ଓଡିଶା

odisha

ETV Bharat / bharat

Monkey Pox: କେରଳରେ ଚିହ୍ନଟ ହେଲା ଦ୍ୱିତୀୟ ମାମଲା - ମଙ୍କିପକ୍ସର ଦ୍ବିତୀୟ ମାମଲା ଚିହ୍ନଟ

କେରଳରେ ଚିହ୍ନଟ ହେଲା ମଙ୍କିପକ୍ସର ଦ୍ବିତୀୟ ମାମଲା । କନ୍ନରୁ ଜିଲ୍ଲାରେ ହୋଇଥିବା ସୂଚନା ଦେଲା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ । ଅଧିକ ପଢନ୍ତୁ

Monkey Pox: କେରଳରେ ଚିହ୍ନଟ ହେଲା ଦ୍ବିତୀୟ ମାମଲା
Monkey Pox: କେରଳରେ ଚିହ୍ନଟ ହେଲା ଦ୍ବିତୀୟ ମାମଲା

By

Published : Jul 18, 2022, 5:04 PM IST

ଥିରୁଅନନ୍ତପୁରମ:କେରଳରେ ମଙ୍କିପକ୍ସ ଭୂତାଣୁର ଦ୍ବିତୀୟ ମାମଲା ଚିହ୍ନଟ ହୋଇଛି । କନ୍ନୁର ଜିଲ୍ଲାରେ ଜଣେ ସଂକ୍ରମିତଙ୍କ ଠାରେ ମଙ୍କିପକ୍ସ ଲକ୍ଷଣ ପ୍ରକାଶ ପଇବା ପରେ ନମୂନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠା ଯାଇଥିଲା । ତେବେ ସଂକ୍ରମିତ ମଙ୍କିପକ୍ସରେ ସଂକ୍ରମିତ ହୋଇଥିବା ସ୍ପଷ୍ଟ ହୋଇଛି ।

ଗୋପନୀୟତା କାରଣରୁ ସଂକ୍ରମିତଙ୍କ ନାମ ଓ ଅନ୍ୟାନ୍ୟ ଠିକଣା ସାର୍ବଜନୀନ କରାଯାଇନାହିଁ । ସଂକ୍ରମିତଙ୍କ ବୟସ 31 ବର୍ଷ ଓ ସେ 13 ତାରିଖରେ ଦୁବାଇରୁ କର୍ଣ୍ଣାଟକର ମାଙ୍ଗାଲୋର ବିମାନ ବନ୍ଦରରେ ଅବତରଣ କରିଥିଲେ । ପରେ ସେ କେରଳ ଅଭିମୁଖେ ଯାତ୍ରା କରିଥିଲେ । ସେଠାରେ ତାଙ୍କ ଠାରେ ମଙ୍କିପକ୍ସ ଲକ୍ଷଣ ପ୍ରକାଶ ପାଇବା ପରେ ତାଙ୍କ ଠାରୁ ନମୂନା ସଂଗ୍ରହ କରାଯାଇ ପୁଣେ ସ୍ଥିତ ଜାତୀୟ ଭୂତାଣୁ ପ୍ରତିଷ୍ଠାନ (NIV)କୁ ପଠାଯାଇଥିଲା । ଆଜି ତାଙ୍କ ରିପୋର୍ଟ ଆସିବା ପରେ ସେ ମଙ୍କିପକ୍ସରେ ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇଛି । ଆକ୍ରାନ୍ତଙ୍କୁ ସଙ୍ଗରୋଧରେ ନିରୀକ୍ଷଣରେ ରଖାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details