ମୁମ୍ବାଇ: ଦେଶରେ ବର୍ତ୍ତମାନ କାୟା ବିସ୍ତାରେ କରିବାରେ ଲାଗିଛି । ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ପଜିଟିଭ ଚିହ୍ନଟ ହେବା ପରେ ଦେଶ ଭୟଙ୍କର ସ୍ଥିତି ଆଡ଼କୁ ଗତି କରିବାରେ ଲାଗିଛି । ତେବେ ଏହି କୋରୋନା ସ୍ଥିତି ସମ୍ପର୍କରେ ସଂସଦ ଭବନରେ ଆଲୋଚନା ପାଇଁ 2 ଦିନିଆ ସ୍ବତନ୍ତ୍ର ଅଧିବେଶନ କରିବା ପାଇଁ ଶିବସେନା ନେତା ସଞ୍ଜୟ ରାଉତ ସୋମବାର କେନ୍ଦ୍ର ନିକଟରେ ଦାବି କରିଛନ୍ତି ।
ଏ ସମ୍ପର୍କରେ ସଞ୍ଜୟ କହିଛନ୍ତି ଯେ ଦେଶରେ କୋରୋନା ସ୍ଥିତି ସମ୍ପର୍କରେ ଆଲୋଚନା କରିବା ପାଇଁ ସଂସଦରେ ଏକ ସ୍ବତନ୍ତ୍ର ଅଧିବେଶନ କରାଯାଉ । ତେବେ ସେ ବିଭିନ୍ନ ରାଜ୍ୟର କୋରୋନା ସ୍ଥିତି ସମ୍ପର୍କରେ ଆଲୋଚନାକୁ ସ୍ଥଗିତ ରଖିଥିବାରୁ ସ୍ବତନ୍ତ୍ର ଅଧିବେଶନର ଦାବି କରୁଥିବା ସଞ୍ଜୟ କହିଛନ୍ତି । ରାଜ୍ୟଗୁଡିକରେ କୋରୋନାର ସ୍ଥିତି ଅତ୍ୟନ୍ତ ଖରାପ ବୋଲି ସମସ୍ତ ରାଜ୍ୟର ନେତାମାନେ କହିଛନ୍ତି । ଯଦି କେନ୍ଦ୍ର ସରକାର 2 ଦିନିଆ ସ୍ବତନ୍ତ୍ର ଅଧିବେଶନ ରଖିବେ ତେବେ ପ୍ରତ୍ୟେକ ରାଜ୍ୟର କୋରୋନାର ସ୍ଥିତି ସମ୍ପର୍କରେ ଖୋଲାଖୋଲି ଭାବେ ଆଲୋଚନା କରାଯାଇପାରିବ ବୋଲି ସେ କହିଛନ୍ତି । ଏହାସହିତ ପ୍ରଧାନମନ୍ତ୍ରୀ, ସ୍ବାସ୍ଥ୍ୟମନ୍ତ୍ରୀ, ଗୃହମନ୍ତ୍ରୀ ଓ ସାଂସଦମାନେ ସ୍ଥିତି ସମ୍ପର୍କରେ ଭଲ ଭାବେ ଜାଣିପାରିବେ ।