ଓଡିଶା

odisha

ETV Bharat / bharat

ଉତ୍ତରପ୍ରଦେଶରେ ଛାତିଥରା ଦୁର୍ଘଟଣା 18 ମୃତ, 15 ଆହତ: ସହାୟତା ଘୋଷଣା କଲେ PM - ଦୁର୍ଘଟଣା

ଉତ୍ତରପ୍ରଦେଶ ବାରବାଙ୍କୀରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏଥିରେ ୧୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଆହତ ହୋଇଛନ୍ତି । ଅଧିକ ପଢନ୍ତୁ...

road accident in barabanki of uttar pradesh
UP ବାରବାଙ୍କୀରେ ମର୍ମନ୍ତୁଦ ଦୁର୍ଘଟଣା ;18 ମୃତ ,୧୫ ଆହତ

By

Published : Jul 28, 2021, 7:09 AM IST

Updated : Jul 28, 2021, 10:16 AM IST

ଲକ୍ଷ୍ମୌ:ଉତ୍ତରପ୍ରଦେଶ ବାରବାଙ୍କୀରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏଥିରେ ୧୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଆହତ ହୋଇଛନ୍ତି। ଆହତଙ୍କ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି । ସେଠାରେ ଆହତଙ୍କ ଚିକିତ୍ସା ଜାରି ରହିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଲକ୍ଷ୍ନୌ ଅଯୋଧ୍ୟା ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି ।

ସୂଚନା ଅନୁସାରେ, ଉତ୍ତରପ୍ରଦେଶ ଲକ୍ଷ୍ନୌ ଅଯୋଧ୍ୟା ଜାତୀୟ ରାଜପଥରେ ଏକ ବସ ହରିୟାଣାରୁ ବିହାର ଅଭିମୁଖେ ଯାତ୍ରା କରୁଥିଲା । ଏହି ସମୟରେ କୈଣସି କାରଣରୁ ବସଟି ରାସ୍ତାରେ ଖରାପ ହୋଇଯାଇଥିଲା । ଫଳରେ କଲ୍ୟାଣୀ ନଦୀ ବିଜ୍ର ନିକଟରେ ବସଟିକୁ ଡ୍ରାଇଭର ଓ କଣ୍ତକ୍ଟର ମରାମତି କରୁଥିଲେ । ଏହି ସମୟରେ ଲକ୍ଷ୍ନୌ ଆଡୁ ଦ୍ରୃତ ଗତିରେ ଆସୁଥିବା ଏକ ଟ୍ରକ ବସକୁ ଧକ୍କା ଦେଇଥିଲା ।

ଫଳରେ ଘଟଣାସ୍ଥଳରେ ୧୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ମେଡିକାଲ ନେବା ବାଟରେ ୭ ଜଣ ଆଖି ବୁଜିଥିଲେ । ଏବଂ ୧୫ ଜଣ ଆହତ ହୋଇଥିଲେ । ସମସ୍ତଙ୍କୁ ପ୍ରାଥମିକ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଗୁରୁତର ଥିବା ଯାତ୍ରୀଙ୍କୁ ଲକ୍ଷ୍ନୌ ଟ୍ରମା ସେଣ୍ଟରକୁ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ସରଜମିନ ତଦନ୍ତ କରୁଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏଡିଜି ପହଞ୍ଚିଛନ୍ତି । ଆଗକୁ ମଧ୍ୟ ମୃତ୍ୟୁ ସଂଖ୍ୟା ବଢିବାର ଆଶଙ୍କା କରାଯାଉଛି । ଏହି ଦୁର୍ଘଟଣା ବୁଧବାର ବିଳମ୍ବିତ ରାତି ସାଢେ ଗୋଟାଏ ବେଳେ ଘଟିଥିବା ଜଣାପଡିଛି । ଏନେଇ ଲକ୍ଷ୍ନୌ ଏଡିଜି ସୂଚନା ଦେଇଛନ୍ତି ।

ସେପଟେ, ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ଲୋକସଭା ବାଚସ୍ପତି ଓମ ବିର୍ଲା । ଏଥିରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହ ମୃତକଙ୍କ ପରିବାରକୁ 2 ଲକ୍ଷ ଟଙ୍କା ସହାୟତା ଘୋଷଣା କରିଛନ୍ତି ପିଏମ । ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିରୁ ସେମାନଙ୍କୁ ସହାୟତା ଯୋଗାଇ ଦିଆଯିବ ବୋଲି ଏନେଇ ପ୍ରଧାନମନ୍ତ୍ରୀ ଟୁଇଟ କରିଛନ୍ତି । ଏହାସହ ଆହତଙ୍କୁ ୫୦ ହଜାର ସହାୟତା ରାଶି ମଧ୍ୟ ଯୋଗାଇ ଦିଆଯିବ ।

ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଘଟଣାକୁ ନେଇ ଅତ୍ୟନ୍ତ ଦୁଃଖ ଦାୟକ ବୋଲି କହିଛନ୍ତି । ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି । ମୃତକଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଆହତଙ୍କ ଆଶୁ ଆରୋଗ୍ୟ ପାଇଁ ପ୍ରଭୁ ଶ୍ରୀ ରାମଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।

ସେହିପରି , ଲୋକସଭା ବାଚସ୍ପତି ଓମ ବିର୍ଲା ଘଟଣାକୁ ନେଇ ଶୋକବ୍ୟକ୍ତ କରିଛନ୍ତି । ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି । ଅମର ଆତ୍ମାର ସଦଗତି କାମନା କରିଛନ୍ତି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

Last Updated : Jul 28, 2021, 10:16 AM IST

ABOUT THE AUTHOR

...view details