ଓଡିଶା

odisha

ETV Bharat / bharat

SDM ଜ୍ୟୋତି ମୌର୍ଯ୍ୟଙ୍କ ବଡ଼ ଯାଆ ଶାଶୁଘର ବିରୋଧରେ ଆଣିଲେ ସାଂଘାତିକ ଅଭିଯୋଗ, ବଢ଼ିଲା ଆଲୋକଙ୍କ ଅଡୁଆ - ଏସଡିଏମ ଜ୍ୟୋତି ମୌର୍ଯ୍ୟ

ଏସଡିଏମ ଜ୍ୟୋତି ମୌର୍ଯ୍ୟଙ୍କ ପରେ ଶାଶୁଘର ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ବଡ଼ ଯାଆ ଶୁଭ୍ରା ମୌର୍ଯ୍ୟ । ଶୁଭ୍ରାଙ୍କ ଅଭିଯୋଗ ପରେ ଆଲୋକଙ୍କ ପରିବାର ଲୋକଙ୍କ ଚିନ୍ତା ବଢ଼ିଯାଇଛି । ଅଧିକ ପଢ଼ନ୍ତୁ

sdm jyoti maurya case
ଏସଡିଏମ ଜ୍ୟୋତି ମୌର୍ଯ୍ୟ ବିବାହ ମାମଲା

By

Published : Jul 23, 2023, 9:10 PM IST

ଲକ୍ଷ୍ମୌ:SDM ଜ୍ୟୋତି ମୌର୍ଯ୍ୟଙ୍କୁ ନେଇ ସାରା ଦେଶରେ ଚର୍ଚ୍ଚା ଲାଗି ରହିଥିବା ବେଳେ ଆଲୋକଙ୍କ ପାଇଁ ଅଡୁଆ ସାଜିଲେ ଭାଉଜ । ଜ୍ୟୋତି ମୌର୍ଯ୍ୟଙ୍କ ବଡ଼ ଯାଆ ଶୁଭ୍ରା ମୌର୍ଯ୍ୟ ସ୍ବାମୀ ଏବଂ ଦିଅରଙ୍କ ସମେତ ଶାଶୁଘରଙ୍କ ବିରୋଧରେ ଯୌତୁକ ନିର୍ଯାତନାର ସାଂଘାତିକ ଅଭିଯୋଗ ଆଣିଛନ୍ତି । ଶୁଭ୍ରାଙ୍କ ଅଭିଯୋଗ କ୍ରମେ ଶାଶୁଘର ଲୋକଙ୍କ ବିରୋଧରେ ଧୁମନଗଞ୍ଜ ଥାନା ପୋଲିସ ମାମାଲା ରୁଜୁ କରିଛି । ଫଳରେ ଜ୍ୟୋତିଙ୍କ ସ୍ବାମୀ ଆଲୋକ ଅସୁବିଧାରେ ପଡ଼ିପାରନ୍ତି ବୋଲି କୁହାଯାଉଛି ।

କାଳିନ୍ଦିପୁରମ ନିବାସୀ ଶୁଭ୍ରା ଜଣେ ଅଧ୍ୟାପିକା ଅଟନ୍ତି । ସେ ଆଲୋକ ମୌର୍ଯ୍ୟଙ୍କ ବଡ଼ ଭାଇ ବିନୋଦ ମୌର୍ଯ୍ୟଙ୍କ ସ୍ତ୍ରୀ । ବର୍ତ୍ତମାନ ସେ ଦେବୀନଗର ମୀରା ପଟ୍ଟି ସ୍ଥିତ ପ୍ରୟାଗରାଜରେ ରୁହନ୍ତି । ଗତ ଜୁଲାଇ ୧୩ ତାରିଖରେ ଶାଶୁଘର ଲୋକଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି । ଶୁଭ୍ରାଙ୍କ ଅଭିଯୋଗ ଅନୁଯାୟୀ, ବିବାହ ସମୟରେ ସ୍ବାମୀ ବିନୋଦ ମୌର୍ଯ୍ୟ ଇଣ୍ଟେଲିଜେନ୍ସ ବ୍ୟୁରୋରେ ଅଧିକାରୀ ଥିବା କୁହାଯାଇଥିଲା । କିନ୍ତୁ ପରେ ସେ ପ୍ରୟାଗରାଜରେ ଜିଏସଟି ବିଭାଗରେ ଷ୍ଟେନୋଗ୍ରାଫର ପଦରେ କାମ କରୁଥିବା ଜଣାପଡ଼ିଥିଲା । ମିଛ କହି ଶୁଭ୍ରାଙ୍କ ସହ ତାଙ୍କର ବିବାହ କରାଯାଇଥିବା ସେ ଅଭିଯୋଗ କରିଛନ୍ତି । ବିବାହ ସମୟରେ ନଗଦ ୫ ଲକ୍ଷ ଟଙ୍କା, ୫ ଲକ୍ଷ ଟଙ୍କାର ସୁନା ଗହଣ ଓ କାର ସମେତ ଅନେକ ଜିନିଷ ଆଣିଥିଲେ । ଏହା ସତ୍ତ୍ବେ ମଧ୍ୟ ତାଙ୍କୁ ଯୌତୁକ ନିର୍ଯାତନା ଦିଆଯାଉଥିଲା । ସ୍ବାମୀଙ୍କ ସମେତ ଶାଶୁଘର ଲୋକେ ଶୁଭ୍ରାଙ୍କୁ ମାରପିଟ କରୁଥିଲେ ।

ଏହା ମଧ୍ୟ ପଢ଼ନ୍ତୁ:SDM ଜ୍ୟୋତି ମୌର୍ଯ୍ୟ ମାମଲା: ସ୍ବାମୀ ଆଲୋକ କରୁଥିଲେ ବ୍ଲାକମେଲ୍ !

ଶୁଭ୍ରା ଆହୁରି ମଧ୍ୟ କହିଛନ୍ତି ଯେ, ୨୦୧୫ରେ ସହକାରୀ ଅଧ୍ୟାପିକା ଭାବେ ନିଯୁକ୍ତି ପାଇଥିଲେ । ଚାକିରି ପାଇବା ପରେ ଶାଶୁଘରେ ସବୁ ଠିକ ଚାଲିଥିଲା । ମାତ୍ର ଏହାର କିଛି ଦିନପରେ ପୁଣି ନିର୍ଯାତନା ଦେବା ଆରମ୍ଭ ହୋଇଥିଲା । ଶୁଭ୍ରାଙ୍କ ଝିଅ ଜନ୍ମ ହେବାରୁ ଶାଶୁଘର ଲୋକେ ତାଙ୍କୁ ଭର୍ତ୍ସନା କରିଥିବା ସେ ଅଭିଯୋଗ କରିଛନ୍ତି । ଶାଶୁଘର ଲୋକେ ପୁଅ ଚାହୁଁଥିଲେ, ଝିଅ ହେବାରୁ ତାକୁ ମାରିଦେବାକୁ ଉଦ୍ୟମ କରିଥିଲେ । ଏହାକୁ ନେଇ ସେ ଅନେକ ଥର ଥାନାରେ ଅଭିଯୋଗ କରିଥିଲେ । ମାତ୍ର ପୋଲିସ କୌଣସି ମାମଲା ରୁଜୁ କରିନଥିବା ଶୁଭ୍ରା ଅଭିଯୋଗ କରିଛନ୍ତି । କିଛିଦିନ ହେବ ସୋସିଆଲ ମିଡ଼ିଆରେ ନିଜ ଯନ୍ତ୍ରଣା ବଖାଣିବା ପରେ ପୋଲିସ ଘଟଣାର ମାମଲା ରୁଜୁ କରିଛି । ଏହା ପୂର୍ବରୁ ଜ୍ୟୋତି ମଧ୍ୟ ନିଜ ସ୍ବାମୀ ଏବଂ ଶାଶୁଘର ଲୋକଙ୍କ ବିରୋଧରେ ଯୌତୁକ ନିର୍ଯାତନା ଆଣିଥିଲେ ।

ABOUT THE AUTHOR

...view details