ମୁମ୍ବାଇ:ଏନସିବି(NCB)ରେ ସରିଲା ସମୀର ୱାଙ୍ଖଡେଙ୍କ ଯାତ୍ରା । ୱାଙ୍ଖଡେଙ୍କ କାର୍ଯ୍ୟକାଳ ଶେଷହେବା ପରେ ସେ ରାଜସ୍ବ ଇଣ୍ଟେଲିଜେନ୍ସ ବିଭାଗ( Directorate of Revenue Intelligenc)କୁ ଫେରିଛନ୍ତି(Sameer Wankhede returns to DRI) । ଡିସେମ୍ବର ୩୧ରେ ଏନସିବି ଜୋନାଲ ନିର୍ଦ୍ଦେଶକ ଭାବେ ତାଙ୍କ ବର୍ଦ୍ଧିତ କାର୍ଯ୍ୟକାଳ ଶେଷ ହୋଇଛି ।
NCBରେ ସରିଲା ସମୀର ୱାଙ୍ଖଡେଙ୍କ ଯାତ୍ରା - ରାଜସ୍ବ ଇଣ୍ଟେଲିଜିଏନ୍ସ ବିଭାଗକୁ ଫେରିଲେ ସମୀର ୱାଙ୍ଖଡେ
ଏନସିବି(NCB)ରେ ସରିଲା ସମୀର ୱାଙ୍ଖଡେଙ୍କ ଯାତ୍ରା । କାର୍ଯ୍ୟକାଳ ଶେଷ ହେବା ପରେ ୱାଙ୍ଖଡେ ଇଣ୍ଟେଲିଜେନ୍ସ ବିଭାଗକୁ ଫେରିଛନ୍ତି । ଅଧିକ ପଢନ୍ତୁ
ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ମାମଲାରେ ଡ୍ରଗ୍ସ କାରବାର ଲିଙ୍କ ସାମ୍ନାକୁ ଆସିବା ପରେ ୨୦୨୦ ସେପ୍ଟେମ୍ବରରେ ୱାଙ୍ଖଡେଙ୍କୁ ଏନସିବି ଜୋନାଲ ନିର୍ଦ୍ଦେଶକ ଭାବେ ଦାୟିତ୍ବ ମିଳିଥିଲା । ପରବର୍ତ୍ତୀ ସମୟରେ ତାଙ୍କ କାର୍ଯ୍ୟକାଳ ୩ ମାସ ବୃଦ୍ଧି କରାଯାଇଥିଲା । କେନ୍ଦ୍ର ସରକାର ପୁନର୍ବାର ତାଙ୍କ କାର୍ଯ୍ୟକାଳ ବୃଦ୍ଧି କରିପାରନ୍ତି ବୋଲି କୁହାଯାଉଥିବାବେଳେ ସେପରି କିଛି ଘଟିନାହିଁ ।
ବରିଷ୍ଠ ଆଇଆରଏସ(IRS) ଅଧିକାରୀ ସମୀର ୱାଙ୍ଖଡେ କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାରେ ଚର୍ଚ୍ଚାକୁ ଆସିଥିଲେ । ବଲିଉଡ ବାଦଶାହ ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନକୁ ଗିରଫ କରି ବିବାଦରେ ଛନ୍ଦି ହୋଇଯାଇଥିଲେ ୱାଙ୍ଖଡେ । ଏନସିପି ନେତା ନୱାବ ମଲ୍ଲିକ ଲଗାତାର ଭାବେ ୱାଙ୍ଖଡେଙ୍କୁ ଟାର୍ଗଟେ କରିଥିଲେ । ଶେଷରେ ବହୁ ବାଦବିବାଦ ପରେ ସମୀର ୱାଙ୍ଖଡେ ଏନସିବିରୁ ବିଦା ହୋଇଛନ୍ତି ।