ଓଡିଶା

odisha

ETV Bharat / bharat

Agnipath Scheme: ଆଜି ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିବ ସଂଯୁକ୍ତ କିଷାନ ମୋର୍ଚ୍ଚା - ସଂଯୁକ୍ତ କିଷାନ ମୋର୍ଚ୍ଚା

ଅଗ୍ନିପଥ ନିଯୁକ୍ତି ଯୋଜନା(Agnipath Scheme) ବିରୋଧରେ ଆଜି ରାଜରାସ୍ତାକୁ ଓହ୍ଲାଇବ ସଂଯୁକ୍ତ କିଷାନ ମୋର୍ଚ୍ଚା । ଅଧିକ ପଢ଼ନ୍ତୁ

samyukt kisan morcha will ptotest against agnipath scheme
Agnipath Scheme: ଆଜି ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିବ ସଂଯୁକ୍ତ କିଷାନ ମୋର୍ଚ୍ଚା

By

Published : Jun 24, 2022, 11:03 AM IST

ଚଣ୍ଡିଗଡ଼: ଅଗ୍ନିପଥ ନିଯୁକ୍ତି ଯୋଜନାକୁ(Agnipath Scheme) ଦେଶବ୍ୟାପୀ ବିରୋଧ । ଏଥିସହ ଅନେକ ରାଜ୍ୟରେ ହିଂସା ଓ ପ୍ରତିବାଦ ଭଳି ସ୍ଥିତି ସୃଷ୍ଟି ହୋଇଛି । ଏହାରି ଭିତରେ କେନ୍ଦ୍ର ସରକାରଙ୍କ ବିରୋଧରେ ଆନ୍ଦୋଳନ ପାଇଁ ମୁଣ୍ଡ ଟେକିଛି ସଂଯୁକ୍ତ କିଷାନ ମୋର୍ଚ୍ଚା । ଅଗ୍ନିପଥ ଯୋଜନାକୁ ବିରୋଧ କରି ଆଜି ରାଜରାସ୍ତାକୁ ଓହ୍ଲାଇବାକୁ ସଂଗଠନ ପକ୍ଷରୁ ଘୋଷଣା କରାଯାଇଛି । ଅଗ୍ନିପଥ ଯୋଜନାକୁ ନେଇ ଆଶାୟୀ ପ୍ରାର୍ଥୀଙ୍କ ବିରୋଧକୁ ସଂଯୁକ୍ତ କିସାନ ମୋର୍ଚ୍ଚା ସମର୍ଥନ ଜଣାଇଛି ।

ଭାରତୀୟ କିଷାନ ୟୁନିଅନର(BKU) ଜାତୀୟ ମୁଖପାତ୍ର ତଥା ଚାଷୀନେତା ରାକେଶ ଟିକାୟତ ଗତ ଜୁନ 20ରେ ହରିୟାଣାରେ ଅନୁଷ୍ଠିତ ଏକ ବୈଠକରେ 24 ତାରିଖରେ ସାରା ଦେଶରେ ଅଗ୍ନିପଥ ନିଯୁକ୍ତି ଯୋଜନା ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିବାକୁ ଘୋଷଣା କରିଥିଲେ ।

ସେ କହିଥିଲେ ପ୍ରଥମେ ଅଗ୍ନିପଥ ଯୋଜନା ବିରୋଧରେ କେତେକ ଆଶାୟୀ ପ୍ରାର୍ଥୀ ହିଂସା ପରିଦର୍ଶନ କରିଥିଲେ । ଏହାପରେ ବିରୋଧୀ ରାଜନୈତିକ ଦଳ ସ୍ବର ଉତ୍ତୋଳନ କରିଥିଲେ । ବର୍ତ୍ତମାନ କୃଷି ସଂଗଠନ ଏହା ବିରୋଧରେ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରିବ । ଏହି ଯୋଜନାକୁ ସାମରିକ ବିରୋଧୀ, କୃଷକ ବିରୋଧୀ ଏବଂ ଜାତୀୟ ବିରୋଧୀ ବୋଲି ସଂଗଠନ କହିଛି । ଯେତେବେଳେ ସରକାର 'ଜୟ ଯବାନ ଜୟ କିଶାନ'ର ସତଭାବନାକୁ ନଷ୍ଟ କରିବାକୁ ବସିଛନ୍ତି, ସେତେବେଳେ ଯବାନଙ୍କ ସହ ଠିଆହେବା ଚାଷୀଙ୍କ କର୍ତ୍ତବ୍ୟ । ତେଣୁ କେନ୍ଦ୍ର ସରକାରଙ୍କ ନୀତିକୁ ବିରୋଧ ପାଇଁ କୃଷକ ସଂଗଠନ ରାସ୍ତାକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଥିବା କୁହାଯାଇଛି ।

ABOUT THE AUTHOR

...view details