ଓଡିଶା

odisha

ETV Bharat / bharat

ପ୍ରକାଶ ପାଇଲା ସମାଜବାଦୀ ପାର୍ଟିର ଇସ୍ତାହାର: ଫୋକସରେ ମହିଳା, ଚାଷୀ ଓ ନିଯୁକ୍ତି - ଇସ୍ତାହାର ଘୋଷଣା କଲେ ଅଖିଳେଶ

ପ୍ରକାଶ ପାଇଲା ଅଖିଳେଶଙ୍କ ଇସ୍ତାହାର । ଫୋକସରେ ମହିଳା, ଚାଷୀ ଓ ନିଯୁକ୍ତି । ମହିଳା ପାଇବେ ନିଯୁକ୍ତିରେ ୩୩ ପ୍ରତିଶତ ସଂରକ୍ଷଣ । ସମସ୍ତ ଚାଷୀଙ୍କୁ ମିଳିବ MSP । ଅଧିକ ପଢନ୍ତୁ

ଇସ୍ତାହାର ପ୍ରକାଶ କଲା ଅଖିଳେଶଙ୍କ ସମାଜବାଦୀ ପାର୍ଟି
ଇସ୍ତାହାର ପ୍ରକାଶ କଲା ଅଖିଳେଶଙ୍କ ସମାଜବାଦୀ ପାର୍ଟି

By

Published : Feb 8, 2022, 8:37 PM IST

ଲକ୍ଷ୍ନୌ:ଉତ୍ତର ପ୍ରଦେଶ ନିର୍ବାଚନ ନିକଟବର୍ତ୍ତୀ ହେଉଥିବାବେଳେ ଇସ୍ତାହର ‘ବଚନପତ୍ର’ ଘୋଷଣା କରିଛି ଅଖିଳେଶଙ୍କ ସମାଜବାଦୀ ପାର୍ଟି । ନିଜ ଇସ୍ତାହାରରେ ଦଳ କ୍ଷମତାକୁ ଆସିଲେ ମହିଳାଙ୍କ ସମେତ ବିଭିନ୍ନ ପ୍ରସଙ୍ଗରେ ଏକାଧିକ ସଂସ୍କାରମୂଳକ ପନ୍ଥା ଗ୍ରହଣ କରିବା ନେଇ ପ୍ରତିଶ୍ରୁତି ଦେଇଛି । ସରକାରୀ ଚାକିରୀ କ୍ଷେତ୍ରରେ ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ଦିଆଯିବ । ଏହି ସଂରକ୍ଷଣ ତାଲିକାରେ ସାଧାରଣ ବା ଅଣସଂରକ୍ଷିତ ବର୍ଗର ମହିଳାଙ୍କୁ ମଧ୍ୟ ସାମିଲ କରାଯିବା ନେଇ ଘୋଷଣା କରାଯାଇଛି । ଆଜି ଦଳ ମୁଖ୍ୟ ଅଖିଳେଶ ଯାଦବ ଏହି ଇସ୍ତାହାର ପତ୍ରକୁ ଉନ୍ମୋଚନ କରିଛନ୍ତି ।

ସେହିପରି ଅଖିଳେଶ ଅନ୍ୟ ପ୍ରତିଶ୍ରୁତି ଉପରେ ସୂଚନା ଦେଇ କହିଛନ୍ତି, ରାଜ୍ୟ ପୋଲିସ୍ ଫୋର୍ସରେ ମହିଳାଙ୍କ ଉପସ୍ଥିତି ମଧ୍ୟ ବୃଦ୍ଧି କରାଯିବା ସହ ସେମାନଙ୍କୁ ୩୩ ପ୍ରତିଶତ ନିଯୁକ୍ତିଭିତ୍ତିକ ସଂରକ୍ଷଣ ମିଳିବ । ରାଜ୍ୟରେ ଘରୋଇ ବିଦ୍ୟୁତ ଉପଭୋକ୍ତାମାନଙ୍କ ପାଇଁ 300 ୟୁନିଟ୍ ମାଗଣା ବିଜୁଳି ଯୋଗାଇବେ ଅଖିଳେଶ ସରକାର । ସେହିପରି କ୍ଷୁଦ୍ର ଚାଷୀଙ୍କ ପାଇଁ ମାଗଣା ବିଜୁଳି ଘୋଷଣା କରାଯାଇଛି। ଯେଉଁ ଚାଷୀମାନଙ୍କର ଦୁଇଟି ବଡରୁ କମ୍ ଜମି ଅଛି ସେମାନଙ୍କୁ ମାଗଣା ସାର, ମାଗଣା ବିଜୁଳି, ସୁଧମୁକ୍ତ ଋଣ ଦିଆଯିବା । ସେହିପରି ସମସ୍ତ ଚାଷୀଙ୍କୁ ଅମଳର ୧୫ ଦିନ ମଧ୍ୟରେ MSP ପ୍ରଦାନ ନେଇ ଇସ୍ତାହାରେ ଘୋଷଣା କରିଛନ୍ତି ଅଖିଳେଶ ।

ଅଖିଳେଶ ଆହୁରି ମଧ୍ୟ କହିଛନ୍ତି ଯେ ଏଥିପାଇଁ ତାଙ୍କ ସରକାର ଏକ କୃଷକ କର୍ପସ ପାଣ୍ଠି ପ୍ରସ୍ତୁତ କରିବ। ଦୁଇ ଚକିଆ ଯାନ ବ୍ୟବହାର କରୁଥିବା BPL ପରିବାରକୁ ମାସକୁ ଦୁଇଟି ମାଗଣା ଗ୍ୟାସ ସିଲିଣ୍ଡର ଏବଂ ଗୋଟିଏ ଲିଟର ତେଲ ପ୍ରଦାନ । ଅଟୋ ଡ୍ରାଇଭରମାନେ ପ୍ରତି ମାସରେ 3 ଲିଟର ପେଟ୍ରୋଲ ଏବଂ 6 କିଲୋଗ୍ରାମ CNG ପାଇବେ । ସେହିପରି ଆଇଟି କ୍ଷେତ୍ରରେ ଯୁବକମାନଙ୍କ ପାଇଁ 22 ଲକ୍ଷ ଚାକିରୀ ନିଶ୍ଚିତ କରିବା ନେଇ ଦଳ ଘୋଷଣା କରିଛି ।

ଅଖିଳେଶ କହିଛନ୍ତି ସେ କ୍ଷମତାକୁ ଆସିଲେ, କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷା ପ୍ରଦାନର ବ୍ୟବସ୍ଥା କରିବେଯ । 'କନ୍ୟା ବିଦ୍ୟା ଧନ’ ଯୋଜନାର ଶୁଭାରମ୍ଭ ମଧ୍ୟ କରାଯିବ । ସମାଜବାଦୀ ପେନ୍ସନ୍ ରାଶି ମଧ୍ୟ ବାର୍ଷିକ 18,000 ଟଙ୍କାକୁ ବୃଦ୍ଧି କରାଯିବ । ମହିଳା ହେଲ୍ପଲାଇନ 1090 କୁ ସୁଦୃଢ କରାଯିବା ସହ ଅପରାଧ ପ୍ରତି ଶୂନ୍ୟ ସହନଶୀଳତା ନୀତି ଅନୁସରଣ କରାଯିବ ବୋଲି ଅଖିଳେଶ କହିଛନ୍ତି ।

ଅଣସଂଗଠିତ କ୍ଷେତ୍ରର ଶ୍ରମିକଙ୍କୁ ବାର୍ଷିକ 18,000 ଟଙ୍କା ପେନସନ୍ ଦିଆଯିବ । ଗରିବ ଲୋକଙ୍କୁ ସବସିଡିଯୁକ୍ତ ଖାଦ୍ୟ ଏବଂ ଖାଦ୍ୟ ସାମଗ୍ରୀ ଯୋଗାଇବା ପାଇଁ ସମାଜବାଦୀ କ୍ୟାଣ୍ଟିନ୍‌ ସ୍ଥାପନ କରିବା ନେଇ ଇସ୍ତାହାରରେ ପ୍ରକାଶ କରିଛନ୍ତି ଅଖିଳେଶ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details