ନୂଆଦିଲ୍ଲୀ:ତୁର୍କୀର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ମେହମତ ୟୁରି ଏରସୋୟାଙ୍କୁ ଭେଟିଲେ ବଲିଉଡ ସୁପରଷ୍ଟାର ସଲମାନ ଖାନ ଓ ଅଭିନେତ୍ରୀ କ୍ୟାଟ୍ରିନା କୈଫ । ସଲମାନ ଓ କ୍ୟାଟ୍ରିନା ନିଜର ଆଗାମି ଚଳଚିତ୍ର ‘ଟାଇଗର -୩’ର ସୁଟିଂ ପାଇଁ ତୁର୍କୀ ଯାଇଥିବା ସମୟରେ ଏହି ସୌଜନ୍ୟମୂଳକ ସାକ୍ଷାତକାର ହୋଇଛି ।
ମହେଶ ଶର୍ମା ନିର୍ଦ୍ଦଶିତ ଏହି ଆଗାମୀ ଚଳଚିତ୍ର ’ଟାଇଗର -୩’ ର ସୁଟିଂ ତୁର୍କୀରେ ଜାରି ରହିଛି । ତେବେ ଏଥିରେ ସୁପରଷ୍ଟାର ସଲମାନ ଖାନଙ୍କ ସମେତ ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କ ସହ ଅନ୍ୟ କିଛି ବିଶିଷ୍ଟ କଳାକାରଙ୍କୁ ମଧ୍ୟ ଦେଖିବାକୁ ମିଳିବ । ତେବେ କୋଭିଡ ସଂକ୍ରମଣ ଯୋଗୁ ଏହି ଫିଲ୍ମର ସୁଟିଂ ବିଲମ୍ବ ହୋଇଥିବା ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହାଯାଇଛି ।