ଓଡିଶା

odisha

ଗୌହାଟୀରେ ଥିବ ୪୦ ବିଦ୍ରୋହୀ ବିଧାୟକ ଜିଅନ୍ତା ମୃତଦେହ: ସଞ୍ଜୟ ରାଉତ

By

Published : Jun 27, 2022, 10:30 AM IST

ଗୌହାଟୀରେ ଥିବା ୪୦ ବିଧାୟକଙ୍କୁ କଡା ସମାଲୋଚନା କଲେ ଶିବସେନା ମୁଖପାତ୍ର ସଞ୍ଜୟ ରାଉତ । ବିଦ୍ରୋହୀ ବିଧାୟକଙ୍କୁ ଜିଅନ୍ତା ମୃତଦେହ କହିବା ସହ ସେମାନଙ୍କ ଶରୀର ଫେରିବ କିନ୍ତୁ ସେଥିରେ ଆତ୍ମା ନଥିବ କହିଛନ୍ତି ସଞ୍ଜୟ । ଅଧିକ ପଢନ୍ତୁ

ଗୌହାଟୀରେ ଥିବା ୪୦ ବିଦ୍ରୋହୀ ବିଧାୟକ ଜିଅନ୍ତା ମୃତହେଦ: ସଞ୍ଜୟ ରାଉତ
ଗୌହାଟୀରେ ଥିବା ୪୦ ବିଦ୍ରୋହୀ ବିଧାୟକ ଜିଅନ୍ତା ମୃତହେଦ: ସଞ୍ଜୟ ରାଉତ

ମୁମ୍ବାଇ:ମହାରାଷ୍ଟ୍ରରେ ରାଜନୈତିକ ବିବାଦକୁ ନେଇ ଜାରି ରହିଛି ବୟାନବାଜି । ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବିରୋଧରେ ଏକନାଥ ସିନ୍ଦେଙ୍କ ନେତୃତ୍ବରେ ଗୌହାଟୀରେ ଡେରା ପକାଇଛନ୍ତି ବିଦ୍ରୋହୀ ବିଧାୟକ । ଏହାରି ମଧ୍ୟରେ ଗୌହାଟୀରେ ଥିବା ୪୦ ବିଧାୟକଙ୍କୁ କଡା ଭାଷାରେ ସମାଲୋଚନା କରିଛନ୍ତି ଶିବସେନା ମୁଖପାତ୍ର ସଞ୍ଜୟ ରାଉତ । ସେଠାରେ ଥିବା ସମସ୍ତ ବିଦ୍ରୋହୀ ବିଧାୟକଙ୍କୁ ଜିଅନ୍ତା ମୃତଦେହ କହିବା ସହ ସେମାନଙ୍କ ଶରୀର ଫେରିବ କିନ୍ତୁ ସେଥିରେ ଆତ୍ମା ନଥିବ କହିଛନ୍ତି ସଞ୍ଜୟ ।

ଗତକାଲି ମୁମ୍ବାଇରେ ଶିବସେନା ଦ୍ବାରା ଏକ ସମାବେଶ ଅନୁଷ୍ଠିତ ହୋଇଥିଲା । ସେଠାରେ ବିଦ୍ରୋହୀ ବିଧାୟକଙ୍କୁ ନେଇ ଏପରି ବିବାଦୀୟ ବୟାନ ଦେଇଛନ୍ତି ସଞ୍ଜୟ । ଯାହାକୁ ନେଇ ଏବେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଅନ୍ୟପଟେ ମହାରାଷ୍ଟ୍ର ମହାଡ୍ରାମା ନେଇ ଆଜି ସର୍ବୋଚ୍ଚ କୋର୍ଟରେ ଶୁଣାଣି ହେବ । ଉପବାଚସ୍ପତିଙ୍କ ଅଯୋଗ୍ୟ ଘୋଷଣା ନୋଟିସକୁ ଚ୍ୟାଲେଞ୍ଜ କରି ବିଦ୍ରୋହୀ ବିଧାୟକ ଏକନାଥ ସିନ୍ଦେ, ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଛନ୍ତି ।

ଏହା ମଧ୍ୟ ପଢନ୍ତୁ:-Maharashtra Crisis: ଆଜି ସୁପ୍ରିମକୋର୍ଟରେ ଶୁଣାଣି

ଏକନାଥ ସିନ୍ଦେଙ୍କ ସମେତ ମୋଟ 16 ବିଦ୍ରୋହୀ ବିଧାୟକଙ୍କ ସଭ୍ୟ ପଦ ରଦ୍ଦ ନେଇ ନୋଟିସ ଜାରି କରିଥିଲେ ମହାରାଷ୍ଟ୍ର ଉପବାଚସ୍ପତି । ତେବେ ଏହାକୁ ନେଇ ସିନ୍ଦେ ସର୍ବୋଚ୍ଚ କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ।

ABOUT THE AUTHOR

...view details