ହାଇଦ୍ରାବାଦ: ବହୁଚର୍ଚ୍ଚିତ ଝାଡଖଣ୍ଡ ଖଣି ଦୁର୍ନୀତି ମାମଲାରେ ନିଲମ୍ବିତ ତଥା ଗିରଫ ହୋଇ ଜେଲରେ ଥିବା ଖଣି ସଚିବ ପୂଜା ସିଙ୍ଘଲଙ୍କୁ ଆଜି ସର୍ବୋଚ୍ଚ କୋର୍ଟରୁ ଜାମିନ ମିଳିଛି (Jharkhand mining scam) । ପୂଜାର ଝିଅ ଅସୁସ୍ଥ ଥିବା କାରଣରୁ ତାଙ୍କୁ ରିଲିଫ ପ୍ରଦାନ କରିବା ପାଇଁ ସେ ସର୍ବୋଚ୍ଚ କୋର୍ଟରେ ହାଜର ହୋଇଥିଲେ । ମାତ୍ର ଏକ ମାସ ପାଇଁ ତାଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି କୋର୍ଟ ।
ଆଜି ଏହି ଆବେଦନର ଶୁଣାଣି ବିଚାରପତି ଜଷ୍ଟିସ ସଞ୍ଜୟ କିଶାନ କୌଲ, ଜଷ୍ଟିସ ଅଭୟ ଏସ ଓକାଙ୍କ ଖଣ୍ଡପୀଠରେ ହୋଇଥିଲା । କୋର୍ଟ ପୂଜାଙ୍କୁ ନିୟମିତ ଜାମିନ ପରିବର୍ତ୍ତେ ଝିଅର ଅସୁସ୍ଥତା ପାଇଁ ମାତ୍ର ଏକ ମାସ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି । ସେହିପରି କିଛି ସର୍ତ୍ତାବଳୀ ମଧ୍ୟ ରଖାଯାଇଛି । ରାଜଧାନୀ ରାଞ୍ଚିରେ ତାଙ୍କ ମାମଲାର ଶୁଣାଣି ପାଇଁ ନିଷ୍ପତ୍ତି ନହେବା ଯାଏ ସେ ରାଞ୍ଚି ଗସ୍ତ କରିବେ ନାହିଁ ବୋଲି ମଧ୍ୟ ଅଦାଲତ ଜାମିନରେ ସର୍ତ୍ତ ରଖିଛନ୍ତି (Jharkhand mining scam) ।