ଓଡିଶା

odisha

ETV Bharat / bharat

ଇସ୍ରାଏଲ ଗସ୍ତରେ ବାୟୁସେନା ପ୍ରମୁଖ; ହୋଇପାରେ ଗୁରୁତ୍ବପୂର୍ଣ୍ଣ ଚୁକ୍ତିନାମା - Rks bhadauria israel trip

ବାୟୁସେନା ପ୍ରମୁଖ RKS ଭଦୌରିଆଙ୍କ ଇସ୍ରାଏଲ ଗସ୍ତକୁ ନେଇ ଭାରତୀୟ ବାୟୁସେନା କହିଛି ଏହି ଗସ୍ତ ଉଭୟ ଦେଶ ମଧ୍ୟରେ ଥିବା ସାମରିକ, କୂଟନୈତିକ ସମ୍ବନ୍ଧକୁ ଆହୁରି ସୁଦୃଢ କରିବ । ଅଧିକ ପଢନ୍ତୁ...

Rks bhadauria
Rks bhadauria

By

Published : Aug 4, 2021, 9:42 AM IST

ନୂଆଦିଲ୍ଲୀ:ଭାରତୀୟ ବାୟୁସେନା ପ୍ରମୁଖ ଆରକେଏସ ଭଦୌରିଆ ବିଦେଶ ଗସ୍ତରେ ଯାଇ ଗତକାଲି(ମଙ୍ଗଳବାର) ଇସ୍ରାଏଲରେ ପହଞ୍ଚିଛନ୍ତି । ଇସ୍ରାଏଲ ଏୟାର ଫୋର୍ସ କମାଣ୍ଡର ମେଜର ଜେନେରାଲ ଅମିକମ ନୋର୍କିନ(Major General Amikam Norkin)ଙ୍କ ନିମନ୍ତ୍ରଣ କ୍ରମେ ଇସ୍ରାଏଲ ଗସ୍ତ କରିଛନ୍ତି ବାୟୁସେନା ମୁଖ୍ୟ । ଏହା ପୂର୍ବରୁ ଗତ ଶନିବାର ସଂଯୁକ୍ତ ଆରବ ଏମିରଟ(UAE) ରେ ପହଞ୍ଚିଥିଲେ ଆରକେଏସ ଭଦୌରିଆ । ଏହି ଗସ୍ତ ଉପସାଗରୀୟ ଦେଶ ସହ ଭାରତର ନୂଆ ରଣନୀତି ଓ ବୁଝାମଣାରେ ସହାୟକ ହେବ ।

କଣ ହେବ ଚୁକ୍ତି...

ବାୟୁସେନା ପ୍ରମୁଖ ଆରକେଏସ ଭଦୌରିଆଙ୍କ ଇସ୍ରାଏଲ ଗସ୍ତକୁ ନେଇ ଭାରତୀୟ ବାୟୁସେନା କହିଛି, ଏହି ଗସ୍ତ ଉଭୟ ଦେଶ ମଧ୍ୟରେ ଥିବା ସାମରିକ, କୂଟନୈତିକ ସମ୍ବନ୍ଧକୁ ଆହୁରି ସୁଦୃଢ କରିବ । ଯାହାର ଏକ ବଡ ଅଶଂ ହେଉଛି ସୈନ୍ୟସ୍ତରରେ ବିଭିନ୍ନ ଭାବଗତ ତଥ୍ୟ ଓ ସାମରିକ ସାମଗ୍ରୀର ଆଦାନ ପ୍ରଦାନ । ଗସ୍ତ ଅବସରରେ ଉଭୟ ଦେଶ ବାୟୁସେନା ପ୍ରତି ଥିବା ଆହ୍ବାନ, ଯୁଦ୍ଧାସ୍ତ୍ର, ନୂଆ ପ୍ରଯୁକ୍ତିବିଦ୍ୟା ସମ୍ପର୍କରେ ଆଲୋଚନା ସହ କିଛି ଚୁକ୍ତି ହେବ ।

ଭାରତ-ଇସ୍ରାଏଲ ସମ୍ପର୍କ...

ବାୟୁସେନା ପକ୍ଷରୁ ଜାରି ସୂଚନା ଅନୁସାରେ, ଭାରତ-ଇସ୍ରାଏଲ ମଧ୍ୟରେ ୧୯୯୦ ଦଶକରୁ ପ୍ରତିରକ୍ଷା, ଅର୍ଥନୈତିକ ଓ କୂଟନୈତିକ ସମ୍ପର୍କରେ ଅନେକ ସୁଧାର ଆସିଛି । ଖାଲି ଏତିକି ନୁହେଁ ଉଭୟ ଦେଶର ରାଷ୍ଟ୍ର ମୁଖ୍ୟଙ୍କ ସମେତ ଅନ୍ୟ ନେତା ମାନେ ଉଭୟ ଦେଶକୁ ଯାତ୍ରା କରିଥାନ୍ତି । ଏହାବାଦ ପ୍ରତିରକ୍ଷା କ୍ଷେତ୍ର ସହ ଜଡିତ ଅଧିକାରୀ ମାନେ ମଧ୍ୟ ଇସ୍ରାଏଲ-ଭାରତ ଯାତ୍ରା କରିଥାନ୍ତି । କିନ୍ତୁ ୨୦୧୫ ମସିହା ପରଠାରୁ ଉଭୟ ଦେଶର ସମ୍ପର୍କରେ ଆହୁରି ନିବିଡତା ଆସିଛି । ବର୍ଷ ୨୦୧୭ରେ ପ୍ରଧାନମନ୍ତ୍ରୀ ମୋଦି ଇସ୍ରାଏଲ ଗସ୍ତ କରିଥିବା ବେଳେ ୨୦୧୮ରେ ଇସ୍ରାଏଲର ତତ୍କାଳୀନ ରାଷ୍ଟ୍ରପତି ବେଞ୍ଜାମିନ ନେତନ୍ୟାହୁ ୬ ଦିନିଆ ଭାରତ ଗସ୍ତରେ ଆସିଥିଲେ ।

ଉପସାଗରୀୟ ଦେଶ ଯାତ୍ରା ଗୁରୁତ୍ବପୂର୍ଣ୍ଣ...

ବାୟୁସେନା ପ୍ରମୁଖ ଆରକେଏସ ଭଦୌରିଆ ଇସ୍ରାଏଲ ଯାତ୍ରା ପୂର୍ବରୁ ଗତ ଶନିବାର ସଂଯୁକ୍ତ ଆରବ ଏମିରଟ(UAE)ରେ ପହଞ୍ଚିଥିଲେ । ଏହି ଯାତ୍ରାର ଉଦ୍ଦେଶ୍ୟ କେବଳ ଉପସାଗରୀୟ ଦେଶ ସହ ପ୍ରତିରକ୍ଷା କ୍ଷେତ୍ରରେ ସମ୍ପର୍କ ନିବିଡ କରିବା । ଏହା ପୂର୍ବରୁ ସ୍ଥଳସେନା ପ୍ରମୁଖ ଜେନେରାଲ ମନୋଜ ମୁକୁନ୍ଦ ନରଭାଣେ ମଧ୍ୟ ଗସ୍ତ କରିଥିଲେ । ଗୁରୁତ୍ବପୂର୍ଣ୍ଣ କଥା ହେଉଛି କୌଣସି ରାଷ୍ଟ୍ରର ସେନା ମୁଖ୍ୟ ଉପସାଗରୀୟ ରାଷ୍ଟ୍ରକୁ ଗସ୍ତ କରିବା ଏହା ପ୍ରଥମ ଘଟଣା ଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details