ଓଡିଶା

odisha

ଗିରଫ ଚାଷୀଙ୍କୁ ମୁକ୍ତ ପାଇଁ ରାଷ୍ଟ୍ରପତିଙ୍କୁ ସମ୍ୟୁକ୍ତ କିଷାନ ମୋର୍ଚ୍ଚାର ଚିଠି

କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା ସମୟରେ ଗିରଫ ହୋଇଥିବା ଚାଷୀଙ୍କୁ ମୁ୍କ୍ତ ପାଇଁ ସମ୍ୟୁକ୍ତ କିଷାନ ମୋର୍ଚ୍ଚା ରାଷ୍ଟ୍ରପତିଙ୍କୁ ଚିଠି ଲେଖିଛି । ଅଧିକ ପଢନ୍ତୁ...

By

Published : Feb 25, 2021, 12:56 PM IST

Published : Feb 25, 2021, 12:56 PM IST

ଗିରଫ ଚାଷୀଙ୍କୁ ମୁକ୍ତ ପାଇଁ ରାଷ୍ଟ୍ରପତିଙ୍କୁ ସମୟୁକ୍ତ କିଷାନ ମୋର୍ଚ୍ଚାର ଚିଠି
ଗିରଫ ଚାଷୀଙ୍କୁ ମୁକ୍ତ ପାଇଁ ରାଷ୍ଟ୍ରପତିଙ୍କୁ ସମୟୁକ୍ତ କିଷାନ ମୋର୍ଚ୍ଚାର ଚିଠି

ନୂଆଦିଲ୍ଲୀ:କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ଆନ୍ଦୋଳନ ସମୟରେ ଗିରଫ ହୋଇଥିବା ଚାଷୀଙ୍କୁ ଖୁବଶୀଘ୍ର ମୁକ୍ତ କରିବା ପାଇଁ ସମ୍ୟୁକ୍ତ କିଷାନ ମୋର୍ଚ୍ଚା ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଚିଠି ଲେଖିଛନ୍ତି । ଏହାସହିତ ସେମାନଙ୍କ ବିରୋଧରେ ହୋଇଥିବା ମିଛ ମାମଲାକୁ ମଧ୍ୟ ପ୍ରତ୍ୟାହାର କରିବା ପାଇଁ ସେ ଚିଠିରେ ଉଲ୍ଲେଖ କରିଛନ୍ତି ।

ସେ ଏହି ଚିଠିରେ ଉଲ୍ଲେଖ କରିଛନ୍ତି ଯେ ଗତ 3 ମାସ ଧରି ଦେଶର ଚାଷୀମାନେ ବିଭିନ୍ନ କୃଷି ଆଇନ ବିରୁଦ୍ଧରେ ତଥା ବିଭିନ୍ନ ସ୍ତରରେ MSPର ଆଇନଗତ ଗ୍ୟାରେଣ୍ଟି ସହିତ ବିଭିନ୍ନ ଉପାୟରେ ସଂଗ୍ରାମ କରିଆସୁଛନ୍ତି। ସମ୍ୟୁକ୍ତ କିଷାନ ମୋର୍ଚ୍ଚାଙ୍କ ନେତୃତ୍ବରେ ଗତ ତିନିମାସ ଧରି ଚାଷୀମାନେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଦିଲ୍ଲୀର ବିଭିନ୍ନ ସୀମାବର୍ତ୍ତୀ ଅଞ୍ଚଳରେ ବିରୋଧ କରିଆସୁଥିଲେ ମଧ୍ୟ ଏହି ଆନ୍ଦୋଳନର ଶତାଧିକ ଚାଷୀ ଏବଂ ସମର୍ଥକଙ୍କୁ ଭାରତ ସରକାର ଗିରଫ କରିଛନ୍ତି ଏବଂ ଅନେକ ରାଜ୍ୟ ସରକାର ମିଥ୍ୟା ମାମଲା ରୁଜୁ କରାଯାଇଛି ବୋଲି ସେ କହିଛନ୍ତି ।

ତେବେ ଦାମନ ବିରୋଧି ଦିବସ ଅବସରରେ ଏହି ଦାବିକୁ ରାଷ୍ଟ୍ରପତି ପୂରଣ କରିବା ସହିତ ଏହି ଘଟଣା ସମ୍ପର୍କରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ସମୟୁକ୍ତ କିଷାନ ମୋର୍ଚ୍ଚା ଚିଠିରେ ଉଲ୍ଲେଖ କରିଛନ୍ତି । ନିରୀହ ଚାଷୀଙ୍କ ବିରୋଧରେ ମିଥ୍ୟା ମାମଲା ରୁଜୁ ହୋଇ ସେମାନଙ୍କୁ ଗିରଫ କରାଯାଇଛି ବୋଲି ସେ ରାଷ୍ଟ୍ରପତିଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଏହାସହିତ ସାଧାରଣ ଲୋକଙ୍କ ପାଇଁ ଦିଲ୍ଲୀରେ ବନ୍ଦ କରାଯାଇଥିବା ରାସ୍ତାଘାଟକୁ ଖୋଲିବା ପାଇଁ ଚିଠିରେ ଦାବି ହୋଇଛି ।

ସୂଚନା ଥାଉ କି ଗତ 3 ମାସ ଧରି ଦିଲ୍ଲୀରେ ବିଭିନ୍ନ ସୀମାବର୍ତ୍ତୀ ଅଞ୍ଚଳରେ ଚାଷୀମାନେ କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଛନ୍ତି । କେନ୍ଦ୍ର ସରକାର ଓ ଚାଷୀଙ୍କ ବିରୋଧରେ ଏକାଧିକ ବାର ଆଲୋଚନା ହୋଇଥିଲେ ମଧ୍ୟ କୌଣସି ନିଷ୍କର୍ସ ବାହାରି ପାରିନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details