ଓଡିଶା

odisha

By

Published : Feb 28, 2021, 9:05 PM IST

ETV Bharat / bharat

ପୁନେରେ 14 ମାର୍ଚ୍ଚ ପର୍ଯ୍ୟନ୍ତ ସ୍କୁଲ-କଲେଜ, କୋଚିଂ ସେଣ୍ଟର ବନ୍ଦ

କରୋନା ଭୂତାଣୁ ବୃଦ୍ଧି ହେତୁ ମହାରାଷ୍ଟ୍ର ପୁନେରେ ନାଇଟ୍ କର୍ଫ୍ୟୁ ମାର୍ଚ୍ଚ 14 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏଥିସହ ବିଦ୍ୟାଳୟ, କଲେଜ, ଘରୋଇ କୋଚିଂ ସେଣ୍ଟର ମାର୍ଚ୍ଚ 14 ପର୍ଯ୍ୟନ୍ତ ବନ୍ଦ କରାଯାଇଛି । ଅଧିକ ପଢନ୍ତୁ...

ମହାରାଷ୍ଟ୍ରରେ କୋରୋନା ପ୍ରକୋପ, ପୁନେରେ 14 ମାର୍ଚ୍ଚ ପର୍ଯ୍ୟନ୍ତ ସ୍କୁଲ, କଲେଜ, କୋଚିଂ ସେଣ୍ଟର ବନ୍ଦ
ମହାରାଷ୍ଟ୍ରରେ କୋରୋନା ପ୍ରକୋପ, ପୁନେରେ 14 ମାର୍ଚ୍ଚ ପର୍ଯ୍ୟନ୍ତ ସ୍କୁଲ, କଲେଜ, କୋଚିଂ ସେଣ୍ଟର ବନ୍ଦ

ମୁମ୍ବାଇ : ମହାରାଷ୍ଟ୍ରରେ କରୋନା ସଂକ୍ରମଣ ପୁଣି ଥରେ ଶିଖରରେ ପହଞ୍ଚିଛି । ପରିସ୍ଥିତି ଏତେ ଖରାପ ହୋଇଛି ଯେ, ସରକାରଙ୍କୁ ଅନେକ କଠୋର ନିଷ୍ପତ୍ତି ଆପଣାଇବାକୁ ପଡିଛି । କରୋନା ଭୂତାଣୁ ବୃଦ୍ଧି ହେତୁ ମହାରାଷ୍ଟ୍ର ପୁନେରେ ନାଇଟ୍ କର୍ଫ୍ୟୁ ମାର୍ଚ୍ଚ 14 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏଥିସହ ବିଦ୍ୟାଳୟ, କଲେଜ, ଘରୋଇ କୋଚିଂ ସେଣ୍ଟର ମାର୍ଚ୍ଚ 14 ପର୍ଯ୍ୟନ୍ତ ବନ୍ଦ କରାଯାଇଛି ।

କରୋନା ମାମଲା ବଢିବା ପରେ ଫେବୃଆରୀ 21ରେ 28 ଫେବୃଆରୀ ପର୍ଯ୍ୟନ୍ତ ପୁନେରେ ନାଇଟ୍ କର୍ଫ୍ୟୁ ଏବଂ ଅନ୍ୟାନ୍ୟ ପ୍ରତିବନ୍ଧକ ଲାଗୁ କରାଯାଇଥିଲା । ଯାହା ବର୍ତ୍ତମାନ ମାର୍ଚ୍ଚ 14କୁ ବୃଦ୍ଧି କରାଯାଇଛି । ପୁନେ ମେୟର ମୁରଲୀଧର ମୋହଲ ରବିବାର ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, କେବଳ ଅତ୍ୟାବଶ୍ୟକ ସେବାରେ ନିୟୋଜିତ ଥିବା ଯାନ ଗୁଡିକ ରାତି 11 ଟାରୁ ସକାଳ 6 ଟା ପର୍ଯ୍ୟନ୍ତ ଯିବାକୁ ଅନୁମତି ଦିଆଯାଇଛି । ସହରର ରେଷ୍ଟୁରାଣ୍ଟ ଗୁଡିକୁ ମଧ୍ୟ ରାତି 11 ଟାରେ ବନ୍ଦ କରାଯିବ । ପୂର୍ବରୁ ରେଷ୍ଟୁରାଣ୍ଟ ଗୁଡିକ ରାତି 1ଟା ପର୍ଯ୍ୟନ୍ତ ଖୋଲା ଯାଉଥିଲା । ଏଥିସହ ବିବାହରେ 50 ରୁ ଅଧିକ ଲୋକ ଆସିଲେ ଜରିମାନା ଲାଗୁ କରାଯିବ ।

ପୁନେ ବ୍ୟତୀତ ମହାରାଷ୍ଟ୍ରର ଔରଙ୍ଗାବାଦ ନିଗମ ପଞ୍ଚମରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ଟ୍ୟୁସନ ଗୁଡିକୁ ବନ୍ଦ କରି ଦିଆଯାଇଛି । ଏହି ପ୍ରତିବନ୍ଧକ ମାର୍ଚ୍ଚ 15 ତାରିଖ ପର୍ଯ୍ୟନ୍ତ ଲାଗୁ ହେବ ।

ଏଥିସହ, କ୍ଲାସ୍ 11 ଟ୍ୟୁସନ ମଧ୍ୟ ବନ୍ଦ କରାଯାଇଛି । ବୋର୍ଡ ପରୀକ୍ଷା ଥିବାରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଆଶ୍ୱସ୍ତ ମିଳିଛି । ଛାତ୍ରମାନଙ୍କ ଏକଜୁଟକୁ ବନ୍ଦ କରିବା ପାଇଁ କମିଶନର ଆଶିକ କୁମାର ପାଣ୍ଡେ ଏହି ନିର୍ଦ୍ଦେଶ ଦେଇଛନ୍ତି । ଛାତ୍ରମାନଙ୍କୁ ଅନଲାଇନ୍ କ୍ଲାସର ବିକଳ୍ପ ଦିଆଯାଇଛି । କହିରଖୁଛି ଯେ, ଶୁକ୍ରବାର ଦିନ ଔରଙ୍ଗାବାଦରେ କରୋନାର 247 ଟି ନୂଆ ପଜେଟିଭ ମାମଲା ସାମ୍ନାକୁ ଆସିଛି ।

ABOUT THE AUTHOR

...view details