ଓଡିଶା

odisha

ETV Bharat / bharat

Farm laws repeal: ଆନୁଷ୍ଠାନିକ ଭାବେ ରଦ୍ଧ ନହେବା ଯାଏ ଜାରି ରହିବ ଚାଷୀ ଆନ୍ଦୋଳନ - ସଂଯୁକ୍ତ କିଶାନ ମୋର୍ଚ୍ଚା

ପ୍ରଧାନମନ୍ତ୍ରୀଙ୍କ କୃଷି ଆଇନ ପ୍ରତ୍ୟାହାର ନିଷ୍ପତ୍ତି ସମ୍ପର୍କରେ ବୈଠକରେ କଲା ସଂଯୁକ୍ତ କିଶାନ ମୋର୍ଚ୍ଚା । ସରକାର ଆନୁଷ୍ଠାନିକ ଭାବେ ଏହି ଆଇନକୁ ରଦ୍ଧ ନ କରିବା ଯାଏ ପୂର୍ବଭଳି ଜାରି ରହିବ ଆନ୍ଦୋଳନ । ଅଧିକ ପଢନ୍ତୁ

Farm laws repeal: ଆନୁଷ୍ଠାନିକ ଭାବେ ରଦ୍ଧ ନହେବା ଯାଏ ଜାରି ରହିବ ଚାଷୀ ଆନ୍ଦୋଳନ
Farm laws repeal: ଆନୁଷ୍ଠାନିକ ଭାବେ ରଦ୍ଧ ନହେବା ଯାଏ ଜାରି ରହିବ ଚାଷୀ ଆନ୍ଦୋଳନ

By

Published : Nov 21, 2021, 8:21 PM IST

ଚଣ୍ଡିଗଡ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ତିନୋଟି କୃଷି ଆଇନ ପ୍ରତ୍ୟାହାର କରିବାକୁ ଘୋଷଣା କରିବା ସହ ଦିଲ୍ଲୀ ସମେତ ବିଭିନ୍ନ ସୀମାରେ ଆନ୍ଦୋଳନ କରୁଥିବା ଚାଷୀଙ୍କୁ ଆନ୍ଦୋଳନ ବନ୍ଦ କରି ଘରକୁ ଫେରିବାକୁ ମଧ୍ୟ ନିବେଦନ କରିଛନ୍ତି । ତେବେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଘୋଷଣା ପରେ ମଧ୍ୟ କୃଷକଙ୍କ ଆନ୍ଦୋଳନ ଜାରି ରହିଛି । ଆଜି କୃଷକମାନେ ସିଙ୍ଘୁ ସୀମାରେ ଏହି ଆନ୍ଦୋଳନର ଭବିଷ୍ୟତ ରଣନୀତି ସମ୍ପର୍କରେ ଏକ ବୈଠକ ଆୟୋଜନ କରିଥିଲେ । କୃଷି ଆଇନ ଆନୁଷ୍ଠାନିକ ଭାବେ ରଦ୍ଧ ନହେବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି ଆଜି ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ନେଇଛି ସଂଯୁକ୍ତ ମୋର୍ଚ୍ଚା ।

ସଂଯୁକ୍ତ କିଷାନ୍ ମୋର୍ଚ୍ଚା ସମେତ ବହୁ କୃଷକ ସଂଗଠନର ପ୍ରତିନିଧୀମାନେ ଏହି ବୈଠକରେ ଅଂଶଗ୍ରହଣ କରିଥିଲେ, କିନ୍ତୁ କୃଷକ ଆନ୍ଦୋଳନର ନେତୃତ୍ୱ ନେଉଥିବା ରାକେଶ ଟିକାୟତ ଏହି ବୈଠକରେ ଯୋଗ ଦେଇନଥିଲେ। ମିଳିଥିବା ସୂଚନା ଅନୁଯାୟୀ, ଲକ୍ଷ୍ନୌରେ ଆୟୋଜିତ କୃଷକ ମହାପଞ୍ଚାୟତରେ ଯୋଗଦେବାକୁ କାରଣରୁ ଟିକାୟତ ସଂଯୁକ୍ତ କିଷାନ ମୋର୍ଚ୍ଚାର ଏହି ବୈଠକରେ ଯୋଗ ଦେଇନଥିଲେ ।

କୃଷକ ସଂଗଠନଗୁଡ଼ିକ ବୈଠକରେ ଆଲୋଚନା କରିବା ସହ ଆନ୍ଦୋଳନର ଭବିଷ୍ୟତ କାର୍ଯ୍ୟପନ୍ଥା ସ୍ଥିର କରିଛନ୍ତି। ମୋର୍ଚ୍ଚା ସ୍ପଷ୍ଟ କରିଛି ଯେ କୃଷି ଆଇନ ଫେରସ୍ତ ପାଇଁ ଆନୁଷ୍ଠାନିକ ନିଷ୍ପତ୍ତି ନଆସିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ । ସରକାର ଆନୁଷ୍ଠାନିକ ଭାବେ ଏହି ଆଇନକୁ ରଦ୍ଧ କରି ସାରିଲେ ଚାଷୀମାନେ ଆନ୍ଦୋଳନ ପ୍ରତ୍ୟାହାର କରି ନିଜ ନିଜ ଘରକୁ ଫେରିବେ ମୋର୍ଚ୍ଚାର କର୍ମକର୍ତ୍ତା କହିଛନ୍ତି ।

ଏହି ସଭାରେ ପୂର୍ବରୁ ସ୍ଥିର ହୋଇଥିବା କାର୍ଯ୍ୟକ୍ରମଗୁଡିକ ମଧ୍ୟ ଜାରି କରିବାକୁ ନିଷ୍ପତ୍ତି ନିଆଯାଇଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ବୈଠକରେ ଆସନ୍ତାକାଲି (ସୋମବାର) ଲକ୍ଷ୍ନୌରେ ଆୟୋଜିତ ହେବାକୁ ଥିବା ମହାପଞ୍ଚାୟତର ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହା ସହିତ 27 ନଭେମ୍ବରରେ ସଂସଦ ଅଭିମୁଖେ ଯାତ୍ରା କରିବା କାର୍ଯ୍ୟକ୍ରମ ହେବ କି ନାହିଁ ତାହା 27 ନଭେମ୍ବରରେ ହେବାକୁ ଥିବା ବୈଠକରେ ନିଷ୍ପତ୍ତି ନିଆଯିବ ବୋଲି କୁହାଯାଇଛି ।

ବୈଠକ ପରେ କୃଷକ ନେତା ବଲବୀର ସିଂ ରାଜୱାଲ କହିଛନ୍ତି ଯେ ଆମେ ମିଳିତ ବୈଠକରେ ନିଷ୍ପତ୍ତି ନେଇଛୁ ଯେ ନଭେମ୍ବର 27 ରେ ସଂଯୁକ୍ତ କିଶାନ ମୋର୍ଚ୍ଚାର ପୁନର୍ବାର ଏକ ବୈଠକ ହେବ । ଅବଶିଷ୍ଟ କାର୍ଯ୍ୟପନ୍ଥା ନେଇ ଉକ୍ତ ବୈଠକରେ ନିଷ୍ପତ୍ତି ହେବା ସହ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏକ ଚିଠି ଲେଖାଯିବ। ଲଖିମପୁର ଖେରୀ ଘଟଣାରେ କେନ୍ଦ୍ରୀୟ ମନ୍ତ୍ରୀ ଅଜୟ ମିଶ୍ରାଙ୍କୁ ବରଖାସ୍ତ କରିବାକୁ ଚିଠିରେ ପ୍ରଧାନମନ୍ତ୍ରୀଙ୍କୁ ଦାବି ଜଣାଇବ ସଂଯୁକ୍ତ କିଷାନ ମୋର୍ଚ୍ଚା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details