ଓଡିଶା

odisha

By

Published : Jun 25, 2022, 7:27 PM IST

ETV Bharat / bharat

Secunderabad Railway Station Riots: 14 ଦିନିଆ ରିମାଣ୍ଡରେ ମୁଖ୍ୟ ଅଭିଯୁକ୍ତ

ତେଲେଙ୍ଗାନା ସିକନ୍ଦରାବାଦ ରେଳ ଷ୍ଟେସନ ହିଂସା ମାମଲାରେ ଗିରଫ ମୁଖ୍ୟ ଅଭିଯୁକ୍ତକୁ 14 ଦିନିଆ ରିମାଣ୍ଡରେ ନେଲା ପୋଲିସ । ଗତ 17 ତାରିଖରେ ଅଗ୍ନିପଥ ବିରୋଧୀ ପ୍ରତିବାଦ ବେଳେ ଦେଖିବାକୁ ମିଳିଥିଲା ବ୍ୟାପକ ହିଂସା । ଅଧିକ ପଢନ୍ତୁ

Secunderabad Railway Station riots: ନ୍ୟାୟିକ ହାଜତରେ ମୁଖ୍ୟ ଅଭିଯୁକ୍ତ
Secunderabad Railway Station riots: ନ୍ୟାୟିକ ହାଜତରେ ମୁଖ୍ୟ ଅଭିଯୁକ୍ତ

ହାଇଦ୍ରାବାଦ:ଅଗ୍ନିପଥ ଯୋଜନାକୁ ବିରୋଧ କରି ପ୍ରତିବାଦ ବେଳେ ତେଲେଙ୍ଗାନାର ସିକନ୍ଦରାବାଦ ରେଳ ଷ୍ଟେସନରେ ହୋଇଥିବା ହିଂସା (Secunderabad Railway Station riots) ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଗତକାଲି ପୋଲିସ ଗିରଫ କରିଛି । ଆଜି କୋର୍ଟ ଚାଲାଣ ପରେ ଅଭିଯୁକ୍ତକୁ ପୋଲିସ 14 ଦିନିଆ ରିମାଣ୍ଡରେ ନେଇଥିବା ରେଳବାଇ ପୋଲିସ ପକ୍ଷରୁ ସୂଚନା ମିଳିଛି । ଗତକାଲି (ଶୁକ୍ରବାର) ମୁଖ୍ୟ ଅଭିଯୁକ୍ତ ସୁବାରାଓ ଓ ତାର 3 ସହଯୋଗୀଙ୍କୁ ପୋଲିସ ଗିରଫ କରିଥିଲା ।

ଚଳିତ 17 ତାରିଖରେ ଏହି ହିଂସା ଦେଖିବାକୁୁ ମିଳିଥିଲା । ସେନାରେ ଭର୍ତ୍ତି ପାଇଁ ଆଶାୟୀ ଥିବା ବହୁ ଯୁବକ ଅଗ୍ନିପଥ ଯୋଜନା ନେଇ କେନ୍ଦ୍ର ସରକାର ବିରୋଧରେ ପ୍ରତିବାଦ କରିବା ସହ ରେଳ ଷ୍ଟେସନରେ ବ୍ୟାପକ ଭଙ୍ଗାରୁଜା ଓ ଜଳାପୋଡା ମଧ୍ୟ କରିଥିଲେ । ଏକାଧିକ ଟ୍ରେନରେ ନିଆଁ ଲଗାଇ ଦିଆଯାଇଥିଲା । ଏହି ହିଂସାରେ ଜଣେ ବ୍ୟକ୍ତି ପ୍ରାଣ ହରାଇଥିବା ବେଳେ ଏକାଧିକ ଆହତ ମଧ୍ୟ ହୋଇଥିଲେ ।

ଘଟଣାର ମୁଖ୍ୟ ଷଡଯନ୍ତ୍ରକାରୀ କୁହାଯାଉଥିବା ଆଭୁଲା ସୁବାରାଓ ଜଣେ ପୂର୍ବତନ ସେନାକର୍ମଚାରୀ । ସେ ସେନାରୁ ସେବାନିବୃତ୍ତ ହେବା ପରେ ଏକ ଡିଫେନ୍ସ ଏକାଡେମୀ ପ୍ରତିଷ୍ଠା କରିଥିଲେ । ସେନା ଭର୍ତ୍ତି ପାଇଁ ଆଶାୟୀ ଯୁବକଙ୍କ ଠାରୁ 3 ଲକ୍ଷ ଟଙ୍କା ପ୍ରଶିକ୍ଷଣ ଫି ବାବାଦକୁ ନେଉଥିଲା ସୁବାରାଓଙ୍କ କୋଚିଂ ସେଣ୍ଟର । ତେବେ କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନା ଘୋଷଣା ହେବା ପରେ ଉକ୍ତ କୋଚିଂ ସେଣ୍ଟରରେ ପ୍ରଶିକ୍ଷଣ ନେଉଥିବା ଛାତ୍ରଙ୍କ ଦ୍ବାରା ଏକ ପ୍ରତିବାଦ ଶୋଭାଯାତ୍ରା ବାହାର କରିଥିଲେ ସୁବାରାଓ ।

ଏହି ଶୋଭାଯାତ୍ରା ବେଳେ ଉତ୍ତେଜନା ସୃଷ୍ଟିକାରୀ ବାର୍ତ୍ତା ମଧ୍ୟ ହ୍ବାଟ୍ସଆପରେ ପ୍ରାସାରିତ ହୋଇଥିଲା । ଫଳରେ ଆନ୍ଦୋଳନରତ ଯୁବକମାନେ ବ୍ୟାପକ ଭଙ୍ଗାରୁଜା କରିବା ସହ ଟ୍ରେନରେ ନିଆଁ ଲଗାଇ ଦେଇଥିଲେ । ଏହି ଘଟଣାରେ କୋଚିଂ ସେଣ୍ଟର ମୁଖ୍ୟ ସୁବାରାଓ ଓ ତାର 3 ସହଯୋଗୀଙ୍କୁ ଗତକାଲି ଗିରଫ କରାଯାଇଥିଲା । ଆଜି ସୁବାରାଓଙ୍କୁ କୋର୍ଟରେ ହାଜର ପରେ 14 ଦିନିଆ ରିମାଣ୍ଡରେ ନେଇଛି ପୋଲିସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details