ଓଡିଶା

odisha

ମୋଦିଙ୍କ ପୂର୍ବରୁ ପୂର୍ବାଞ୍ଚଳ ଏକ୍ସପ୍ରେସ-ୱେ ଉଦଘାଟନ କଲେ ସପା କର୍ମୀ

By

Published : Nov 16, 2021, 12:02 PM IST

ଆଜି ଉତ୍ତର ପ୍ରଦେଶ ପୂର୍ବାଞ୍ଚଳ ଏକ୍ସପ୍ରେସ-ୱେ ଉଦଘାଟନ କରିବେ ପିଏମ ମୋଦି । ପିଏମଙ୍କ ପୂର୍ବରୁ ସେଠାରେ ସାଇକେଲ ଚଳାଇ ଉଦଘାଟନ କଲେ ସପା କର୍ମୀ । ଅଧିକ ପଢନ୍ତୁ

ମୋଦିଙ୍କ ପୂର୍ବରୁ ପୂର୍ବାଞ୍ଚଳ ଏକ୍ସପ୍ରେସ-ୱେ ଉଦଘାଟନ କଲେ ସପା କର୍ମୀ
ମୋଦିଙ୍କ ପୂର୍ବରୁ ପୂର୍ବାଞ୍ଚଳ ଏକ୍ସପ୍ରେସ-ୱେ ଉଦଘାଟନ କଲେ ସପା କର୍ମୀ

ଲକ୍ଷ୍ନୌ:ଆଜି ଉତ୍ତରପ୍ରଦେଶ ସୁଲତାନପୁର ଜିଲ୍ଲା କରୱାଲ ଖେରୀରେ ପୂର୍ବାଞ୍ଚଳ ଏକ୍ସପ୍ରେସ-ୱେର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ହେଲେ ପିଏମଙ୍କ ପୂର୍ବରୁ ଏକ୍ସପ୍ରେସ-ୱେର ଉଦଘାଟନ କଲା ସାମଜବାଦୀ ପାର୍ଟି । ଆଜି ସକାଳୁ ପୂର୍ବାଞ୍ଚଳ ଏକ୍ସପ୍ରେସ-ୱେର ବିଭିନ୍ନ ସ୍ଥାନରେ ସାଇକେଲ ଚଳାଇ ସପା କର୍ମୀ ଏହାକୁ ଉଦଘାଟନ କରିଛନ୍ତି । ସପା କର୍ମୀଙ୍କ ସାଇକେଲ ଚଲାଇବାର ଫଟୋକୁ ନିଜ ଟ୍ବିଟର ହ୍ୟାଣ୍ଡଲରେ ପୋଷ୍ଟ କରିଛନ୍ତି ଖୋଦ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ।

ମୋଦିଙ୍କ ଏହି ଉଦଘାଟନୀ କାର୍ଯ୍ୟକ୍ରମକୁ ନେଇ ଅଖିଳେଶ ବ୍ୟଙ୍ଗାତ୍ମକ ଶୈଳୀରେ କହିଛନ୍ତି, ଫିତା ଆସିଲା ଲକ୍ଷ୍ନୌରୁ ଏବଂ କଇଁଚି ଆସିଲା ଦିଲ୍ଲୀରୁ । ସପା କାର୍ଯ୍ୟର ଶ୍ରେୟ ନେବାକୁ ଚାଲିଛି ଏଠାରେ ଟଣାଓଟରା । ଅର୍ଥାତ୍ ପୂର୍ବାଞ୍ଚଳ ଏକ୍ସପ୍ରେସ-ୱେ କାର୍ଯ୍ୟ ସମାଜବାଦୀ ପାର୍ଟିର କିନ୍ତୁ ବିଜେପି ସରକାର ଏହାର ଶ୍ରେୟ ନେବାକୁ ବସିଛନ୍ତି ବୋଲି କହିଛନ୍ତି ଅଖିଳେଶ ।

ମୋଦିଙ୍କ ପୂର୍ବରୁ ପୂର୍ବାଞ୍ଚଳ ଏକ୍ସପ୍ରେସ-ୱେ ଉଦଘାଟନ କଲେ ସପା କର୍ମୀ

ସୂଚନାଯୋଗ୍ୟ, ସୋମବାର ଅଖିଳେଶ ଯାଦବ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ । ଏଥିରେ ସେ କହିଥିଲେ ଯେ ପୂର୍ବାଞ୍ଚଳ ଏକ୍ସପ୍ରେସ ୱେ ସମାଜଦାବୀ ସରକାର ଅମଳରେ ଆରମ୍ଭ ହୋଇଥିଲା । ହେଲେ ବିଜେପି ସରକାର ସମାଜବାଦୀ ଦଳ କାର୍ଯ୍ୟକୁ ନିଜର କହି ଉଦଘାଟନ କରୁଛନ୍ତି । ତେଣୁ ଦଳୀୟ କାର୍ଯ୍ୟକର୍ତ୍ତା ସାଇକେଲ ଚଳାଇ ଏହି ପୂର୍ବାଞ୍ଚଳ ଏକ୍ସପ୍ରେସ ୱେର ଉଦଘାଟନ କରିବେ ବୋଲି ସେ ପ୍ରକାଶ କରିଥିଲେ । ଯାହାପରେ ଆଜି ସକାଳୁ ଏକ୍ସପ୍ରେସ ୱେରେ ସପା କାର୍ଯ୍ୟକର୍ତ୍ତା ସାଇକେଲ ଚଲାଇଛନ୍ତି ।

ମୋଦିଙ୍କ ପୂର୍ବରୁ ପୂର୍ବାଞ୍ଚଳ ଏକ୍ସପ୍ରେସ-ୱେ ଉଦଘାଟନ କଲେ ସପା କର୍ମୀ

କେବଳ ଏତିକି ନୁହେଁ, ଅଖିଳେଶ ଯାଦବ ଆସନ୍ତା ୧୭ ତାରିଖ ଦିନ ଗାଜିପୁର ପୂର୍ବାଞ୍ଚଳ ଏକ୍ସପ୍ରେସ ୱେରୁ ସମାଜବାଦୀ ବିଜୟ ରଥଯାତ୍ରାର ଶୁଭାରମ୍ଭ କରିବେ ବୋଲି ମଧ୍ୟ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details