ନୂଆଦିଲ୍ଲୀ:ଗିରଫ ହୋଇ ଜେଲରେ ଥିବା ମହାରାଷ୍ଟ୍ରର ଦୁଇ ବରିଷ୍ଠ ନେତା ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖ ଓ ଏନସିପିର ବରିଷ୍ଠ ନେତା ନଓ୍ବାବ ମଲ୍ଲିକଙ୍କୁ ପୁଣି ସର୍ବୋଚ୍ଚ କୋର୍ଟକୁ ଝଟକା । ବିଧାନ ପରିଷଦ ନିର୍ବାଚନ (MLC election) ରେ ଭୋଟ ଦେବା ପାଇଁ ଉଭୟ କରିଥିବା ଅସ୍ଥାୟୀ ଜାମିନ ଆବେଦନକୁ ଖାରଜ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।
ଆଜି ଜଷ୍ଟିସ ସି.ଟି ରବି କୁମାର ଓ ସୁଧାଂଶୁ ଧୁଲିଆଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଆବେଦନର ଶୁଣାଣି କରିିଥିଲେ । ଭାରତୀୟ ସମ୍ବିଧାନର ଧାରା 62 (5) ଅନୁସାରେ ଯେକୌଣସି ବ୍ୟକ୍ତି ଜେଲରେ ଥିବା ସମୟରେ କୌଣସି ପ୍ରକାର ନିର୍ବାଚନରେ ମତଦାନ ପାଇଁ ବେଲ ମଞ୍ଜୁରୀ ନପାଇବାର ପ୍ରାବଧାନ ରହିଛି । ତେଣୁ ଉଭୟଙ୍କୁ ଜାମିନ ପ୍ରଦାନ କରାଯାଇପାରିବ ନାହିଁ ବୋଲି ଖଣ୍ଡପୀଠ ଶୁଣାଣିରେ କହିଥିଲେ ।