ନୂଆଦିଲ୍ଲୀ:କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଜେରା ବିରୋଧରେ ଦେଶବ୍ୟାପୀ କଂଗ୍ରେସ କାର୍ଯ୍ୟକର୍ତ୍ତା ପ୍ରତିବାଦ ଜାରି ରଖିଛନ୍ତି । ଆଜି ବରିଷ୍ଠ କଂଗ୍ରେସ ସଚିନ ପାଇଲଟଙ୍କୁ ଅଟକ ରଖିଛି ପୋଲିସ । ଅନ୍ୟ ନେତାଙ୍କ ସହ ସଚିମ ମଧ୍ୟ ଜେରା ବିରୋଧରେ ପ୍ରତିବାଦ କରୁଥିବା ବେଳେ ଦିଲ୍ଲୀର ଦଳୀୟ ମୁଖ୍ୟାଳୟ ସାମ୍ନାରୁ ତାଙ୍କୁ ପୋଲିସ ଉଠାଇ ନେଇଛି ।
ସଚିନଙ୍କ ଅଟକ ନେଇ ଦଳ ପକ୍ଷରୁ ଏକ ଟ୍ବିଟରେ ଭିଡିଓ ମଧ୍ୟ ସେୟାର କରାଯାଇଛି । ଯେଉଁ ଭିଡିଓରେ ସଚିନ ଓ ଅନ୍ୟ କିଛି ନେତାଙ୍କୁ ଏକ ପୋଲିସ ଭ୍ୟାନରେ ନିଆଯାଉଛି । ବିଜେପି ଏକଛତ୍ରବାଦୀ ସରକାର ଏପରି କରି କଂଗ୍ରେସ ଯୋଦ୍ଧାଙ୍କୁ ଡରାଇ ପାରିବ ନାହିଁ ବୋଲି ମଧ୍ୟ ଦଳ କହିଛି ।