ଅଗରତାଲା: ବିମାନ ଚଳାଚଳ କ୍ଷେତ୍ରରେ ତ୍ରିପୁରା ପାଇଁ କେନ୍ଦ୍ରର ପ୍ୟାକେଜ । ବିମାନ କ୍ଷେତ୍ରରେ ସାମରିକ ବିକାଶ ପାଇଁ କେନ୍ଦ୍ର ସରକାର ଏମବିବି ବିମାନବନ୍ଦର ପାଇଁ 490 କୋଟି ଟଙ୍କା ବିନିଯୋଗ ମଞ୍ଜୁର କରିଛନ୍ତି । କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏହି ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଳବ କୁମାର ଦେବ ।
ଅଗରତାଲା ବିମାନ ବନ୍ଦରର ବିକାଶ ପାଇଁ ୪୯୦କୋଟି ବିନିଯୋଗ ହେବ । ବର୍ତ୍ତମାନ ଏମବିବି ବିମାନରେ ଘଣ୍ଟାପ୍ରତି ୫୦୦ ଯାତ୍ରୀଙ୍କ ପାଇଁ ବ୍ୟବସ୍ଥା ରହିଛି । ଏହି ବିନିଯୋଗ ପରେ ଯାତ୍ରୀଙ୍କ କ୍ଷମତାଙ୍କ ସଂଖ୍ୟା ଘଣ୍ଟାପ୍ରତି ୧୨୦୦କୁ ବୃଦ୍ଧି ହେବ ବୋଲି ସୂଚନା ଦେଇଛନ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ । ସେ ଆହୁରି କହିଛନ୍ତି ଏହି ନୂତନ ପୁଞ୍ଜି ବିନିଯୋଗ ସହିତ MBB ବିମାନବନ୍ଦର କ୍ଷମତା 2.5 ଗୁଣ ବୃଦ୍ଧି ପାଇବ ।