ଓଡିଶା

odisha

ETV Bharat / bharat

ଦାଉ ସାଧିଲା ଋଣ, ଆତ୍ମହତ୍ୟା ଉଦ୍ୟମ କଲେ ଗୋଟିଏ ପରିବାରର 7 ସଦସ୍ୟ - ଅଥୟ କଲା ଋଣ ଦାତାଙ୍କ ନିର୍ଯାତନା

ଅଥୟ କଲା ଋଣ ଦାତାଙ୍କ ନିର୍ଯାତନା । ଟଙ୍କା ସୁଝି ନପାରି ଆତ୍ମହତ୍ୟା ଉଦ୍ୟମ କଲେ ଗୋଟିଏ ପରିବାରର 7 ସଦସ୍ୟ, ଜଣେ ମୃତ । ଅଧିକ ପଢନ୍ତୁ

same family attempted suicide
same family attempted suicide

By

Published : Feb 3, 2023, 12:29 PM IST

ବେଙ୍ଗାଲୁରୁ:ବୋଝ ହେଲା ଋଣ ଟଙ୍କା । ଟଙ୍କା ଫେରସ୍ତ କରି ନପାରି ଚରମ ନିଷ୍ପତ୍ତି ନେଲେ ଗୋଟିଏ ପରିବାରର 7 ସଦସ୍ୟ । ଆତ୍ମହତ୍ୟା ଉଦ୍ୟମ କରୁଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅଳ୍ପକେ ବର୍ତ୍ତି ଗଲା ଛଅ ଜଣଙ୍କ ଜୀବନ । ଏଭଳି ଅଭାବନୀୟ ଘଟଣା ଘଟିଛି କର୍ଣ୍ଣାଟକର ରାମନଗର ତାଲୁକର ଡୋଡା ମାନୁଗୁଡା ଗ୍ରାମରେ । ଗୁରୁତର ଅବସ୍ଥାରେ ଛଅ ଜଣଙ୍କ ଚିକିତ୍ସା ଜାରି ରହିଥିବା ସୂଚନା ମିଳିଛି ।

ଆତ୍ମହତ୍ୟା ଉଦ୍ୟମ କରିଥିବା ସାତ ଜଣ ହେଉଛନ୍ତି ରାଜୁ, ତାଙ୍କ ସ୍ତ୍ରୀ ମଙ୍ଗଲମା, ପୁଇ ଆକାଶ, କ୍ରିଷ୍ଣା, ରାଜୁଙ୍କ ଶାଶୁ ସୋଲାପୁରାଦାମ, ତାଙ୍କ ବଡ ଝିଅ ସବିତା ଓ ତାଙ୍କ ଝିଅ ଦର୍ଶିନୀ । ଛଅ ଜଣଙ୍କ ଚିକିତ୍ସା ମାଣ୍ଡିଆ ଡାକ୍ତରଖାନାରେ ଜାରି ରହିଥିବା ବେଳେ ରାଜୁଙ୍କ ସ୍ତ୍ରୀ ମଙ୍ଗଲମାଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।

ରାଜୁ ତାଙ୍କ ପରିବାର ସହିତ ବେଙ୍ଗାଲୁରୁର ନିଜ ସହର ସୁପ୍ରପାନପାଲାୟା ଛାଡି ରାମାନଗରର ଡୋଡମାନୁଗୁଡା ଗ୍ରାମ ପରେ ରହୁଥିଲେ। ତେବେ ଜଣଙ୍କ ଠାରୁ ରାଜୁ ଟଙ୍କା ଋଣ ନେଇଥିବା ବେଳେ ତାହା ଫେରାଇବାକୁ ଅସମର୍ଥ ହୋଇଥିଲେ । ଅନେକ ସମୟରେ ଋଣ ଦେଇଥିବା ବ୍ୟକ୍ତି ଜଣଙ୍କ ଟଙ୍କା ମାଗିବା ସହ ରାଜୁଙ୍କ ପରିବାରକୁ ଗାଳି ଗୁଲଜ କରୁଥିଲେ । ଏଥିରେ ଅତିଷ୍ଠ ହୋଇ ରାଜୁ ଓ ତାଙ୍କ ପୁରା ପରିବାର ଜୀବନ ହାରିବାକୁ ନିଷ୍ପତ୍ତି ନେଇଥିଲେ । କୁହାଯାଉଛି ଯେ ରାଜୁ ପ୍ରାୟ 11 ଲକ୍ଷ ଟଙ୍କା ଋଣ ନେଇଥିଲେ । କିନ୍ତୁ ଟଙ୍କା ଫେରସ୍ତ ନକରିବାରୁ ଅନେକ ସମୟରେ ଋଣ ଦେଇଥିବା ବ୍ୟକ୍ତି ଜଣଙ୍କ ରାଜୁଙ୍କ ଘରକୁ ଆସି ଟଙ୍କା ଦେବାକୁ ଚାପ ପକାଉଥିଲେ । ତେଣୁ ପରିବାର ସଦସ୍ୟ ଜୀବନ ହାରିବାକୁ ଶେଷ କରିବାକୁ ନିଷ୍ପତ୍ତି ନେଇଥିଲେ ।

ଗତ କିଛିଦିନ ତଳେ ମଧ୍ୟପ୍ରଦେଶରୁ ଏପରି ଏକ ଘଟଣା ସାମ୍ନାକୁ ଆସିଥିଲା । ଋଣ ଟଙ୍କା ସୁଝି ନପାରି ଆତ୍ମହତ୍ୟା ଉଦ୍ୟମ କରିଥିଲେ ଗୋଟିଏ ପରିବାରର ପାଞ୍ଚ ସଦସ୍ୟ । ଗୁରୁତର ଅବସ୍ଥାରେ ହସ୍ପିଟାଲରେ ସମସ୍ତଙ୍କୁ ଭର୍ତ୍ତି କରାଯାଇଥିଲା । ବାର କଣ୍ଟ୍ରାକ୍ଟର ଭାବେ କାମ କରୁଥିବା ଜଣେ ବ୍ୟକ୍ତି ଋଣ ଟଙ୍କା ସୁଝିବା ଚିନ୍ତାରେ ନିଜେ ଆତ୍ମହତ୍ୟା ଉଦ୍ୟମ କରିବା ସହ ପୁରା ପରିବାର ମଧ୍ୟ ଆତ୍ମହତ୍ୟା ଉଦ୍ୟମ କରି ଅଳ୍ପକେ ବର୍ତ୍ତି ଯାଇଥିଲେ ।

ସେହିପରି ଜାନୁଆରୀ 30 ତାରିଖରେ ମୁମ୍ବାଇର ନାଶିକର ରାଧାକ୍ରିଷ୍ଣା ନଗରରେ ଗୋଟିଏ ପରିବାରର 3ଜଣ ସଦସ୍ୟଙ୍କ ଆତ୍ମହତ୍ୟା କରିଥିଲେ । ପଇସା କାରବାରକୁ ନେଇ ରାଧାକୃଷ୍ଣ ନଗରର ଏକ ଫଳ ବ୍ୟବସାୟୀଙ୍କ ପରିବାରର 3ଜଣ ବ୍ୟକ୍ତି ଏକା ସମୟରେ ଆତ୍ମହତ୍ୟା କରିଥିଲେ । ଏକ ବନ୍ଦ କୋଠରୀରୁ 3 ଜଣଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ତେବେ ମୃତ ବ୍ୟକ୍ତି ମାନେ ହେଲେ ବାପା ଦୀପକ ଶିରୋଡ ଓ ତାଙ୍କର ଦୁଇ ପୁଅ ପ୍ରସାଦ ଶିରୋଡ ଓ ରାକେଶ ଶିରୋଡ । ଏନେଇ ସାତପୁର ପୋଲିସ ଷ୍ଟେସନରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିଲା ।

ABOUT THE AUTHOR

...view details