କୋଲକାତା: ରୋଜଭ୍ୟାଲି ଚିଟଫଣ୍ଡ ସ୍କାମର ମୁଖ୍ୟ ଅଭିଯୁକ୍ତ ଗୌତମ କୁଣ୍ଡୁଙ୍କୁ ମିଳିଛି ହାଇକୋର୍ଟରୁ ଜାମିନ । ଶୁକ୍ରବାର କୋଲକାତା ହାଇକୋର୍ଟରେ ରୋଜଭ୍ୟାଲି ଚିଟଫଣ୍ଡ ସ୍କାମର ମୁଖ୍ୟ ଅଭିଯୁକ୍ତ ଗୋତମ କୁଣ୍ଡଙ୍କ ପାଇଁ ଜାମିନ ଆବେଦନ କରାଯାଇଥିଲା । ଏହା ଉପରେ କୋର୍ଟରେ ଶୁଣାଣି ହୋଇଛି । ୭ ଦିନ ପାଇଁ ଅନ୍ତରୀଣ ଜାମିନ ପ୍ରଦାନ କରିଛି।
ସୂଚନାଥାଉକି ପଶ୍ଚିମବଙ୍ଗରେ ରୋଜଭ୍ୟାଲି ଚିଟଫଣ୍ଡ ସ୍କାମକୁ ନେଇ ବ୍ୟାପକ ହଇଚଇ ସୃଷ୍ଟି ହୋଇଥିଲା । ଏହି ମାମଲା ପଶ୍ଚିମବଙ୍ଗରେ ରାଜନେତା ମଧ୍ୟ ସଂପୃକ୍ତ ରହିଛନ୍ତି । ରଜଭ୍ୟାଲି ଚିଟଫଣ୍ଡ ସ୍କାମ ସାରା ଦେଶର ସବୁଠୁ ବଡ ଆର୍ଥିକ ହେରଫେର ହୋଇଛି । ଏହି ଚିଟଫଣ୍ଡ ସ୍କାମରେ ପାଖାପାଖି ୪୦୦୦୦ କୋଟି ଟଙ୍କାର ପଇସା ପୈଠ କରାଯାଇଥିବା ଜଣାପଡିଛି । ଏହି ସଂସ୍ଥାର ମୁଖ୍ୟ ତଥା ଗୌତମ କୁଣ୍ଡୁ ଆର୍ଥିକ ନେଣଦେଣ ମାମଲାକୁ ନେଇ ୨୦୧୩ରେ ଗିରଫ ହୋଇଥିଲେ ।