ଓଡିଶା

odisha

By

Published : Mar 11, 2021, 7:42 PM IST

ETV Bharat / bharat

କାର-ଅଟୋ ମୁହାଁମୁହିଁ: 7 ମୃତ, 15 ଆହତ

ପଶ୍ଚିମବଙ୍ଗ ମୁର୍ସିଦାବାଦଠାରେ ଭୟାନକ ସଡକ ଦୁର୍ଘଟଣା । ଅଟୋ ଓ କାର ମଧ୍ୟରେ ମୁହାଁମୁହିଁ ଧକ୍କା ଯୋଗୁଁ 7 ଜଣଙ୍କ ମୃତ୍ୟୁ । ଅଧିକ ପଢନ୍ତୁ...

କାର-ଅଟୋ ମୁହାଁମୁହିଁ, 7 ମୃତ
କାର-ଅଟୋ ମୁହାଁମୁହିଁ, 7 ମୃତ

କୋଲକାତା: ପଶ୍ଚିମବଙ୍ଗ ମୁର୍ସିଦାବାଦଠାରେ ଭୟାନକ ସଡକ ଦୁର୍ଘଟଣା । ମୁର୍ସିଦାବାଦର ସୁତି ଅଞ୍ଚଳରେ ଗୁରୁବାର ପୂର୍ବାହ୍ନ ସମୟରେ ଅଟୋ ଓ କାର ମଧ୍ୟରେ ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ 7 ଜଣଙ୍କ ମୃତ୍ୟୁ ଘଟିଥିବାବେଳେ 15 ଜଣ ଆହତ ହୋଇଛନ୍ତି ।

ମୃତକଙ୍କ ମଧ୍ୟରୁ ଦୁଇ ଜଣଙ୍କ ପରିଚୟ ଜଣାପଡିଥିଲେ ହେଁ ଅନ୍ୟମାନଙ୍କ ପରିଚୟ ମିଳିପାରି ନାହିଁ । ତେବେ ସେ ଦୁଇ ମୃତକ ହେଲେ 24 ବର୍ଷୀୟ ଅଜଫାରୁଲ ଶେଖ ଓ 26 ବର୍ଷୀୟ ଫିରୋଜ ଶେଖ । ଫିରୋଜ ଅଟୋ ଡ୍ରାଇଭର ହୋଇଥିବା ଜଣାପଡିଛି । ଆହତମାନଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details