ଗାନ୍ଧୀନଗର:ଗୁରୁ ଶିଷ୍ୟ ଭଳି ପବିତ୍ର ସମ୍ପର୍କରେ ଲାଗିଲା କଳଙ୍କ । ଶିଷ୍ୟକୁ ଭୁଲ ଠିକ୍ର ରାସ୍ତା ଦେଖାଉଥିବା ଗୁରୁ ଜଣକ ନିଜେ ପାଲଟିଛି ଅମଣିଷ । ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ କରିବା ନିନ୍ଦନୀୟ କାଣ୍ଡ ଭିଆଇଛି । ଏଭଳି ଏକ ଘଟଣା ଗୁଜୁରାଟ ସୁରଟ ଜିଲ୍ଲାରେ ଘଟିଥିବା ବେଳେ ସୁରଟ କୋର୍ଟ ଅଭିଯୁକ୍ତ ଶିକ୍ଷକକୁ ୨୦ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ଏହାସହିତ ପୀଡ଼ିତାଙ୍କ ପରିବାରକୁ ୧ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ଲାଗି ଜିଲ୍ଲା ଆଇନ ସେବା କର୍ତ୍ତୃପକ୍ଷଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ଏହି ଘଟଣା ୨୦୨୨ ମସିହାରେ ଘଟିଥିଲା । କୋର୍ଟ ଆଜି ଏହି ମାମଲାର ଶୁଣାଣି କରିବା ସମୟରେ କହିଥିଲେ ଯେ ଅଭିଯୁକ୍ତ ଜଣକ ଜଣେ ଶିକ୍ଷକ । ସେ ଏଭଳି କାଣ୍ଡ କରି ଗୁରୁ ଶିଷ୍ୟ ସମ୍ପର୍କରେ କଳଙ୍କ ଲଗାଇଛନ୍ତି । ଏହି ଘଟଣାକୁ କୋର୍ଟ କେବେ ବି ହାଲୁକାରେ ନେଇ ପାରିବେ ନାହିଁ । ସରକାରୀ ଓକିଲ ଦୀପେଶ ଦାବେ କୋର୍ଟରେ ଯୁକ୍ତି ବାଢିଥିବା ସମୟରେ ଅଭିଯୁକ୍ତ ଶିକ୍ଷକକୁ ଆହୁରି କଡ଼ା ସଜ୍ଜା ଦେବା ଲାଗି କୋର୍ଟଙ୍କୁ ଅନୁରୋଧ କରିଥିଲେ । ତେବେ କୋର୍ଟ ଶୁଣାଣି କରି ଅଭିଯୁକ୍ତ ଶିକ୍ଷକ ପାପୁରାମକୁ ୨୦ ବର୍ଷ ଜେଲ ଦଣ୍ଡାଦେଶ ସହିତ ୫୦ ହଜାର ଟଙ୍କା ଜୋରିମାନା ଭରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାସହିତ ପୀଡ଼ିତାଙ୍କ ପରିବାରକୁ ୧ ଲକ୍ଷ ଟଙ୍କା ଦେବା ଲାଗି ଜିଲ୍ଲା ଆଇନ ସେବା କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ଏହା ବି ପଢନ୍ତୁ- ଛାତ୍ରଙ୍କ ପ୍ରେମରେ ଉବୁଟୁବୁ ଶିକ୍ଷୟିତ୍ରୀ, ଶାରୀରିକ ସମ୍ପର୍କ ପାଇଁ କରୁଥିଲେ ବାଧ୍ୟ !