ନୂଆଦିଲ୍ଲୀ:ତୃତୀୟ ଥର ପାଇଁ ଆଲୋଚନା ଟେବୁଲରେ ଏକାଠି ହେଲେ ୟୁକ୍ରେନ ଓ ଋଷ । ଉଭୟ ପକ୍ଷର ପ୍ରତିନିଧି ମଣ୍ଡଳୀ ବେଲାରୁଷରେ ଶାନ୍ତି ଆଲୋଚନା ଆରମ୍ଭ କରିଛନ୍ତି । ଆଜି ସନ୍ଧ୍ୟାରେ ଏହି ଆଲୋଚନା ଆରମ୍ଭ ହୋଇଛି । ପୂର୍ବରୁ ଉଭୟ ପକ୍ଷ ବେଲାରୁଷରେ ଦୁଇ ଥର ଆଲୋଚନା କରିସାରିଥିବା ବେଳେ କୌଣସି ନିଷ୍କର୍ସ ବାହାରି ପାରିନଥିଲା । ତେବେ ଆଜି ଉଭୟ ପକ୍ଷ ମଧ୍ୟରେ ତୃତୀୟ ଥର ପାଇଁ ଶାନ୍ତି କଥାବାର୍ତ୍ତା ଜାରି ରହିଛି ।
ଏକାଧିକ ରାଷ୍ଟ୍ରମୁଖ୍ୟ ଋଷ ରାଷ୍ଟ୍ରପତି ପୁଟିନ ଓ ଜେଲେନସ୍କିଙ୍କ ସହ ଆଲୋଚନା କରିସାରିଥିବା ବେଳେ ଆକ୍ରମଣ ବନ୍ଦ କରି ଶାନ୍ତି ଆଲୋଚନା କିରବାକୁ ପ୍ରସ୍ତାବ ଦେଇ ଆସିଛନ୍ତି । ଋଷ ପ୍ରତିପକ୍ଷ ମଧ୍ୟ ଆଲୋଚନା ପାଇଁ ଆଗ୍ରହ ଦେଖାଇଥିବା ବେଳେ ମସ୍କୋ ପକ୍ଷରୁ ରଖାଯାଇଥିବା ସର୍ତ୍ତ ମାନିଲେ ଆକ୍ରମଣ ବନ୍ଦ କରିବା ନେଇ ଘୋଷଣା ମଧ୍ୟ କରିସାରିଛି । ଅନ୍ୟପଟେ ଋଷ ଏହା ମଧ୍ୟ ଦାବି କରିଛି ୟୁକ୍ରେନ ପଶ୍ଚିମ ତଥା ନାଟୋ ଦେଶମାନଙ୍କ କଥାରେ ପରିଚାଳିତ ହୋଇ ଶାନ୍ତି ଆଲୋଚନା ପ୍ରକ୍ରିୟାକୁ ବିଳମ୍ବିତ କରୁଛି ।