ନୂଆଦିଲ୍ଲୀ: ୟୁକ୍ରେନରେ ସ୍ଥିତି ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି । କାରଣ ଏବେ ବେସମାରିକ ଅଞ୍ଚଳରେ ଆକ୍ରମଣ କରୁଛି ଋଷ । ଏପରିସ୍ଥଳେ ଯଥାଶୀଘ୍ର ଭାରତୀୟଙ୍କୁ ୟୁକ୍ରେନରୁ ଉଦ୍ଧାର କରିବାକୁ ଅପରେସନ ଜୋରଦାର କରାଯାଇଛି । ବୁଧବାର ୬ଟି ବିମାନ ଯୋଗେ ବୁକାରେଷ୍ଟରୁ ପ୍ରାୟ ୧୨୦୦ ଭାରତୀୟଙ୍କୁ ଦେଶକୁ ପଠାଯାଇଛି । ଯୁଦ୍ଧ ପ୍ରଭାବିତ ୟୁକ୍ରେନରୁ ଭାରତୀୟଙ୍କ ଉଦ୍ଧାର କାର୍ଯ୍ୟରେ ସହାୟତା କରିବାକୁ ଯାଇଥିବା କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏହି ସୂଚନା ଦେଇଛନ୍ତି । ଆହ୍ବାନଗୁଡିକର ସାମ୍ନା କରିବା ପାଇଁ ଏବଂ ଦିନରାତି ଉଦ୍ଧାର କାର୍ଯ୍ୟରେ ସହଯୋଗ କରିବା ପାଇଁ ସିନ୍ଧିଆ ଏୟାର ଇଣ୍ଡିଆ, ଇଣ୍ଡିଗୋକୁ ଧନ୍ୟବାଦ ଦେଇଛନ୍ତି । ସିନ୍ଧିଆ ବର୍ତ୍ତମାନ ରୋମାନିଆରେ ଅଛନ୍ତି ।
୬ଟି ବିମାନରେ ଭାରତ ଫେରୁଛନ୍ତି ୧୨୦୦ ଭାରତୀୟ, କହିଲେ ସିନ୍ଧିଆ
୬ଟି ବିମାନରେ ୧୨୦୦ ଭାରତୀୟଙ୍କୁ ବୁକାରେଷ୍ଟରୁ ଭାରତ ପଠାଯାଇଛି । ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ । ଅଧିକ ପଢନ୍ତୁ
୬ଟି ବିମାନରେ ଭାରତ ଫେରୁଛନ୍ତି ୧୨୦୦ ଭାରତୀୟ, କହିଲେ ସିନ୍ଧିଆ
ୟୁକ୍ରେନର ଆକାଶମାର୍ଗ ସମ୍ପୂର୍ଣ୍ଣ ବନ୍ଦ ଥିବାବେଳେ ରୋମାନିଆ, ହଙ୍ଗେରୀ ଓ ପୋଲାଣ୍ଡ ଭଳି ଦେଶର ପଶ୍ଚିମ ପଡୋଶୀ ରାଷ୍ଟ୍ରରୁ ଉଦ୍ଧାର କାର୍ଯ୍ୟ କରାଯାଉଛି । ଭାରତୀୟଙ୍କୁ ସୁରକ୍ଷିତ ସ୍ବଦେଶ ଫେରାଇବା ପାଇଁ ସନ୍ଧିଆଙ୍କ ସମେତ ୪ କେନ୍ଦ୍ରମନ୍ତ୍ରୀ ଏହିସବୁ ରାଷ୍ଟ୍ରଗୁଡିକୁ ଯାଇଛନ୍ତି । ଭାରତ ସରକାର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କୁ ହଙ୍ଗେରୀକୁ ପଠାଇଥିବା ବେଳେ ପରିବହନ ମନ୍ତ୍ରୀ ଭିକେ ସିଂହ ପୋଲାଣ୍ଡ, ସିନ୍ଧିଆ ରୋମାନିଆ ଏବଂ ମାଲଡୋଭା ଏବଂ ଆଇନ ମନ୍ତ୍ରୀ ସ୍ଲୋଭାକିଆ ଯାଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ