ଓଡିଶା

odisha

ହାଇଦ୍ରାବାଦରେ ଧସିଲା ରାସ୍ତା, ମାଟି ତଳେ ଦୋକାନ ଗାଡି

ହାଇଦ୍ରାବାଦ ଘୋଷାମହଲ ଅଞ୍ଚଳରେ ଧସିଲା ରାସ୍ତା (Road caves in Hyderabad) । ମାଟି ତଳେ ପରିବା ଦୋକାନଠୁ ଆରମ୍ଭ ଖରି ଯାନବାହାନ ଖସିପଡ଼ିଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ

By

Published : Dec 23, 2022, 5:09 PM IST

Published : Dec 23, 2022, 5:09 PM IST

ETV Bharat / bharat

ହାଇଦ୍ରାବାଦରେ ଧସିଲା ରାସ୍ତା, ମାଟି ତଳେ ଦୋକାନ ଗାଡି

Road caves in Hyderabad
Road caves in Hyderabad

ହାଇଦ୍ରାବାଦ:ତେଲେଙ୍ଗାନା ରାଜଧାନୀ ହାଇଦ୍ରାବାଦର ଘୋଷାମହଲ ଅଞ୍ଚଳରେ ଶୁକ୍ରବାର ଅପରାହ୍ନରେ ଧସିଛି ରାସ୍ତା (Road caves in Hyderabad) । ଫଳରେ ରାସ୍ତା ଉପରେ ଥିବା ପରିବା ଦୋକାନଠୁ ଆରମ୍ଭ କରି କାର, ଅଟୋ ଓ ବିଭିନ୍ନ ଯାନ ମାଟି ତଳକୁ ଖସିପଡ଼ିଥିବା ଦେଖିବାକୁ ମିଳିଛି । ତେବେ ଏଥିରେ କେହି ଆହତ ହୋଇନଥିବା ବେଳେ ଅଘଟଣ ଯୋଗୁଁ ଯାତାୟାତ ପ୍ରଭାବିତ ହୋଇଥିବା ନେଇ ପୋଲିସ ସୂଚନା ଦେଇଛି ।

ଘଟଣା ସମ୍ପର୍କରେ ଖବର ପାଇବା ପରେ ପୋଲିସ ଓ ଗ୍ରେଟର ହାଇଦ୍ରାବାଦ ମୁନିସିପାଲ କର୍ପୋରେସନ (GHMC) ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ଏବେ ସ୍ଥିତି ନିୟନ୍ତ୍ରଣରେ ରହିଛି । ଧସିଯାଇଥିବା ରାସ୍ତା ତଳେ ଏକ ୱାଟରଲାଇନ ରହିଛି, ଏଥିଲାଗି ରାସ୍ତା ଧସିଥିବା ନେଇ ପ୍ରାଥମିକ ତଦନ୍ତରୁ ସନ୍ଦେହ କରିଛି ପୋଲିସ । ଏନେଇ ପୋଲିସ କହିଛି ଯେ ସେ ଘଟଣା ସମ୍ପର୍କରେ ଖବର ପାଇବା ପରେ ତୁରନ୍ତ ଘୋଷାମହଲ ନିକଟ ଚକନାୱାଡି ଅଞ୍ଚଳରେ ପହଞ୍ଚିଥିଲେ । ହଠାତ ଏହି ରୋଡ୍‌ଟି ଧସିପଡ଼ିଥିଲା ବୋଲି ସ୍ଥାନୀୟ ଲୋକେ କହିଛନ୍ତି ।

ଏହା ବି ପଢନ୍ତୁ- Sikkim Road Accident: ଖାଇକୁ ଖସିଲା ସେନା ଗାଡ଼ି, ୧୬ ଯବାନ ଶହୀଦ, ପ୍ରତିରକ୍ଷା ମନ୍ତ୍ରୀଙ୍କ ଶୋକ ପ୍ରକାଶ

ଏନେଇ ଘୋଷାମହଲ ଏସିପି ସତୀଶ କୁମାର କହିଛନ୍ତି, "ଆମେ ସୂଚନା ପାଇବା ପରେ ତୁରନ୍ତ ଏ ନେଇ ଗ୍ରେଟର ହାଇଦ୍ରାବାଦ ମୁନିସିପାଲ କର୍ପୋରେସନକୁ ସୂଚିତ କରିଥିଲୁ । ରାସ୍ତା ତଳେ ୱାଟରଲାଇନ ଯାଇଥିବାରୁ ଏହା କାରଣ ହୋଇଥାଇପାରେ ବୋଲି ମୁନିସିପାଲିଟି ଅଧିକାରୀ ମାନେ ସନ୍ଦେହ କରୁଛନ୍ତି । କେହି ଆହତ ହୋଇନଥିବା ବେଳେ ଘଟଣାସ୍ଥଳରେ ପୋଲିସ ଉପସ୍ଥିତ ରହିଛି । ମାତ୍ର ରାସ୍ତା ଧସିବାର ପ୍ରକୃତ କାରଣ ଜଣାପଡି଼ନାହିଁ ।"

ଧସିପଡ଼ିଥିବା ରାସ୍ତାକଡ଼ରେ କିଛି ପରିବା ଦୋକାନୀ ବସି ପରିବା ବିକ୍ରି କରିଥାନ୍ତି । ହଠାତ ରାସ୍ତାଟି ଧସିପଡ଼ିବା ପରେ ସେମାନଙ୍କ ପରିବା ଝୁଡ଼ି ମଧ୍ୟ ମାଟି ତଳକୁ ଖସିପଡ଼ିଛି । ଏହାସହିତ ରାସ୍ତା ଉପରେ ରହିଥିବା କାର ସମେତ କିଛି ଯାନ ମଧ୍ୟ ଖସିପଡ଼ିଥିବା ଦେଖିବାକୁ ମିଳିଛି ।

ABOUT THE AUTHOR

...view details