ଓଡିଶା

odisha

By

Published : Dec 30, 2022, 12:26 PM IST

ETV Bharat / bharat

Russian nationals Death: ପ୍ରଶ୍ନ ଉଠାଇଲେ ମନୀଷ, ତଦନ୍ତକୁ ପ୍ରଶଂସା କଲା ଋଷ ଦୂତାବାସ

ଓଡିଶାରେ ଋଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟଣାର ତଦନ୍ତ ପ୍ରକ୍ରିୟାକୁ ପ୍ରଶଂସା କରିଛନ୍ତି ( Death of Russian nationals in Odisha ) ଋଷ ଦୂତବାସ । ଅଧିକ ପଢନ୍ତୁ

Ambassador Denis Alipov
Ambassador Denis Alipov

ନୂଆଦିଲ୍ଲୀ: କିଛି ଦିନର ବ୍ୟବଧାନ ମଧ୍ୟରେ ଓଡିଶାର ରାୟଗଡା ଜିଲ୍ଲାରେ ଦୁଇ ଦୁଇ ଜଣ ଋଷୀୟ ପର୍ଯ୍ୟଟକଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି ( Death of Russian nationals in Odisha )। ଏହା ଯୋଜନାବଦ୍ଧ ହତ୍ୟା ନା ଆତ୍ମହତ୍ୟାଜନିତ ମୃତ୍ୟୁ ତାହା ସନ୍ଦେହ ଘେରରେ ରହିଛି । ଘଟଣାକୁ ନେଇ କରାଯାଉଥିବା ତଦନ୍ତ ଉପରେ ପ୍ରଶ୍ନ ଉଠାଇଥିଲେ କଂଗ୍ରେସ ନେତା ମନୀଷ ତିୱାରୀ । ଏହାର ଜବାବ ରଖି ଋଷ ଦୂତାବାସ ଡାନିସ ଅଲିପୋଭ ଭାରତ ତଦନ୍ତ ପ୍ରକ୍ରିୟାକୁ ପ୍ରଶଂସା କରିଛନ୍ତି ।

ଟ୍ବିଟ କରି ଡାନିସ ଅଲିପୋଭ କହିଛନ୍ତି, ''ଓଡିଶାରେ ଦୁଇ ଋଷୀୟ ନାଗରିକଙ୍କ ମୃତ୍ୟୁ ଘଟଣାରେ ଭାରତୀୟ କର୍ତ୍ତୃପକ୍ଷଙ୍କ ତଦନ୍ତ ପ୍ରୟାସକୁ ଆମେ ପ୍ରଶଂସା କରୁଛୁ । ଋଷିଆରେ ମଧ୍ୟ ମୃତଦେହ ପ୍ରଥା ରହିଛି ।'' ଓଡିଶାରେ ଦୁଇ ଋଷୀୟ ନାଗରିକଙ୍କୁ ମୃତ୍ୟୁ ନେଇ ପ୍ରଶ୍ନ ଉଠାଇଥିଲେ କଂଗ୍ରେସ ନେତା ମନୀଷ ତିୱାରୀ । ଏକ ଭିଡିଓ ବାର୍ତ୍ତା ଜାରି କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟ୍ୟାଗ କରିଥିଲେ ।

ସେ ପ୍ରଶ୍ନ ଉଠାଇଥିଲେ ଯେ "ଓଡିଶାର ରାୟଗଡାରେ ମୃତ୍ୟୁ ହୋଇଥିବା ଦୁଇ ଋଷୀୟ ପର୍ଯ୍ୟଟକ ଖ୍ରୀଷ୍ଟିଆନ ଅଟନ୍ତି । ତେବେ ଓଡିଶାରେ ମୃତ୍ୟୁ ପରେ ମୃତଦେହ ଋଷିଆକୁ ନପଠାଇ କିଭଳି ଭାବେ ଓଡିଶାରେ ସଂସ୍କାର କରାଗଲା? ଏବଂ ମୃତ ଦୁଇ ପର୍ଯ୍ୟଟକ ଖ୍ରୀଷ୍ଟିଆନ ଧର୍ମର ହୋଇଥିବା ବେଳେ କିଭଳି ତାଙ୍କ ମୃତଦେହକୁ ପୋଡାଗଲା ? ଯଦି ଏସବୁ ଆଇନ ସମ୍ମତ ତେବେ ମୁଁ କେବେ ଆଇନ ପାଠ ପଢ଼ିନାହିଁ ।" ମନୀଷ ତିୱାରୀଙ୍କ ଏହି ପ୍ରଶ୍ନକୁ ଟ୍ୟାଗ କରି ଜବାବ ରଖିଛନ୍ତି ଋଷ ଦୂତବାସ ଡାନିସ ଅଲିପୋଭ ।

ଏହା ବି ପଢନ୍ତୁ... ଋଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ: ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା ମନୀଷ ତିୱାରୀ

ପ୍ରକାଶ ଥାଉ କି, ଗତ ଡିସେମ୍ବର ୨୨ ତାରିଖ ରାୟଗଡ଼ା ଜିଲ୍ଲା ବୁଲିବା ପାଇଁ ଆସିଥିବା ଜଣେ ଋଷିଆ ପର୍ଯ୍ୟଟକ ଭ୍ଲାଦିମିର ବିଦାନୋଭଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଥିଲା । ଗତ ଡିସେମ୍ବର ୨୧ ତାରିଖ ଦିନ ସେ ଅନ୍ୟ ୪ ଜଣ ପର୍ଯ୍ୟଟକଙ୍କ ସହ ଦାରିଙ୍ଗବାଡ଼ିଠାରୁ ରାୟଗଡ଼ା ଆସିଥିଲେ । ଏହା ପରେ ୨୪ ତାରିଖ ଦିନ ଋଷିଆରୁ ଆସିଥିବା ଅନ୍ୟଜଣେ ପର୍ଯ୍ୟଟକ ଆଣ୍ଟୋନା ପାଭେଲଙ୍କ ମୃତ୍ୟୁ ହୋଇଥିଲା । ପାଭେଲ ରୁଷିଆର ଜଣେ ପୂର୍ବତନ ସାଂସଦ ବୋଲି ଜଣାପଡିଥିଲା । ଦୁଇ ଋଷୀୟ ପର୍ଯ୍ୟଟକ ମୃତ୍ୟୁ ମାମଲାରେ କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥା ତଦନ୍ତ ଆରମ୍ଭ କରିଛି ।

ABOUT THE AUTHOR

...view details