ଓଡିଶା

odisha

ETV Bharat / bharat

ଅଶୁଭ ଶନିବାର ! ଦୁର୍ଘଟଣାରେ ଗୋଟିଏ ଦିନରେ ବିହାରରେ 20 ମୃତ - ବିହାରରେ ସଡକ ଦୁର୍ଘଟଣା

ବିହାରରେ ଗୋଟିଏ ଦିନରେ ବିଭିନ୍ନ ସ୍ଥାନରେ ସଡକ ଦୁର୍ଘଟଣାରେ ୨୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି । ଏ ଦୁର୍ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଦୁଃଖ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ।ଏହାସହ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ସହାୟତା ରାଶି ଯୋଗାଇ ଦେବାକୁ ଘୋଷଣା କରିଛନ୍ତି । ଅଧିକ ପଢନ୍ତୁ

Bihar Road Accident:ସଡକ ଦୁର୍ଘଟଣାରେ ଗୋଟିଏ ଦିନରେ ଗଡିଲା ୨୦ ମୁଣ୍ତ
Bihar Road Accident:ସଡକ ଦୁର୍ଘଟଣାରେ ଗୋଟିଏ ଦିନରେ ଗଡିଲା ୨୦ ମୁଣ୍ତ

By

Published : Jun 12, 2022, 10:46 AM IST

ପାଟନା:ଦିନକୁ ଦିନ ବଢିବାରେ ଲାଗିଛି ସଡକ ଦୁର୍ଘଟଣା । ବିହାରରେ ଗୋଟିଏ ଦିନରେ ବିଭିନ୍ନ ସ୍ଥାନରେ ସଡକ ଦୁର୍ଘଟଣାରେ ୨୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି । ବିହାରର ପୁର୍ଣ୍ଣିଆ ଜିଲ୍ଲାରେ ଗୋଟେ କାର ନିୟନ୍ତ୍ରଣ ହରାଇ ଜଳାଶୟରେ ପଡିଯିବାକୁ ୯ ଜଣଙ୍କର ମୃତ୍ୟୁ ହୋଇଛି । ତେବେ, ଏ ବିବାହ ଉତ୍ସବରେ ଯୋଗ ଦେଇ ଆସୁଥିବା ବେଳେ ଏ ଅଘଟଣ ଘଟିଛି ।

ପାଟନା ଜିଲ୍ଲାରେ ଦାନାପୁର ଅଞ୍ଚଳରେ ମଧ୍ୟ ଏକ ଦୁର୍ଘଟଣା ଘଟିଛି । ଏକ ଅଏଲ ଟ୍ୟାଙ୍କରରେ ଦୃତ ଗତିରେ ଆସୁଥିବାରୁ ତିନି ଜଣଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ୩ ଜଣଙ୍କ ମୃତ୍ୟୁ ହୋଇଥିଲା । ଆରାରିଆ (Araria district) ଜିଲ୍ଲାରେ ଢୋଲବାଜା ଅଞ୍ଚଳରେ ମଧ୍ୟ ଏକ ବାଇକରେ ତିନି ଜଣ ଯୁବକ ଦ୍ରୃତ ଗତିରେ ଆସୁଥିବାରୁ ଦୁର୍ଘଟଣା ହୋଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ୩ ଜଣଙ୍କ ପ୍ରାଣ ବାୟୁ ଉଡିଯାଇଥିଲା । ତେବେ, ତିନି ଜଣ ଏକ ବିବାହ ଉତ୍ସବରେ ଯୋଗ ଦେବା ପାଇଁ ଆସୁଥିଲେ । ତେବେ ମୃତକଙ୍କ ମଧ୍ୟରେ ଜଣେ ବରର ଭାଇ ରହିଥିବା ସୂଚନା ମିଳିଛି ।

ସେହିପରି ଜାହାନାବାଡ ପଲିମର ଅଞ୍ଚଳରେ ଜାତୀୟ ରାଜପଥରେ ମଧ୍ୟ ଏକ ବାଇକକୁ କାର ଧକ୍କା ଦେଇଥିଲା । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଥିଲେ । ସେମାନଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ମେଡିକାଲରେ ଭର୍ତ୍ତୀ କରାଯାଇଛି । ବାଙ୍କରା ଜିଲ୍ଲାର ଲିଲାଓ୍ବେରେନ୍ ଗାଁରେ ମଧ୍ୟ ଏକ ଛାତିଥରା ଦୁର୍ଘଟଣା ଘଟିଛି । ଟ୍ରକ ଏକ ବିପରିତ ଦିଗରୁ ଆସୁଥିବା ଏକ କାରକୁ ଧକ୍କା ଦେବାରୁ ଘଟଣାସ୍ଥଳରେ କାର ଚାଳକଙ୍କ ମୃତ୍ୟୁ ହୋଇଛି । ଅନ୍ୟ ଦୁଇ ଗୁରୁତରଙ୍କୁ ହୋଇପଡିଥିଲେ । ସେମାନଙ୍କୁ ଉଦ୍ଧାର କରାଯାଇ ଭାଗଲପୁର ମେଡିକାଲ କଲେଜକୁ ଚିକିତ୍ସା ପାଇଁ ପଠାଯାଇଛି ।

ସେହିପରି ଅନ୍ୟ ଦୁର୍ଘଟଣାଟି ଶେଖପୁରା ଜିଲ୍ଲାରେ ଘଟିଛି । ବସନ୍ତ ଗାଁର ଦୁଇଜଣ ବ୍ୟକ୍ତି ଏକ ଦୁର୍ଘଟଣାରେ ପ୍ରାଣ ହରାଇଥିଲା ବେଳେ ଜାମୁଇ ଜିଲ୍ଲାର ଏକ ରିକ୍ସା ଓଲଟି ପଡିବାରୁ ଜଣେ 5 ବର୍ଷର ଶିଶୁର ମୃତ୍ୟୁ ଘଟିଛି । ସେହି ଦୁର୍ଘଟଣାରେ ତିନି ଜଣ ମଧ୍ୟ ଆହତ ହୋଇଛନ୍ତି । ତେବେ ଏ ଦୁର୍ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ନୀତିଶ କୁମାର (Bihar Chief Minister Nitish Kumar) ଦୁଃଖ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି । ଏହାସହ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ସହାୟତା ରାଶି ଯୋଗାଇ ଦେବାକୁ ଘୋଷଣା କରିଛନ୍ତି ।

ABOUT THE AUTHOR

...view details