ପାଟନା:ଚାରା ଘୋଟାଲା ମାମଲାରେ ଲାଲୁ ଯାଦବଙ୍କୁ ମିଳିଲା ଜାମିନ । ଚାରା ଘୋଟାଲା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ସଜାକାଟୁ ଥିବା ଆରଜେଡି ନେତା ଲାଲୁ ଯାଦବଙ୍କୁ ରାଞ୍ଚି ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି । ଚାରା ଘୋଟାଲା ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ଲାଲୁ ଯାଦବଙ୍କୁ ଜେଲଦଣ୍ଡ ଶୁଣାଣୀ ହୋଇଥିଲା ।
ବିହାରର ବହୁ ଚର୍ଚ୍ଚିତ ଚାରା ଘୋଟଲା ମାମଲାରେ ଆରଜେଡି ନେତା ଲାଲୁ ଯାଦବଙ୍କୁ ମିଳିଛି ଜାମିନ । ବିହାରର ଦୁମକା ଟ୍ରେଜେରୀରେ ଠକେଇ ମାମଲାରେ ରାଞ୍ଚି ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି । 1990 ଦଶକରେ ଡୁମକା ଟ୍ରେଜେରୀରୁ 3.13 କୋଟି ଟଙ୍କା ଠକେଇ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ଲାଲୁ । ସିବିଆଇ ଏକ ସ୍ବତନ୍ତ୍ର କୋର୍ଟ ତାଙ୍କୁ 60 ଲକ୍ଷ ଟଙ୍କା ଜୋରିମାନା ସହ ଜେଲଦଣ୍ଡ ଶୁଣାଇଥିଲେ ।