ନୂଆଦିଲ୍ଲୀ: ସବୁଜ ସଙ୍କେତରେ ଖୋଲିଲା ବଜାର । ବିଦେଶୀ ପୁଞ୍ଜି ପ୍ରବାହ ଏବଂ ସକରାତ୍ମକ ବିଶ୍ବ ସ୍ତରୀୟ ସୂଚକାଙ୍କ ମଧ୍ୟରେ ମଙ୍ଗଳବାର ମାର୍କେଟ କାରବାର ଆରମ୍ଭ କରିଛି। ବିଏସଇ ସେନସେକ୍ସ 131.76 ପଏଣ୍ଟ ବୃଦ୍ଧି ପାଇ 44,281.48 ଥିବାବେଳେ ଏନଏସଇ ନିଫ୍ଟି 33.15 ପଏଣ୍ଟ ବୃଦ୍ଧି ପାଇ 13,002.10ରେ ପହଁଞ୍ଚିଛି।
ସେନସେକ୍ସ ପ୍ୟାକରେ ପ୍ରମୁଖ ଲାଭକାରୀମାନେ ହେଲେ ଅଲଟ୍ରାଚେମ୍, ଇନଫୋସିସ୍, ସନ୍ ଫାର୍ମା, ବଜାଜ୍ ଅଟୋ, ପାୱାରଗ୍ରିଡ୍, ଇଣ୍ଡୁସିଣ୍ଡ ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ, ଏଲଟି, ଟାଟା ଷ୍ଟିଲ, ଟାଇଟାନ, ହୁଲ ଏବଂ ଆଇଟିସି 2.68 ପ୍ରତିଶତକୁ ବୃଦ୍ଧି ପାଇଛି।