମୃତ୍ୟୁ ହୋଇଛି । କାର୍ଟି ଆଗ୍ରାରୁ ନୋଏଡା ଆସୁଥିବା ବେଳେ ସମସ୍ତ ମୃତକ ହରିୟାଣାର ହୋଇଥିବା ଜଣାପଡିଛି ।
ମଥୁରାରେ ଭୟଙ୍କର ସଡକ ଦୁର୍ଘଟଣା; କାରକୁ ଧକ୍କା ଦେଲା ଟ୍ୟାଙ୍କର, 7 ମୃତ ମଙ୍ଗଳବାର ବିଳମ୍ବିତ ରାତ୍ରିରେ ମଥୁରା ନୋହଜେଲ୍ ପୋଲିସ ଷ୍ଟେସନ ଅଞ୍ଚଳରେ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ୟାଙ୍କର ଅନିୟନ୍ତ୍ରିତ ହୋଇ ଇନୋଭା କାରକୁ ଧକ୍କା ଦେଇଥିଲା । ଏହାପରେ ଡିଭାଇଡରରେ ପିଟି ହୋଇ ଟ୍ୟାଙ୍କରଟି ଓଲଟି ପଡିଥିଲା ।
ଫଳରେ କାର୍ରେ ଥିବା ସମସ୍ତ 7 ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା । ଫଳରେ ଯମୁନା ଏକ୍ସପ୍ରେସ ୱେର ଯାତାୟତ କିଛି ସମୟ ପାଇଁ ଠପ୍ ହୋଇଯାଇଥିଲା । ସେପଟେ ଖବର ପାଇ ତୁରନ୍ତ ଅଗ୍ନିଶମ ବାହିନୀ ଓ ପୋଲିସ ପହଞ୍ଚି ମୃତକଙ୍କୁ ଉଦ୍ଧାର କରିବା ସହ ଟ୍ୟାଙ୍କରୁ ତେଲ ଯେପରି ଲିକ୍ ନହୁଏ ସେଥିପାଇଁ ତୁରନ୍ତ ପଦକ୍ଷେପ ମଧ୍ୟ ନେିଥିବା ଦେଖିବାକୁ ମିଳିଛି । ଏହାସହ ମୃତକଙ୍କ ପରିବାର ସହ ଯୋଗାଯୋଗ କରି ପୋଷ୍ଟମର୍ଟମ ପାଇଁ ପଠାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ