ଡେରାଡୁନ:ଉତ୍ତରାଖଣ୍ଡର ରୁଡକି ରେଳ ଷ୍ଟେସନ ସମେତ ଅନ୍ୟ କିଛି ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ବିସ୍ଫୋରଣ ପାଇଁ ଧମକ । ଏପରି ଏକ ଧମକପୂର୍ଣ୍ଣ ଚିଠି ଷ୍ଟେସନ ଅଧୀକ୍ଷକଙ୍କ ହସ୍ତଗତ ହୋଇଛି । ଜଣେ ଅଜଣା ଦୁର୍ବୃତ୍ତ ନିଜକୁ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର ଏରିଆ କମାଣ୍ଡର ବୋଲି ଦର୍ଶାଇ ଏହି ଚିଠି ଲେଖିଥିବା ବେଳେ ଏଥିରେ ମୁଖ୍ୟମନ୍ତ୍ରୀଙ୍କ ନାମ ମଧ୍ୟ ନିଆଯାଇଛି ।
ଏଥିରେ ୟୁପି-ଉତ୍ତରାଖଣ୍ଡର ରେଳ ଷ୍ଟେସନ ସମେତ 24ଟି ଧାର୍ମିକ ସ୍ଥାନରେ ବିସ୍ଫୋରଣ ହେବା ମଧ୍ୟ ଉଲ୍ଲେଖ ରହିଛି । ଏହି ଚିଠି ମିଳିବା ପରେ ପୋଲିସ ପ୍ରଶାସନ ମଧ୍ୟ ଆଲର୍ଟ ମୋଡକୁ ଆସିଛି । ପୋଲିସ ଏବଂ ଇଣ୍ଟେଲିଜେନ୍ସ ବ୍ୟୁରୋ ଏହି ଚିଠିର ତଦନ୍ତ ମଧ୍ୟ ଆରମ୍ଭ କରିଛନ୍ତି ।